ପ୍ରତିଭା ପ୍ରଦର୍ଶନର ଅନନ୍ୟ ମଞ୍ଚରେ ଝଲସିଲା ନୟାଗଡ଼ର ଶିଶୁ ପ୍ରତିଭା; ରାଜ୍ୟସ୍ତରକୁ ଯିବେ କୃତୀ ପ୍ରତିଯୋଗୀ ନୟାଗଡ଼,(ନୟାଗଡ଼ ଦର୍ପଣ): ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ, ସୃଜନଶୀଳତାର ପରିପ୍ରକାଶ ଏବଂ କଳା, ସାହିତ୍ୟ ଓ ସଂସ୍କୃତି ପ୍ରତି ରୁଚି ସୃଷ୍ଟି କରିବାର ଲକ୍ଷ୍ୟ ନେଇ ଆୟୋଜିତ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ନବଘନପୁର ଉଚ୍ଚ ବିଦ୍ୟାଳୟ ପରିସରରେ ମହାଆଡ଼ମ୍ବରରେ ଉଦ୍ଯାପିତ ହୋଇଯାଇଛି। ଏହି ମହୋତ୍ସବରେ ଜିଲ୍ଲାର ବିଭିନ୍ନ ବ୍ଲକ୍ରୁ ଆସିଥିବା କୁନି କୁନି ପ୍ରତିଭାମାନେ ନିଜର ଅନନ୍ୟ କଳା, ଜ୍ଞାନ ଓ ସୃଜନଶୀଳତାର ପରିଚୟ ଦେଇଥିଲେ। ଉଦ୍ଘାଟନୀ ସଭାରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ସଭାପତିତ୍ୱ କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା…
Read MoreDay: November 10, 2026
ନୟାଗଡ଼ରେ ଜିଲ୍ଲାସ୍ତରୀୟ ଯୁବୋତ୍ସବ- ୨୦୨୬ ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଥିବା ଡାଇମଣ୍ଡ ଜୁବୁଲି ଅଡିଟୋରିୟମ ଠାରେ ଜିଲ୍ଲା ପ୍ରଶାସନ, ନୟାଗଡ଼ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଯୁବୋତ୍ସବ-୨୦୨୬ ଅନୁଷ୍ଠିତ ହୋଇଯାଇଛି । ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ ଅଭିଯାନର ଅଂଶବିଶେଷ ଭାବେ ଆୟୋଜିତ ଏହି ଉତ୍ସବର ମୁଖ୍ୟ ବାର୍ତ୍ତା ଥିଲା ‘ପ୍ରଗତିର ସାରଥୀ… ଆମ ଯୁବ ଶକ୍ତି’। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୁରମା ପାଢ଼ୀ ଯୋଗ ଦେଇଥିଲେ। ସମ୍ମାନିତ ଅତିଥିଭାବେ ପୁରୀ ସାଂସଦ ଡା. ସମ୍ବିତ ପାତ୍ର, ଖଣ୍ଡପଡ଼ା ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁ, ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ମଧୁମିତା ରଥ, ନୟାଗଡ଼ ପୌରାଧ୍ୟକ୍ଷା ନିରୁପମା ଖଟେଇ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନୟାଗଡ଼ ସ୍ୱୟଂଶାସିତ…
