ନୂଆଗାଁ କପ୍-୨୦୨୬, ଦ୍ଵିତୀୟ ଲିଗ୍ ମ୍ୟାଚରେ ନୂଆଗାଁ ଦଳ ବିଜୟୀ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସଦରମହକୁମା ନୂଆଗାଁ ହାଇସ୍କୁଲ ଖେଳ ପଡ଼ିଆରେ ଚାଲିଥିବା ନୂଆଗାଁ କପ୍ ୨୦୨୬ର ଦ୍ଵିତୀୟ ଲିଗ୍ ମ୍ୟାଚରେ ଆୟୋଜକ ଏଫ୍ ଇ ସି ସି ନୂଆଗାଁ ଦଳ ବିଜୟ ଲାଭ କରିଛି । ଅନୁଷ୍ଠିତ ମ୍ୟାଚରେ କୋରଡ଼ା ଦଳ ଟସ୍ ଜିତିବା ପରେ ବ୍ୟାଟିଂ ନିଷ୍ପତି ନେଇଥିଲା । ନିର୍ଦ୍ଧାରିତ ୧୦ ଓଭରରେ କୋରଡ଼ା ଦଳ ୬ଗୋଟି ୱିକେଟ ହରାଇ ୭୫ରନ ସଂଗ୍ରହ କରିଥିଲା । ଏହାର ଜବାବରେ ନୂଆଗାଁ ଦଳ ମାତ୍ର ୬.୪ ଓଭରରେ ମାତ୍ର ତିନି ଗୋଟି ୱିକେଟ ହରାଇ ୭୭ରନ ସଂଗ୍ରହ କରି ବିଜୟ ଲାଭ କରିଛି । ମ୍ୟାଚରେ ଦମଦାର ବୋଲିଂ କରିଥିବା ନୂଆଗାଁ ଦଳର ଅଧିନାୟକ ସିପୁନ କୁମାର ସ୍ୱାଇଁ ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ମ୍ୟାଚକୁ ଦୁଇ ଅଭିଜ୍ଞ ଅମ୍ପାୟାର ସୁଶାନ୍ତ କୁମାର ସାହୁ ଓ ଦୀପକ କୁମାର ସ୍ୱାଇଁ ପରିଚାଳନା କରିଥିଲେ। ଉକ୍ତ ମ୍ୟାଚରେ ନୂଆଗାଁ ଥାନା ଅଧିକାରୀ ରଶ୍ମି ରଞ୍ଜନ ସାହୁ ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି ଉଭୟ ଦଳର ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଆସନ୍ତା କାଲି  ମାଳିସାହି ଓ ଢୋଲମରା ଦଳ ମଧ୍ୟରେ ତୃତୀୟ ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହେବା ନେଇ ଆୟୋଜକ ଏଫ୍ ଇ ସି ସି ନୂଆଗାଁ ପକ୍ଷରୁ ସୂଚନା ମିଳିଛି।

Related posts