ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ନୂଆଗାଁ ଡିଗ୍ରୀ କଲେଜରେ ଜନଜାତୀୟ ଗୌରବ ଦିବସ ପାଳିତ

ନୂଆଗାଁ,(ନୟାଗଡ଼ ଦର୍ପଣ): ମହାନ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ତଥା ଜନନାୟକ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ନୂଆଗାଁ ଡିଗ୍ରୀ କଲେଜ ପରିସରରେ ଜନଜାତୀୟ ଗୌରବ ଦିବସ–୨୦୨୬ ପାଳିତ ହୋଇଯାଇଛି। ମାଇଁ ଭାରତ କେନ୍ଦ୍ର, ନୟାଗଡ଼ ପକ୍ଷରୁ ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାର, ଦୁରୁଦୁରାର ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମରେ ନୂଆଗାଁ କଲେଜର ଅଧ୍ୟକ୍ଷ ଡଃ ସୁରେଶ କୁମାର ସାହୁ, ଅଧ୍ୟାପିକା ସୋଫିଆ ସିଂହ ଦେଓ, ଦିଗମ୍ବର ଖଣ୍ଡୁଆଳ, ସସ୍ମିତା  ବେହେରା, ବିଦୁଲତା ମଲ୍ଲିକ, ଶୁଭସ୍ମିତା ପରିଡା ଓ ଉପେନ୍ଦ୍ର କୁମାର ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ସଧାରଣ ସଭାରେ ଅତିଥି ମାନେ ଭଗବାନ ବିର୍ସାମୁଣ୍ଡାଙ୍କ ଯିବନି ଉପରେ ଆଲୋକପାତ କରିଥିଲେ l ଏହାପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପଦଯାତ୍ରା ଓ ସ୍ଵାକ୍ଷର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଆଜିର କାର୍ଯ୍ୟକ୍ରମକୁ ଶ୍ରୀ ଜଗନ୍ନାଥ ସଂଗ୍ରାହଳୟ ଓ ପାଠାଗାରର ସମ୍ପାଦକ ସଞ୍ଜୟ ସାହୁଙ୍କ ସମେତ ଜାତୀୟ ଯୁବ ସ୍ବେଛାସେବୀ ଦୀପକ କୁମାର ନାୟକ ଓ ପରମେଶ୍ୱର ସାହୁ ପାତିଚାଳନା କରିଥିଲେ l

Related posts