ଭବନ ଉଚ୍ଚ ହେବା ସହିତ ଭାବନା ଉଚ୍ଚ ହେବା ଦରକାର- ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନୀଳ ମାଧବ କଲ୍ୟାଣ ମଣ୍ଡପ ଠାରେ ନୟାଗଡ଼ ର ବୁଦ୍ଧିଜୀବୀ ମାନଙ୍କୁ ନେଇ ବୌଦ୍ଧିକ ଚିନ୍ତନ ସମାବେଶ ଅନୁଷ୍ଠିତ ହୋଇ ଯାଇଛି। ଏହି ସମାବେଶରେ ଆଲୋଚକ ଭାବେ ଓଡିଶାର ସୁନାମଧନ୍ୟ ଲୋକପ୍ରିୟ ପ୍ରବକ୍ତା ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା ଯୋଗଦେଇ ଭାରତୀୟ ସଂସ୍କୃତିର ମହାନତା ସହିତ ଗୁରୁକୁଳ ପରମ୍ପରା ର ନୈତିକ ମୂଲ୍ଯବୋଧ ବିଷୟରେ ଗଭୀର ଆଲୋକପାତ କରିଥିଲେ। ଭଲ ମଣିଷର ସଜ୍ଞା ଠାରୁ ଆରମ୍ଭ କରି ସୁଖ ଶାନ୍ତି ରେ ଜୀବନ ନିର୍ବାହ କରିବା ଏବଂ ମନୁଷ୍ଯ ଜନ୍ମକୁ ସାର୍ଥକ କରିବା ପାଇଁ ଯେଉଁ ଶିକ୍ଷା ଦରକାର ସେ ବିଷୟରେ ଅତି ସୁନ୍ଦର ଭାବେ ଆଲୋଚନା କରିଥିଲେ। ନୟାଗଡ଼ ଜନସାଧାରଣଙ୍କ ତରଫରୁ ନୟାଗଡ଼…
Read More