ରଣପୁରରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ

୭୦୦ରୁ ଊର୍ଦ୍ଧ୍ୱ ଚାଷୀଙ୍କ ଯୋଗଦାନ, ସଫଳ ଚାଷୀଙ୍କୁ ପୁରସ୍କୃତ କଲେ ବାଚସ୍ପତି ରଣପୁର,(ନୟାଗଡ଼ ଦର୍ପଣ): ଚାଷୀଙ୍କ ଆୟ ବୃଦ୍ଧି ସହିତ ମତ୍ସ୍ୟଚାଷ ଓ ପଶୁପାଳନକୁ ଅଧିକ ଲାଭଜନକ କରିବା ଲକ୍ଷ୍ୟରେ ରଣପୁରଠାରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ବୁଧବାର ପୂର୍ବାହ୍ନ ୧୧ଟା ସମୟରେ ରଣପୁରସ୍ଥିତ ମା’ ମଣିନାଗ କଲ୍ୟାଣ ମଣ୍ଡପ ପ୍ରାଙ୍ଗଣରେ ଆୟୋଜିତ ଏହି ମେଳାରେ ଓଡ଼ିଶା ବିଧାନସଭାର ମାନନୀୟା ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ରଙ୍ଗିନ ମହାନ୍ତି, କୃଷି ସୂଚନା ପରାମର୍ଶ କେନ୍ଦ୍ରର ଅଧ୍ୟକ୍ଷ ନିର୍ମଳ କୁମାର ମତଗଜସିଂହ, ରଣପୁର ବ୍ଲକ ଉପାଧ୍ୟକ୍ଷ ପ୍ରଭାତ କୁମାର ଦଳବେହେରା, ନୟାଗଡ଼ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ବିଦ୍ୟୁତ ଶେଖର ମିଶ୍ର, ଜିଲ୍ଲା ମୁଖ୍ୟ ମତ୍ସ୍ୟ ଅଧିକାରୀ ସି.ଏଚ୍.…

Read More