ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ତରଫରୁ ଭାଜପାର ବରିଷ୍ଠ ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ (ରାଣୀ ମା)ଙ୍କ ନେତୃତ୍ୱରେ ଆଜି “ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ବିଶାଳ, ଦିବ୍ୟ ଓ ଭବ୍ୟ “ତ୍ରିରଙ୍ଗା ଶୋଭାଯାତ୍ରା” ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରୁ ପୁରୁଣା ରାଜବାଟୀ ପର୍ଯ୍ୟନ୍ତ ଆୟୋଜିତ ଏହି ଶୋଭାଯାତ୍ରାରେ ନୟାଗଡ଼ ସହର ଦେଶପ୍ରେମ ଓ ଜାତୀୟତାବୋଧରେ ମୁଖରିତ ହୋଇଉଠିଥିଲା। ଶୋଭାଯାତ୍ରାର ଏକ ବିଶେଷ ଆକର୍ଷଣ ଥିଲା ପ୍ରାୟ ୨,୦୦୦ରୁ ଊର୍ଦ୍ଧ୍ୱ ମହିଳାଙ୍କ ଅଂଶଗ୍ରହଣ। ମହିଳାମାନେ ପ୍ରାୟ ୨୦୦ ମିଟର ଦୀର୍ଘ ବିଶାଳ ତ୍ରିରଙ୍ଗା ପତାକା ଧରି ଦେଶାତ୍ମବୋଧକ ସ୍ଲୋଗାନ ଦେଇ ନୟାଗଡ଼ ସହରର ମୁଖ୍ୟରାସ୍ତା ଦେଇ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏଥିସହ ପ୍ରାୟ ୨,୫୦୦ରୁ ଊର୍ଦ୍ଧ୍ୱ ଭାଜପା କାର୍ଯ୍ୟକର୍ତ୍ତା ଓ…
Read MoreDay: August 14, 2026
‘ହର ଘର ତ୍ରିରଙ୍ଗା’ ଅବସରରେ ନୟାଗଡ଼ରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅବସରରେ ନୟାଗଡ଼ ଜିଲ୍ଲାସ୍ତରରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ ହୋଇଯାଇଛି। ଶୁକ୍ରବାର ପୂର୍ବାହ୍ନ ୧୦ଟା ୩୦ମିନିଟ୍ ସମୟରେ ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନରେ ଏହି ସ୍ମୃତି ଦିବସ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଜାତା କୁମାରୀ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁମିତ୍ରା ଭୂୟାଁ, ନୟାଗଡ଼ ପୌର ପରିଷଦର ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ବହୁ ସଂଖ୍ୟାରେ ଜନସାଧାରଣ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଦେଶ ବିଭାଜନ ସମୟରେ ପ୍ରାଣ ହରାଇଥିବା ଲୋକଙ୍କ ସ୍ମୃତି ଏବଂ ବିସ୍ଥାପିତ ପରିବାରଗୁଡ଼ିକର…
Read Moreଚାନ୍ଦପୁର ମଣ୍ଡଳରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା
୨ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମ, ସାମିଲ ହେଲେ ବାଚସ୍ପତି ସୁରମା ପାଢ଼ୀ ଚାନ୍ଦପୁର, (ନୟାଗଡ଼ ଦର୍ପଣ): ଦେଶପ୍ରେମ, ଜାତୀୟ ଏକତା ଓ ରାଷ୍ଟ୍ରୀୟ ଚେତନାର ବାର୍ତ୍ତା ନେଇ ଚାନ୍ଦପୁର ମଣ୍ଡଳ ବିଜେପି ପକ୍ଷରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ‘ହର ଘର ତ୍ରିରଙ୍ଗା’ ଅଭିଯାନ ଅବସରରେ ଅଗଷ୍ଟ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା ଆୟୋଜନ କରାଯାଉଥିବା ବେଳେ ଏହି କ୍ରମରେ ଚାନ୍ଦପୁରରେ ମଧ୍ୟ ଏହି ଭବ୍ୟ କାର୍ଯ୍ୟକ୍ରମ ହୋଇଥିଲା। ଅପରାହ୍ନ ପ୍ରାୟ ସାଢ଼େ ୧୨ଟାରେ ଚାନ୍ଦପୁରସ୍ଥିତ ମୋହନ ମହିଳା ମହାବିଦ୍ୟାଳୟ ନିକଟରୁ ଶୋଭାଯାତ୍ରା ବାହାରିଥିଲା। ଯାତ୍ରାରେ ସାମିଲ ହୋଇଥିବା ପ୍ରତ୍ୟେକଙ୍କୁ ତ୍ରିରଙ୍ଗା ପତାକା ପ୍ରଦାନ କରାଯାଇଥିଲା। ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ପ୍ରାୟ ୧୨୦ ମିଟର ଲମ୍ବର ବିଶାଳ ତ୍ରିରଙ୍ଗା ଧରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଶୋଭାଯାତ୍ରାରେ…
Read Moreହାଲଦ୍ୱାନି ଘଟଣାକୁ ନେଇ ନୟାଗଡ଼ରେ କଂଗ୍ରେସର ସତ୍ୟାଗ୍ରହ
