ରାହୁଲ ଗାନ୍ଧୀ ଓ ଇଣ୍ଡିଆ ମେଣ୍ଟକୁ ଟାର୍ଗେଟ୍ କଲେ ବିଜେପି ନେତା ନୟାଗଡ଼, (ନୟାଗଡ଼ ଦର୍ପଣ): କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ବିରୋଧୀ ଇଣ୍ଡିଆ ମେଣ୍ଟକୁ କଡ଼ା ସମାଲୋଚନା କରିଛି ଭାରତୀୟ ଜନତା ପାର୍ଟି (ବିଜେପି)। ନୟାଗଡ଼ ବ୍ଲକ୍ର କନଫରେନ୍ସ ଗୃହରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ‘ଗଣତନ୍ତ୍ର ବଞ୍ଚାଓ, ଅରାଜକତା ହଟାଓ’ ନାରା ଦେଇ ବିରୋଧୀ ଦଳଗୁଡ଼ିକ ଉପରେ ବର୍ଷିଛନ୍ତି ବିଜେପି ନେତା। ଏହି ଅବସରରେ ନୟାଗଡ଼ ଜିଲ୍ଲା ବିଜେପି ପ୍ରଭାରୀ ସୁରଥ ବିଶ୍ୱାଳ ଏବଂ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ କହିଥିଲେ ଯେ, ନିର୍ବାଚନରେ ବାରମ୍ବାର ଜନସାଧାରଣଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହେବା ପରେ ବିରୋଧୀ ଦଳଗୁଡ଼ିକ ଗଣତନ୍ତ୍ରର ଆଳ ଦେଖାଇ ଦେଶରେ ଅରାଜକତା ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି।ଜିଲ୍ଲା ବିଜେପି ସଭାପତି ତାପସ ମାର୍ଥା, ନୂଆଗାଁ ବ୍ଲକ୍ ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ ଏବଂ…
Read MoreDay: November 4, 2026
ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର
ନୟାଗଡ଼, (ନୟାଗଡ଼ ଦର୍ପଣ): ଶିଶୁଙ୍କ ସୁସ୍ଥ ଜୀବନ ଓ ସ୍ୱାସ୍ଥ୍ୟ ସଚେତନତାକୁ ଗୁରୁତ୍ୱ ଦେଇ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଏକ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସଞ୍ଜୟ କୁମାରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ବିଦ୍ୟାଳୟର ୨୦୧୩ ମସିହାର ପୂର୍ବତନ ଛାତ୍ର ତଥା ଦନ୍ତ ଚିକିତ୍ସକ ଡା. ଅଭିଷେକ ଶୁକ୍ଳା ଯୋଗଦେଇ ଶିଶୁ ଭାଇ ଓ ଭଉଣୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏଥିସହ ଦାନ୍ତ ଓ ମୁଖ ସ୍ୱାସ୍ଥ୍ୟର ଯତ୍ନ, ସ୍ୱଚ୍ଛତା ଏବଂ ରୋଗ ପ୍ରତିରୋଧ ସମ୍ପର୍କରେ ଆବଶ୍ୟକୀୟ ପରାମର୍ଶ ଦେବା ସହ ସଚେତନ କରାଇଥିଲେ। ବିଦ୍ୟାଳୟର ଶିଶୁ ଭାରତୀର ଭାଇ ଓ ଭଉଣୀ, ଆଚାର୍ଯ୍ୟ ଓ ଆଚାର୍ଯ୍ୟାମାନଙ୍କ ସହଯୋଗ ଏବଂ ପ୍ରଧାନ ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତୃତୀୟରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।ବିଦ୍ୟାଳୟର…
Read More