ପ୍ରାକୃତିକ ଶିଳ୍ପକଳା ଓ ପରିବେଶ ଅନୁକୂଳ ପଦକ୍ଷେପ ଉପରେ ଗୁରୁତ୍ୱାରୋପ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସଦର ମହକୁମାସ୍ଥିତ ପି.ଏମ୍.ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଦକ୍ଷତା ବୃଦ୍ଧି ତଥା ପରିବେଶ ସଚେତନତା ସମ୍ପର୍କିତ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ (MoEF&CC) ଏବଂ ଓଡ଼ିଶା ସରକାରଙ୍କ ପରିବେଶ ଅଧ୍ୟୟନ କେନ୍ଦ୍ର (CES)ର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ‘ପ୍ରାକୃତିକ ଶିଳ୍ପକଳା ଓ ପରିବେଶ ଅନୁକୂଳ ପଦକ୍ଷେପ’ (Natural Crafts & Eco-Friendly Initiative) ଶୀର୍ଷକ ଏହି କାର୍ଯ୍ୟକ୍ରମରେ ଏକ ପରିଷ୍କାର ଓ ସବୁଜ ଭବିଷ୍ୟତ ଗଠନ ପାଇଁ ସାମୂହିକ ପ୍ରୟାସ ଏବଂ ଛୋଟ ଛୋଟ ପଦକ୍ଷେପ ଦ୍ୱାରା ବଡ଼ ପରିବର୍ତ୍ତନ ଆଣିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ସମ୍ମାନିତ…
Read MoreDay: October 10, 2026
କନ୍ୟା ସନ୍ତାନ ସଂଖ୍ୟା ହ୍ରାସ ରୋକିବା ନିମନ୍ତେ କର୍ମଶାଳା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ – ମୈତ୍ରୀ ଯୁବ ସଂସଦ , ନୟାଗଡ଼ ଓ ଗଣିଆ ଉନ୍ନୟନ କମିଟି , ଗଣିଆ ମିଳିତ ସହଯୋଗ ରେ କନ୍ୟା ସନ୍ତାନ ହ୍ରାସ ରୋକିବା ନିମନ୍ତେ ଏକ ବ୍ଲକସ୍ତରୀୟ କର୍ମଶାଳା ସମାଜସେବୀ ଅରୁଣ କୁମାର ମହାନ୍ତିଙ୍କ ପୌରୋ ହିତ୍ୟ ରେ ସାମ୍ବାଦିକ ଭବନ, ନୟାଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭ ରେ ଗଣିଆ ଉନ୍ନୟନ କମିଟି ର ସଭାପତି, ଉଷା ପଟ୍ଟନାୟକ ଆମ ଜିଲ୍ଲାର ସ୍ଥିତି କିପରି ଦିନକୁ ଦିନ ବିଗିଡି ଯାଉଛି ବୋଲି କହିବାକୁ ଯାଇ ପୁଅଙ୍କ ଅନୁପାତ ରେ କନ୍ୟା ସନ୍ତାନ ୭୭୪ , ଅର୍ଥାତ୍ ଏକ ହଜାର ପୁଅ ଜନ୍ମ ହେଉଥିବା ବେଳେ ଝିଅ ମାନଙ୍କ ଜନ୍ମ ହାର ଯଥେଷ୍ଟ କମି ଯାଇଛି ଉକ୍ତ କର୍ମଶାଳା ରେ ମୁଖ୍ୟ…
Read Moreଲକ୍ଷ୍ମୀ ନରସିଂହ ଅଙ୍ଗନରେ ଗୋପବନ୍ଧୁ ଜୟନ୍ତୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ଦେଉଳି ଲକ୍ଷ୍ମୀ ନରସିଂହ ଅଙ୍ଗନ ଠାରେ ଗୋପବନ୍ଧୁ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି। ଜିଲା ଲେଖକ ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆନ୍ତର୍ଜାତୀୟ ଶିଶୁ କବି ବସିରନ୍ ବିବି , ସମ୍ମାନୀତ ଅତିଥିଭାବେ ଜିଲ୍ଲା ଲେଖକ ପରିଷଦର ସମ୍ପାଦକ ଶେଖ୍ ଅବଦୁଲ ଖାଲିକ୍,ଡ. ସୁକାନ୍ତି ମହାନ୍ତି,ଡ. ଗୀତାଞ୍ଜଳୀ ମହାପାତ୍ର,ଡ. ପ୍ରିୟମ୍ବଦା ଦାଶ, ବରିଷ୍ଠ ସାମ୍ବାଦିକ ଗୋକୁଳ କୁମାର ଷଡ଼ଙ୍ଗୀ, ମହମ୍ମଦ ଆଜାଦ୍, ପଣ୍ଡିତ କୃଷ୍ଣ ଚନ୍ଦ୍ର ସାହୁ,ଅଧ୍ୟାପିକା ନିଳୀମା ନନ୍ଦ ଓ ସୁରେନ୍ଦ୍ର ନାଥ ପ୍ରଧାନ ଏବଂ ସ୍ବତନ୍ତ୍ର ଅତିଥି ଭାବେ ନିରାକାର ସ୍ବାଇଁ,ଗୋଦାବରୀ ବସନ୍ତିଆ,ପ୍ରତାପ ସାହୁ, ରବିନ୍ଦ୍ର କୁମାର ମହାପାତ୍ର,ସରୋଜ କୁମାର ସାହୁ,ପ୍ରମୁଖ ଯୋଗଦେଇ ଗୋପବନ୍ଧୁଙ୍କ ତ୍ୟାଗପୂତ ଜୀବନାଦର୍ଶ, ସାମ୍ବାଦିକକତା ଜୀବନ ଓ ତାଙ୍କର ଓଡ଼ିଆ…