Read Moreନୟାଗଡ଼ରେ ନୂତନ ଆଧାର ସେବା କେନ୍ଦ୍ର ଉଦଘାଟିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଦୁର୍ଗାପ୍ରସାଦ ଠାରେ ଏକ ନୂତନ ଆଧାର ସେବା କେନ୍ଦ୍ର ଜିଲ୍ଲାପାଳ ମଧୁମିତା ରଥଙ୍କ କରକମଳରେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ କୁମାର ସେନାପତି, ଡେପୁଟି ଜେନେରାଲ ମ୍ୟାନେଜର ନିହାର ରଞ୍ଜନ ନାୟକ, ଶ୍ରୀଯୁକ୍ତ ଜ୍ୟୋତି ରଞ୍ଜନ, ଅପେରସନ ହେଡ ମନୋଜ କୁମାର ସାମଲ, ମାନସ କୁମାର ସାସମଲ ଆଦି ଉପସ୍ଥିତ ଥିଲେ। ଆଧାର ସମ୍ବନ୍ଧୀୟ କୌଣସି କାର୍ଯ୍ୟ କିମ୍ବା ଅଭିଯୋଗର ସମାଧାନ ପାଇଁ ନୟାଗଡ଼ବାସୀଙ୍କୁ ଆଉ ଭୁବନେଶ୍ୱରସ୍ଥିତ ୟୁଆଇଡିଏଆଇ ରାଜ୍ୟ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ । ଏହି ନୂତନ ଆଧାର ସେବା କେନ୍ଦ୍ରଟି ଜନସାଧାରଣଙ୍କ ସୁବିଧାକୁ ପ୍ରାଥମିକତା ଦେଇ ଏକ ସ୍ୱତନ୍ତ୍ର ସେବା କେନ୍ଦ୍ର ଭାବେ କାର୍ଯ୍ୟ କରିବ। ଏଠାରେ ନୟାଗଡ଼ ଜିଲ୍ଲା ସମେତ ଆଖପାଖ ଅଞ୍ଚଳର ଲୋକମାନେ ବିଭିନ୍ନ…
Read Moreଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ ପକ୍ଷରୁ ଜାତୀୟ ଆଇନ ସେବା ଦିବସ ମହାସମାରୋହରେ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ ପକ୍ଷରୁ ଜାତୀୟ ଆଇନ ସେବା ଦିବସ (National Legal Services Day) ମହାସମାରୋହରେ ପାଳନ କରାଯାଇଥିଲା। ମାନ୍ୟବର ଅଜନ୍ତା ଷଡ଼ଙ୍ଗୀ, ଅଧ୍ୟକ୍ଷା ତଥା ଜିଲ୍ଲା ଓ ଦୌରା ଜଜ୍, ନୟାଗଡ଼ଙ୍କ ସଦୟ ଅନୁମତିକ୍ରମେ ଏହି କାର୍ଯ୍ୟକ୍ରମଟି ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଅଞ୍ଜଳି ମଛଖଣ୍ଡଙ୍କ ଦକ୍ଷ ନେତୃତ୍ୱ ଓ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା।ଏହି ଅବସରରେ ବିଚାର ବିଭାଗୀୟ ଅଧିକାରୀ, ପୋଲିସ ଅଧିକାରୀ ଓ ଆଇନଜୀବୀମାନେ ଅତିଥି ଭାବେ ଯୋଗଦେଇଥିବା ବେଳେ ନୟାଗଡ଼ ପୋଲିସ ଟ୍ରେନିଂ ସ୍କୁଲର ପ୍ରଶିକ୍ଷାର୍ଥୀ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ପାରା ଲିଗାଲ୍ ସ୍ୱେଚ୍ଛାସେବୀ (PLVs), ୱାନ୍ ଷ୍ଟପ୍ ସେଣ୍ଟରର କର୍ମଚାରୀ, ସାଧାରଣ ଜନତା ଏବଂ ସେବା (SEVA) ଅନୁଷ୍ଠାନର ଅନ୍ତେବାସୀମାନେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଆଇନ ସଚେତନତା ସମ୍ବନ୍ଧୀୟ ବିଭିନ୍ନ ଆକର୍ଷଣୀୟ ଓ ଶିକ୍ଷଣୀୟ…
Read Moreଯୁବ ମହୋତ୍ସବରେ ବିଚାରକଙ୍କ ମୂଲ୍ୟାୟନକୁ ନେଇ ବିବାଦ
