ନୟାଗଡ଼ରେ ବୌଦ୍ଧିକ ଚିନ୍ତନ ସମାବେଶ ଅନୁଷ୍ଠିତ

ଭବନ ଉଚ୍ଚ ହେବା ସହିତ ଭାବନା ଉଚ୍ଚ ହେବା ଦରକାର- ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନୀଳ ମାଧବ କଲ୍ୟାଣ ମଣ୍ଡପ ଠାରେ ନୟାଗଡ଼ ର ବୁଦ୍ଧିଜୀବୀ ମାନଙ୍କୁ ନେଇ ବୌଦ୍ଧିକ ଚିନ୍ତନ ସମାବେଶ ଅନୁଷ୍ଠିତ ହୋଇ ଯାଇଛି। ଏହି ସମାବେଶରେ ଆଲୋଚକ ଭାବେ ଓଡିଶାର ସୁନାମଧନ୍ୟ ଲୋକପ୍ରିୟ ପ୍ରବକ୍ତା ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା ଯୋଗଦେଇ ଭାରତୀୟ ସଂସ୍କୃତିର ମହାନତା ସହିତ ଗୁରୁକୁଳ ପରମ୍ପରା ର ନୈତିକ ମୂଲ୍ଯବୋଧ ବିଷୟରେ ଗଭୀର ଆଲୋକପାତ କରିଥିଲେ। ଭଲ ମଣିଷର ସଜ୍ଞା ଠାରୁ ଆରମ୍ଭ କରି ସୁଖ ଶାନ୍ତି ରେ ଜୀବନ ନିର୍ବାହ କରିବା ଏବଂ ମନୁଷ୍ଯ ଜନ୍ମକୁ ସାର୍ଥକ କରିବା ପାଇଁ ଯେଉଁ ଶିକ୍ଷା ଦରକାର ସେ ବିଷୟରେ ଅତି ସୁନ୍ଦର ଭାବେ ଆଲୋଚନା କରିଥିଲେ। ନୟାଗଡ଼ ଜନସାଧାରଣଙ୍କ ତରଫରୁ ନୟାଗଡ଼ ପୌରପରିଷଦ ଅଧ୍ଯକ୍ଷା ନିରୁପମା ଖଟେଇ ଆଲୋଚକଙ୍କୁ ସମ୍ବର୍ଦ୍ଧନା କରିଥିଲେ। ଏହି କାର୍ଯ୍ୟକ୍ରମର ଆୟୋଜନରେ ସମାଜସେବୀ ଶ୍ରୀଧର ସାହୁ, ଶ୍ରୀକାନ୍ତ ଖଟେଇ ଓ ଗୋଦାବରୀଶ ସାହୁ ସହଯୋଗ କରିଥିଲା ବେଳେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର, ସିଭିଲ ସୋସାଇଟି, ଭାରତ ବିକାଶ ପରିଷଦ, ରୋଟାରୀ କ୍ଳବ, ଗାୟତ୍ରୀ ପରିବାର ଆଦି ବହୁ ଅନୁଷ୍ଠାନର ବୁଦ୍ଧିଜୀବୀ ମାନଙ୍କ ସହିତ ନୟାଗଡ଼ ର ବହୁ ସାମ୍ବାଦିକ ବନ୍ଧୁ ଯୋଗ ଦେଇଥିଲେ।

Related posts