Read Moreଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ କଷ୍ଟି ଡାକୁଆଙ୍କ ସହିଦ୍ ଦିବସ ପାଳିତ, ପ୍ରଜାମଣ୍ଡଳ ଆନ୍ଦୋଳନର ଦୁର୍ଦ୍ଦଶ ନେତା ଥିଲେ କଷ୍ଟି ଡାକୁଆ
ନୟାଗଡ଼, (ନୟାଗଡ଼ ଦର୍ପଣ): ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ମହାନ୍ ସ୍ବାଧୀନତା ସଂଗ୍ରାମୀ ସହିଦ କଷ୍ଟି ଡାକୁଆଙ୍କ ସହିଦ୍ ଦିବସ ପାଳିତ ହୋଇ ଯାଇଛି। ବିଦ୍ଯାଳୟ ପରିସରରେ ସ୍ଥାପିତ କଷ୍ଟି ଡାକୁଆଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ସାହିତ୍ୟିକ ବିଶ୍ବନାଥ ମହାପାତ୍ର ଓ ବରିଷ୍ଠ ସମାଜସେବୀ ପ୍ରମୋଦ ପଟ୍ଟନାୟକ,ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁ ଓ ଯୁଗ୍ମ ସଂପାଦକ ସନ୍ତୋଷ କୁମାର ନାୟକ ପୁଷ୍ପ ମାଲ୍ଯାର୍ପଣ କରିବା ସହିତ ଧୂପ ଦୀପ ଅର୍ପଣ କରିଥିଲେ। ଏହା ବ୍ଯତୀତ ଉକ୍ତ ମଣ୍ଡପରେ ସ୍ଥାପିତ ହୋଇଥିବା ଅନ୍ୟ ଚାରିଜଣ ମହାପୁରୁଷ ମହାତ୍ମା ଗାନ୍ଧୀ, ଗୋପବନ୍ଧୁ ଦାସ, ସୁବାସ ଚନ୍ଦ୍ର ବୋଷ ଓ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ମଧ୍ଯ ଧୂପପୁଷ୍ପ ଅର୍ପଣ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ଓ ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କୁ ମହାନ୍ ସ୍ବାଧୀନତା ସଂଗ୍ରାମୀ ସହିଦ…
Read Moreଛାତ୍ର ସଂସଦ ନିର୍ବାଚନ ବାତିଲ୍ କରି କ୍ୟାମ୍ପସ୍ ଗଣତନ୍ତ୍ରର ହତ୍ୟା କରାଯାଇଛି: କଂଗ୍ରେସ
ନିର୍ବାଚନ ବାତିଲ୍ ନିର୍ଦ୍ଦେଶ ପ୍ରତ୍ୟାହାର ପାଇଁ ଛାତ୍ର କଂଗ୍ରେସର ଦାବି ନୟାଗଡ଼, (ନୟାଗଡ଼ ଦର୍ପଣ): ଆଇନଶୃଙ୍ଖଳା ପରିସ୍ଥିତିର ଆଳ ଦେଖାଇ ନୟାଗଡ଼ ଜିଲ୍ଲାର ବିଭିନ୍ନ ପ୍ରମୁଖ ମହାବିଦ୍ୟାଳୟରେ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିବା ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟାକୁ ବାତିଲ୍ କରାଯାଇ କ୍ୟାମ୍ପସ୍ ଗଣତନ୍ତ୍ରର ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ। ଏହା ଏକ ଯୋଜନାବଦ୍ଧ ପଦକ୍ଷେପ ବୋଲି ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ଅଭିଯୋଗ କରିଛନ୍ତି। ଜିଲ୍ଲା ପ୍ରଶାସନର ଏଭଳି ଛାତ୍ରବିରୋଧୀ ନିଷ୍ପତ୍ତି ଆଇନସମ୍ମତ ନୁହେଁ ବୋଲି ଦର୍ଶାଇ ତୁରନ୍ତ ଏହି ନିର୍ଦ୍ଦେଶନାମା ପ୍ରତ୍ୟାହାର କରିବାକୁ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁ ଦାବି କରିଛନ୍ତି। ଦୀର୍ଘ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ନିଜ ପସନ୍ଦର ଛାତ୍ରନେତା ବାଛିବାକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ରହିଥିଲା।…
Read More