କନ୍ୟା ସନ୍ତାନ ସଂଖ୍ୟା ହ୍ରାସ ରୋକିବା ନିମନ୍ତେ କର୍ମଶାଳା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ – ମୈତ୍ରୀ ଯୁବ ସଂସଦ , ନୟାଗଡ଼ ଓ ଗଣିଆ ଉନ୍ନୟନ କମିଟି , ଗଣିଆ ମିଳିତ ସହଯୋଗ ରେ କନ୍ୟା ସନ୍ତାନ ହ୍ରାସ ରୋକିବା ନିମନ୍ତେ ଏକ ବ୍ଲକସ୍ତରୀୟ କର୍ମଶାଳା ସମାଜସେବୀ ଅରୁଣ କୁମାର ମହାନ୍ତିଙ୍କ ପୌରୋ ହିତ୍ୟ ରେ ସାମ୍ବାଦିକ ଭବନ, ନୟାଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭ ରେ ଗଣିଆ ଉନ୍ନୟନ କମିଟି ର ସଭାପତି, ଉଷା ପଟ୍ଟନାୟକ  ଆମ ଜିଲ୍ଲାର ସ୍ଥିତି କିପରି ଦିନକୁ ଦିନ ବିଗିଡି ଯାଉଛି ବୋଲି କହିବାକୁ ଯାଇ ପୁଅଙ୍କ ଅନୁପାତ ରେ କନ୍ୟା ସନ୍ତାନ ୭୭୪ , ଅର୍ଥାତ୍ ଏକ ହଜାର ପୁଅ ଜନ୍ମ ହେଉଥିବା ବେଳେ ଝିଅ ମାନଙ୍କ ଜନ୍ମ ହାର ଯଥେଷ୍ଟ କମି ଯାଇଛି ଉକ୍ତ କର୍ମଶାଳା ରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗ ଦେଇ ତାଙ୍କ ଅଭିଭାଷଣ ରେ କହିଥିଲେ, ସମାଜରେ ଏହା ଏକ ସଙ୍ଗୀନ ସମସ୍ୟା , ଏହା ଏପରି ଦାନା ବାନ୍ଧିଲାଣି ଯେ, ପୁଅ ମାନଙ୍କ ନିମନ୍ତେ ବୋହୁ ଟିଏ ମିଳିବା କଷ୍ଟକର ହୋଇ ଗଲାଣି l ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ପୌରଧ୍ୟକ୍ଷା ନିରୂପମା ଖଟେଇ ବର୍ଣ୍ଣନା କରି କହିଥିଲେ, ଝିଅଟିଏ 
ମଧ୍ୟ ପୁଅ ମାନଙ୍କ ଭଳି ସବୁ କ୍ଷେତ୍ର ରେ ସମକକ୍ଷ, ତେଣୁ ଦମ୍ପତି ମାନେ ଝିଅ ମାନଙ୍କୁ ସମଦୃଷ୍ଟି ରଖିବା ଆବଶ୍ୟକ l
ଅନ୍ୟତମ ଅତିଥି ରୂପେ ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ଦାସ ଏ ବାବଦରେ ଆଇନ୍ ରେ ଥିବା ବ୍ୟବସ୍ଥା ବିଷୟରେ ଆଲୋଚନା କରିଥିଲେ l ପରିଶେଷରେ ମୈତ୍ରୀ ଯୁବ ସଂସଦର ସମ୍ପାଦକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ଦିଗରେ ପ୍ରଫୁଲ୍ଲ କୁମାର ବେହେରା, ପ୍ରଫୁଲ୍ଲ କୁମାର ନାୟକ, ସଂଧ୍ୟା ପଟ୍ଟନାୟକ ସହଯୋଗ କରିଥିଲେ l

Related posts