ପଞ୍ଚଭୂତରେ ଲୀନ ହେଲେ ବୃଦ୍ଧାଶ୍ରମର ସୁକାନ୍ତି ମାଉସୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରରେ ଅବସ୍ଥିତ ସମର୍ପଣ ବୃଦ୍ଧାଶ୍ରମର‌ ଜଣେ ଅନ୍ତେବାସୀ ସୁକାନ୍ତି ମାଉସୀଙ୍କର ଦେହାନ୍ତ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ପକ୍ଷାଘାତ ରୋଗରେ ପୀଡିତ ଥିଲେ। ତାଙ୍କ ଭାଇ ଓ ପୁତୁରା ଅନ୍ତିମ ସଂସ୍କାର ପାଇଁ ମନା କରିବା ପରେ ସମର୍ପଣ ସଂପାଦକ ଶ୍ରୀଧର ସାହୁ ଦେବଦୂତ ଅନୁଷ୍ଠାନକୁ ଯୋଗାଯୋଗ କରିଥିଲେ ।  ଦେବଦୂତ ଅନୁଷ୍ଠାନର ବିଶିଷ୍ଟ ସମାଜସେବୀ ଉମା ମହାପାତ୍ର, ପ୍ରଭୁଦତ୍ତ ପ୍ରଧାନ ଏବଂ ଦେବଦୂତର  ସଦସ୍ୟ ସାଥିମାନଙ୍କ ସହାୟତାରେ  ନୟାଗଡ଼ ଶ୍ମଶାନରେ ଶବ ସତ୍କାର କରାଯାଇଥିଲା। ସମର୍ପଣ ତରଫରୁ କାର୍ଯ୍ୟକାରି ସଭାପତି ଅରୁଣ ମହାନ୍ତି, ସଂପାଦକ ଶ୍ରୀଧର ସାହୁ, ପରିଚାଳନା କମିଟି ସଦସ୍ୟ ସନ୍ତୋଷ ନାୟକ ଓ ଧିରେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଅନ୍ତିମ ସଂସ୍କାର କାର୍ଯ୍ୟରେ ଉପସ୍ଥିତ ଥିଲେ। ବୃଦ୍ଧାଶ୍ରମ ମ୍ୟାନେଜର ସୀତାରାମ ଏବଂ କେୟାର ଟେକର ଜିତୁ ଅନ୍ତିମ ସଂସ୍କାର କାର୍ଯ୍ୟରେ ସହାୟତା କରିଥିଲେ।

Related posts