ନୂଆଗାଁରେ ଜିଲ୍ଲା ବ୍ୟାପି “ସେବା ଉତ୍ସବ”
ଷଷ୍ଠ ଦିବସରେ କୋରଡ଼ା ପଞ୍ଚାୟତରେ  ବିଭିନ୍ନ ସାମଗ୍ରୀ ବଣ୍ଟନ

ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଚାଲିଥିବା ଜିଲ୍ଲାବ୍ୟାପୀ ‘ସେବା ଉତ୍ସବ’ର ଷଷ୍ଠ ଦିବସ ଅତ୍ୟନ୍ତ ସଫଳତାର ସହ ସମ୍ପନ୍ନ ହୋଇଛି। ଗତ ଦଶପୂର୍ବେ ନୂଆଗାଁରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ବର୍ତମାନ ଦଶ ବର୍ଷରେ ପହଂଚିଥିବା ବେଳେ ଜିଲ୍ଲାରେ ଶହ ଯୁବପିଢ଼ି ଏଥିରେ ସାମିଲ ହୋଇଛନ୍ତି। ଏହି କ୍ରମରେ ଆଜି ନୂଆଗାଁ ବ୍ଲକ ଅନ୍ତର୍ଗତ କୋରଡ଼ା ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅଞ୍ଚଳର ଗରିବ ଓ ଅସହାୟ ବ୍ୟକ୍ତି ମାନଙ୍କୁ ବସ୍ତ୍ର, ଶୁଖିଲା ଖାଦ୍ୟ ଏବଂ ଚପଲ ବଣ୍ଟନ କରାଯାଇଛି। ସେବା ଉତ୍ସବ ସମିତିର ଅଧ୍ୟକ୍ଷ ଶିବରାମ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସିତ ହୋଇଛି। ସମାଜରେ ସେବା ଓ ଦାନର ଏକ ନିଆରା ପରମ୍ପରା ସୃଷ୍ଟି କରିବା ସହିତ ଏକ ସୁସ୍ଥ ସମାଜ ଗଠନ ଦିଗରେ ଆଗେଇ ଆସିବାକୁ ଯୁବପିଢ଼ିଙ୍କୁ ଆହ୍ୱାନ ଦିଆଯାଇଛି। ଆଜିର କାର୍ଯ୍ୟକ୍ରମରେ ସାମ୍ବାଦିକ ବିଶ୍ୱଜିତ ଖଣ୍ଡୁଆଳ, ଯୁବ ସ୍ବେଛାସେବୀ ଗୁଲସନ କୁମାର ଦାସ, ବିକ୍ରମ କୁମାର ସ୍ୱାଇଁ, ପ୍ରଶାନ୍ତ ସାହୁ, ମମତା ବେହେରା, ଆଦିତ୍ୟ ପାଳ, ସତ୍ୟନାରାୟଣ ବେହେରା, ପରମେଶ୍ୱର ସାହୁ, ସୌମ୍ୟା ସ୍ୱୟଂପ୍ରଭା, ଶୁଭସ୍ମିତା ମିଶ୍ର, ଜଗନ୍ନାଥ କହଁର, ଅଭିନାଶ ସାହୁ, ଆଶୁତୋଷ ସାହୁ, ଅଂଶୁମାନ ସେଠୀ, ବର୍ଷାରାଣୀ ପ୍ରଧାନ, ଲକ୍ଷ୍ମୀଧର ବେହେରା, ପ୍ରଭୁଦତ୍ତ ପ୍ରଧାନ ଓ ବାଲୁଙ୍କି ରାଉତ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ। ସୂଚନା ଥାଉକି, ଗତ ଦଶ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଏହି ସେବା କାର୍ଯ୍ୟକ୍ରମ ଚାଲି ଆସୁଛି। ଚଳିତ ବର୍ଷର ଏହି ଉତ୍ସବ ଆଗାମୀ ଜୁଲାଇ ୨୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜାରି ରହିବ ବୋଲି ସମିତି ପକ୍ଷରୁ ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଯୁବପିଢ଼ି ସାମିଲ ହେବାକୁ ସମିତି ଅଧକ୍ଷ ଆହ୍ୱାନ ଦେଇଛନ୍ତି।

Related posts