ନୟାଗଡ଼ରେ ଭାରତ ବିକାଶ ପରିଷଦ, ଓଡିଶା ପୂର୍ବପ୍ରାନ୍ତର ରାଜ୍ଯ ସ୍ତରୀୟ “ଭାରତ କୋ ଜାନୋ” ପ୍ରଶ୍ନମଞ୍ଚ ପ୍ରତିଯୋଗିତା ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଭାରତର ସମୃଦ୍ଧ ପ୍ରବୃଦ୍ଧ ବର୍ଗର ବ୍ୟକ୍ତି ମାନଙ୍କୁ ଏକତ୍ରିତ କରି ସମାଜର ବଞ୍ଚିତ ବର୍ଗର ସେବା କରିବା ସହ ଉତ୍ତର ପିଢ଼ିକୁ ସୁସଂସ୍କାରିତ କରି ଗଢିତୋଳିବା ସହ ଭାରତର ସର୍ବାଙ୍ଗୀନ ବିକାଶ କରି ଏକ ସୁସ୍ଥ ସମର୍ଥ ସଂସ୍କାରିତ ଭାରତ ଗଠନ ଲକ୍ଷ୍ୟରେ କାର୍ଯ୍ୟକରୁଥିବା ରାଷ୍ଟ୍ରବାଦୀ ସଂଗଠନ *ଭାରତ ବିକାଶ ପରିଷଦ* ର ଓଡିଶା ପୂର୍ବ ପ୍ରାନ୍ତ ତରଫରୁ ନୟାଗଡ଼ ଜିଲ୍ଲା ପରିଷଦ ସଭାକକ୍ଷରେ ‘ଭାରତ କୋ ଜାନୋ-୨୦୨୬” ପ୍ରଶ୍ନମଞ୍ଚ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଛାତ୍ରଛାତ୍ରୀ ମାନଙ୍କ ମଧ୍ଯରେ ଶ୍ରବଣ କୁମାର ର ପିତାମାତା ଭକ୍ତି, ବାଜି ରାଉତର ଦେଶଭକ୍ତି ,ବୀର ସଭରକରଙ୍କ ଦେଶପ୍ରେମ ଜାଗରଣ କରିବା ସହିତ ଭାରତର ଐତିହ୍ୟ ପରମ୍ପରା ସଂସ୍କୃତି ବିଷୟରେ ପରିଚିତ କରିବା ପାଇଁ ପ୍ରତିବର୍ଷ ଏହି ପ୍ରଶ୍ନମଞ୍ଚ ପ୍ରତିଯୋଗିତା ଶାଖା ସ୍ତରରୁ ଆରମ୍ଭ ହୋଇ ଜାତୀୟ ସ୍ତର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ। ଆଜି ନୟାଗଡ଼ ଶାଖା ଆତିଥ୍ଯୟତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶା ପୂର୍ବ ପ୍ରାନ୍ତର ୨୧ଟି ଶାଖା ତରଫରୁ ଚୟନ ହୋଇଥିବା ବିଭିନ୍ନ ବିଦ୍ଯାଳୟର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଭାରତ ବିକାଶ ପରିଷଦ ଓଡିଶା ପୂର୍ବ ପ୍ରାନ୍ତର ଉପାଧ୍ଯକ୍ଷ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉଦଘାଟନ ସମାରୋହରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲା ବେଳେ ମୁଖ୍ଯ ବକ୍ତା ଭାବେ ଭାରତ ବିକାଶ ପରିଷଦ ପୂର୍ବ କ୍ଷେତ୍ରର କ୍ଷେତ୍ରୀୟ ସଂଗଠନ ସଚିବ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ଯୋଗଦେଇ ଛାତ୍ରଛାତ୍ରୀ ମାନେ ଭାରତର ମହାନ୍ ସଂସ୍କୃତି ପରମ୍ପରା ବିଷୟରେ ଅଧ୍ଯୟନ କରିବା ସହିତ ସ୍ବାମୀ ବିବେକାନନ୍ଦଙ୍କ ଦେଶପ୍ରେମରେ ଉଦବୁଦ୍ଧ ହୋଇ ଜୀବନ ନିର୍ବାହ କରିବା ପାଇଁ ପରାମର୍ଶ ଦେଇଥିଲେ। ପୂର୍ବ ପ୍ରାନ୍ତର ମହାସଚିବ ସୌମେନ୍ଦ୍ର ଦାସ, ଭାରତକୁ ଜାଣ କାର୍ଯ୍ୟକ୍ରମ ଆବାହକ ବିମଳ କାନ୍ତ ମହାନ୍ତି, ନୟାଗଡ଼ ଶାଖା ଅଧ୍ଯକ୍ଷ ପ୍ରସନ୍ନ କୁମାର ବସନ୍ତିଆ, ଶାଖା ସଚିବ ଘନଶ୍ୟାମ ସାହୁ ଓ ନୟାଗଡ଼ ଶାଖାର ସଂସ୍ଥାପକ ପ୍ରଫେସର ହରପ୍ରସାଦ ମହାପାତ୍ର ମଞ୍ଚାସୀନ ହୋଇ ନିଜ ନିଜର ବକ୍ତବ୍ଯ ରଖିଥିଲେ।ଏହି ଭାରତକୋ ଜାନୋ ପ୍ରଶ୍ନମଞ୍ଚ ପ୍ରତିଯୋଗିତାକୁ କୁଇଜ୍ ମାଷ୍ଟର ଚନ୍ଦ୍ର ବିଜୟୀ ମିଶ୍ର ପରିଚାଳନା କରିଥିଲେ। ଏହି ପ୍ରତିଯୋଗିତାରେ ପୁରୀ ର ଶ୍ରୀଜଗନ୍ନାଥ ଧାମ ଶାଖା, ବ୍ରହ୍ମପୁର ଶାଖା, ବ୍ରହ୍ମପୁର ସ୍ବାମୀ ବିବେକାନନ୍ଦ ଶାଖା,ଭୁବେନଶ୍ବର ଏକାମ୍ର ଶାଖା,  ଭୁବନେଶ୍ୱର ସେଣ୍ଟ୍ରାଲ ଶାଖା, ଭୁବନେଶ୍ୱର ବାଣୀ ବିହାର ଶାଖା, କଟକ ବାରବାଟୀ ଶାଖା, ବଡବିଲ ଶାଖା, ଢେଙ୍କାନାଳ ଶାଖା, ସତ୍ଯବାଦୀ ଶାଖା,ନୟାଗଡ଼ ଶାଖା, ଅନୁଗୋଳ ଶାଖା ବଡବିଲ୍ ଶାଖା,ବାଲେଶ୍ବର ଶାଖା ଆଦି ବିଭିନ୍ନ ଶାଖା ଅନ୍ତର୍ଗତ ବିଦ୍ଯାଳୟ ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ। ଅପରାହ୍ନରେ ଏହି ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।କନିଷ୍ଠ ବର୍ଗରେ ସତ୍ଯବାଦୀ ଶାଖାର ଓଡିଶା ଆଦର୍ଶ ବିଦ୍ଯାଳୟ,ସତ୍ଯବାଦୀ ର ସାଇ ଆଦିତ୍ୟ ପ୍ରଧାନ ଓ ସ୍ବୟମ୍ଭୁ ଶୁଭ୍ରଜିତ୍ ପ୍ରଧାନ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି ବ୍ରହ୍ମପୁର ସ୍ବାମୀ ବିବେକାନନ୍ଦ ଶାଖାର କେ. ସି. ହାଇସ୍କୁଲ,ବ୍ରହ୍ମପୁର ର  ଋତୁରାଜ ରାଉତ ଓ ବୈଷ୍ଣବୀ ପାଣିଗ୍ରାହୀ। ସେହିଭଳି ୩ୟ ସ୍ଥାନ ଅଧିକାର କରିଛନ୍ତି ଶ୍ରୀଜଗନ୍ନାଥ ଧାମ ଶାଖାର ଡିଏଭ ପବ୍ଳିକ ସ୍କୁଲ,ପୁରୀ ର ଅନୁରାଗ ଆଚାର୍ଯ୍ୟ ଓ ଶ୍ରେୟା ଭୁୟାଁ। ବରିଷ୍ଠ ବର୍ଗରେ ବ୍ରହ୍ମପୁର ଶାଖାର କେ. ସି. ପବ୍ଳିକ ବିଦ୍ଯାଳୟ ର  ହିତେଶ ମହାପାତ୍ର ଓ ଅରମାନ ପାଣିଗ୍ରାହୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ ଭୁବନେଶ୍ୱର ଏକାମ୍ର ଶାଖାର ଡିଏଭି ପବ୍ଲିକ ୟୁନିଟ-୮ ବିଦ୍ଯାଳୟ ର ସୌମ୍ୟ ସାଇ ଦାସ ଓ ପ୍ରଜ୍ଞାନ ରାଜ୍ ରାଉତ। ସେହିପରି ୩ୟ ସ୍ଥାନ ଅଧିକାର କରିଛନ୍ତି ନୟାଗଡ଼ ଶାଖା ର ମହର୍ଷି ବିଦ୍ଯା ମନ୍ଦିର, ନୟାଗଡ଼ର ସାଇ ଶିବାଶିଷ ହୋତା ଓ ଅରମାନ ସାମନ୍ତରାୟ । ଏହି ପ୍ରତିଯୋଗିତାରେ କେବଳ ପ୍ରଥମ ସ୍ଥାନ ଅଧିକାର କରିଥିବା ଦଳ ମାନେ କ୍ଷେତ୍ର ସ୍ତରୀୟ ପ୍ରତିଯୋଗିତା ରେ ଭାଗନେଇ ପାରିବେ। ଅତି ଚିତାକର୍ଷକ ଭାବେ ସମସ୍ତ ପ୍ରତିଯୋଗୀ ମାନେ ଉତ୍ତର ରଖି ସଂଘର୍ଷ କରିଥିଲେ।ଏହି କାର୍ଯ୍ୟକ୍ରମର ଆୟୋଜକ ନୟାଗଡ଼ ଶାଖା କୁ ଅତିଥି ମାନେ ପ୍ରାନ୍ତ ତରଫରୁ ସଂବର୍ଦ୍ଧନା କରିବା ସହିତ କୁଇଜ ମାଷ୍ଟର ଚନ୍ଦ୍ର ବିଜୟୀ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଏହି କାର୍ଯ୍ୟକ୍ରମରେ ପର୍ଯ୍ଯବେକ୍ଷକ ଭାବେ ପୂର୍ବକ୍ଷେତ୍ରର ରାଷ୍ଟ୍ରୀୟ ସଦସ୍ଯା ସୁପ୍ରୀତି ରଥ, କ୍ଷତ୍ରୀୟ ସେବା ସଂଯୋଜକ ପ୍ରସନ୍ନ ଛୋଟରାୟ,କ୍ଷତ୍ରୀୟ ପର୍ଯ୍ଯାବରଣ ସଂଯୋଜକ ବିଜୟ କୁମାର ମୋଦୀ ପ୍ରାନ୍ତ ସଂଗଠନ ସଚିବ ରାମଚନ୍ଦ୍ର ଦଳାଇ, ପ୍ରାନ୍ତୀୟ ପର୍ଯ୍ଯାବରଣ ସଂଯୋଜକ ହେମନ୍ତ କୁମାର ମିଶ୍ର, ପ୍ରାନ୍ତୀୟ ସମ୍ପର୍କ ସଂଯୋଜକ ଜିତେନ୍ଦ୍ର କୁମାର ସାହୁ, ଭୁବନେଶ୍ୱର ମହାନଗର ସଂଯୋଜକ ମ୍ରୁତ୍ୟୁଞ୍ଜୟ ମହାନ୍ତି, ନୟାଗଡ ଶାଖା ସଦସ୍ଯ ଶ୍ରୀଧର ମିଶ୍ର, ଅଶୋକ କୁମାର ନାୟକ, ଅନାଦି ଚରଣ ମହାନ୍ତି, ନୟାଗଡ଼ ଶାଖା ସେବା ସଚିବ ସୁବଳ ଚରଣ ନାୟକ, କାମାକ୍ଷା ପ୍ରସାଦ ଦାସ, ପ୍ରଦୀପ କୁମାର ସାହୁ,ନୟାଗଡ ଶାଖାର ସଦସ୍ଯା ଝିଲିମିଲି ସାହୁ,ଡକ୍ଟର ସୁକାନ୍ତି ମହାନ୍ତି, ଗାୟତ୍ରୀ ମହାପାତ୍ର,ପ୍ରଫୁଲ ନାୟକ,ନିରଂଜନ ନାୟକ,ଉଦ୍ଯନାଥ ନାୟକ,ଲକ୍ଷ୍ମୀକାନ୍ତ ଦାସ,ହରେକୃଷ୍ଣ ସାହୁ, ଅରୁଣ କୁମାର ମହାନ୍ତି ସମେତ ବହୁ ବରିଷ୍ଠ ସଦସ୍ଯ ମାନେ ଯୋଗଦେଇ ଥିଲା ବେଳେ ନୟାଗଡ଼ ଶାଖାର ସମସ୍ତ ସଦସ୍ଯ ମାନେ ଅକ୍ଳାନ୍ତ ପରିଶ୍ରମ କରି କାର୍ଯ୍ୟକ୍ରମଟିକୁ ସଫଳ କରିବାରେ ସମସ୍ତ ଦାୟିତ୍ୱ ନିର୍ବାହ କରିଥିଲେ। ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ ର ସ୍କାଉଟ୍ ଗାଇଡ୍ ଛାତ୍ରଛାତ୍ରୀ ଘୋଷ୍ ବାଦ୍ଯ ବାଦନ କରି ଅତିଥି ମାନଙ୍କୁ ପାଛୋଟି ନେଇଥିଲେ।ପରିଶେଷରେ ନୟାଗଡ଼ ଶାଖା ସଂସ୍କାର ସଚିବ ଦୁର୍ଯ୍ୟୋଧନ ସାହୁ ଧନ୍ଯବାଦ ଅର୍ପଣ କରିଥିଲେ।

Related posts