ଲାଇଭ୍ ପରିବେଷଣକୁ ପଛରେ ପକାଇ ରେକର୍ଡ ଗୀତରେ ନୃତ୍ୟ କରିଥିବା ପ୍ରତିଯୋଗୀଙ୍କୁ ପ୍ରଥମ ପୁରସ୍କାର! ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଦାବି ନୟାଗଡ଼,(ନୟାଗଡ଼ ଦର୍ପଣ): ଯୁବ ପ୍ରତିଭାଙ୍କୁ ଉତ୍ସାହିତ ଓ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆୟୋଜିତ ଯୁବ ମହୋତ୍ସବରେ ବିଚାରକଙ୍କ ମୂଲ୍ୟାୟନ ପ୍ରକ୍ରିୟାକୁ ନେଇ ଏବେ ବିବାଦ ଦେଖାଦେଇଛି। ଲାଇଭ୍ ପରିବେଷଣକୁ ଗୁରୁତ୍ୱ ଦିଆଯିବାର ନିୟମ ଥିବା ସତ୍ତ୍ୱେ ରେକର୍ଡ ଗୀତରେ ନୃତ୍ୟ ପରିବେଷଣ କରିଥିବା ପ୍ରତିଯୋଗୀଙ୍କୁ ପ୍ରଥମ ପୁରସ୍କାର ମିଳିଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଲାଇଭ୍ ପରିବେଷଣ କରିଥିବା ପ୍ରତିଯୋଗୀଙ୍କୁ ଦ୍ୱିତୀୟ ସ୍ଥାନରେ ରଖାଯାଇଥିବାରୁ ଏହାକୁ ନେଇ ପ୍ରଶ୍ନ ଉଠିଛି।ସୂଚନା ଅନୁଯାୟୀ, ଆଜି ମହାବିଦ୍ୟାଳୟରେ ଅନୁଷ୍ଠିତ ଯୁବ ମହୋତ୍ସବରେ ଫୋକ୍ ଡ୍ୟାନ୍ସ ଓ ଫୋକ୍ ସଙ୍ଗ୍ ପ୍ରତିଯୋଗିତା ପାଇଁ ଲାଇଭ୍ ପରିବେଷଣର ନିୟମ ରହିଥିବା କୁହାଯାଉଛି। କିନ୍ତୁ କେତେକ ପ୍ରତିଯୋଗୀ ରେକର୍ଡ ଗୀତର ସହାୟତାରେ ନିଜର ପରିବେଷଣ କରିଥିଲେ…
Read Moreରାଜ୍ୟସ୍ତରୀୟ ‘ଚେତନା’ ଶିବିରରେ ଚମକିଲେ ରୋହିବାଙ୍କର ଦୁଇ ଛାତ୍ରୀ
ଆଲିଶା ଓ ସନ୍ଧ୍ୟାରାଣୀଙ୍କୁ ମିଳିଲା ସ୍ୱର୍ଣ୍ଣ ପଦକ, ପ୍ରତିଭାରେ ମନ ଜିଣିଲେ ଆଲିଶା ଓଡ଼ଗାଁ,(ନୟାଗଡ଼ ଦର୍ପଣ): ପ୍ରତିଭା, ସୃଜନଶୀଳତା ଓ କଳାତ୍ମକ ଚିନ୍ତାଧାରାର ଅନନ୍ୟ ନିଦର୍ଶନ ଦେଖାଇ ରାଜ୍ୟସ୍ତରରେ ନୟାଗଡ଼ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଓଡ଼ଗାଁ ବ୍ଲକ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟର ଦୁଇ ନବମ ଶ୍ରେଣୀ ଛାତ୍ରୀ ଆଲିଶା ପ୍ରିୟଦର୍ଶିନୀ ବେହେରା ଓ ସନ୍ଧ୍ୟାରାଣୀ ନାୟକ। ଭୁବନେଶ୍ୱରସ୍ଥିତ ଓଡ଼ିଶା ଭାରତ ସ୍କାଉଟ୍ସ ଓ ଗାଇଡ୍ସର ମୁଖ୍ୟ କାର୍ଯ୍ୟାଳୟରେ ନଭେମ୍ବର ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ରାଜ୍ୟସ୍ତରୀୟ ‘ଚେତନା’ ଶିବିରରେ ଉଭୟ ଛାତ୍ରୀ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଶିବିରରେ ଆୟୋଜିତ ‘ଅଦରକାରୀ ଜିନିଷରୁ ଉପଯୋଗୀ ଓ ସୁନ୍ଦର ବସ୍ତୁ ପ୍ରସ୍ତୁତି’ ପ୍ରତିଯୋଗିତାରେ ଛାତ୍ରୀମାନେ ନିଜର ଅସାଧାରଣ ସୃଜନଶୀଳତାର ପରିଚୟ ଦେଇଥିଲେ। ପଲିଥିନ୍ ବ୍ୟବହାର ପରିବର୍ତ୍ତେ କାଗଜରେ ପ୍ରସ୍ତୁତ ସାମଗ୍ରୀ, ଟିସୁ କାଗଜରେ ଫୁଲ ବୁକେ,…
Read More