ନୟାଗଡ଼, (ନୟାଗଡ଼ ଦର୍ପଣ): ହାଲଦ୍ୱାନି ଘଟଣାରେ ଜାତିଭେଦ, ଅସ୍ପୃଶ୍ୟତା ଓ ବିଭେଦମୂଳକ ରାଜନୀତିର ପ୍ରତିବାଦରେ ନୟାଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଛି। ଏଆଇସିସିର ଆହ୍ୱାନ କ୍ରମେ ଦେଶର ବିଭିନ୍ନ ଜିଲ୍ଲା ସଦର ମହକୁମାରେ ବାପୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଏହି ସତ୍ୟାଗ୍ରହ ଆୟୋଜନ କରାଯାଇଥିବା ବେଳେ ନୟାଗଡ଼ରେ ମଧ୍ୟ ଏହା ପାଳିତ ହୋଇଛି। ସ୍ଥାନୀୟ ତ୍ରିନାଥ ଛକସ୍ଥିତ ଶାନ୍ତିସ୍ଥଳରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଅହିଂସା ଓ ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଉତ୍ତରାଖଣ୍ଡର ହାଲଦ୍ୱାନିରେ କଂଗ୍ରେସ ସଭାପତି ତଥା ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସଭା ସମାପ୍ତ ହେବା ପରେ ସଭାସ୍ଥଳକୁ ଗଙ୍ଗାଜଳ ଛିଞ୍ଚି ‘ଶୁଦ୍ଧିକରଣ’ କରାଯାଇଥିଲା।…
Read Moreଶିକ୍ଷାର ବିକାଶ ପାଇଁ ବ୍ଲକ୍ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦରମହକୁମାରେ ଥିବା ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ,ନୂଆଗାଁ ରେ ବ୍ଲକ୍ ଶିକ୍ଷା ଅଧିକାରୀ ଡ. ଗିରିଜା ଶଙ୍କର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ବ୍ଲକ୍ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଅପାର, ସି ଟି ଏସ୍, ଉଲ୍ଲାସ,ଏମ ଡି ଏମ ଆଦି ଉପରେ ବିସ୍ତୃତ ଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ଆଲୋଚନା କରିଥିଲେ। ଅପାର ଆଇଡ୍ ରେ ଶତ ପ୍ରତିଶତ ସଫଳ ଅର୍ଜନ କରିଥିବା ପ୍ରଧାନଶିକ୍ଷକ ଗତିକୃଷ୍ଣ ପ୍ରଧାନ, ସୂର୍ଯ୍ୟମଣି ପଣ୍ଡା, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ,ଦିଲ୍ଲୀପ କୁମାର ମଲ୍ଲିକ,ସୁଧୀର କୁମାର ପ୍ରଧାନଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ବ୍ଲକ୍ ଶିକ୍ଷା ଅଧିକାରୀ ଡ. ଗିରିଜା ଶଙ୍କର ମହାପାତ୍ର ସମ୍ବର୍ଦ୍ଧିତ କରିଥିଲେ।ଏହି ବୈଠକ ରେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ରଘୁନାଥ ମଲ୍ଲିକ, ଉଚ୍ଚ ବିଦ୍ୟାଳୟ ର ପ୍ରଧାନ…
Read Moreନୟାଗଡ଼ରେ ଏବିଭିପି ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା – GenZଙ୍କ ପ୍ରଥମ ପସନ୍ଦ ସାଜିଛି ବିଦ୍ୟାର୍ଥୀ ପରିଷଦ
ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି), ନୟାଗଡ଼ ଜିଲ୍ଲା ପକ୍ଷରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ସଫଳତାର ସହ ଅନୁଷ୍ଠିତ ହୋଇଛି। ପ୍ରାୟ ୩୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣ ଏବଂ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇପାରିଛି। ଏହି କାର୍ଯ୍ୟକ୍ରମରେ ପୂର୍ବ କ୍ଷେତ୍ରୀୟ ସହ ସଂଗଠନ ମନ୍ତ୍ରୀ ଶ୍ରୀ ବଇଲୋଚନ ସାହୁ, ପୁରୀ ବିଭାଗ ସଂଗଠନ ମନ୍ତ୍ରୀ ଶ୍ରୀମାନ ଅରିଜିତ ପଟ୍ଟନାୟକ, ପୁରୀ ବିଭାଗ ସଂଯୋଜକ ଶ୍ରୀମାନ ସୌମ୍ୟରଞ୍ଜନ ସାହୁ, ନୟାଗଡ଼ ଜିଲ୍ଲା ସଂଯୋଜକ ଶ୍ରୀମାନ ମଙ୍ଗୁଳିଆ ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀମାନ ସମ୍ବିତ ପ୍ରସାଦ ଶତପଥୀ, ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ ୟୁନିଟ ସଭାପତି ସୁଶ୍ରୀ ପାୟଲ ପ୍ରିୟଦର୍ଶିନୀ ପ୍ରଧାନ, ନୟାଗଡ଼ ବ୍ଲକ ସଂଯୋଜକ ଶ୍ରୀମାନ ଶୁଭମ ସାହୁ, ଜିଲ୍ଲା ଛାତ୍ରୀ ପ୍ରମୁଖ ଜ୍ୟୋତି ନାୟକ ଏବଂ ଅନ୍ୟାନ୍ୟ…
Read More