ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ମାଳତୀପୁର ଗାଁର ଶିଶୁ କନ୍ୟା ମୀରା ବୈଷ୍ଣବୀ ବେହେରା ନିଜର ଅସାଧାରଣ ସ୍ମରଣଶକ୍ତି ଓ ପ୍ରତିଭା ବଳରେ ୨୦୨୬ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇ ନୟାଗଡ଼ ପାଇଁ ଗୌରବ ଆଣିଛନ୍ତି। ଅଳ୍ପ ବୟସରୁ ମୀରା ବୈଷ୍ଣବୀ ଅନର୍ଗଳ ଭାବେ ୨୮ଟି ରାଜ୍ୟ ଓ ସେଗୁଡ଼ିକର ରାଜଧାନୀର ନାମ, ୨୧ଟି ଜାତୀୟ ପ୍ରତୀକ ଓ ୨୧ଟି ଫଳର ନାମ କହିପାରୁଛନ୍ତି। ଏହା ସହିତ ୧୭ଟି ପ୍ରାଣୀ, ୨୦ଟି ପନିପରିବା, ୨୬ଟି ଭୌଗୋଳିକ ବସ୍ତୁ, ୬ଟି ଋତୁ, ୭ଟି ନର୍ସରୀ ରାଇମ୍ ଓ ୮ଟି ଗ୍ରହର ନାମ ମଧ୍ୟ ସହଜରେ କହିପାରୁଛନ୍ତି। ସେହିପରି ୧ରୁ ୩୦ ପର୍ଯ୍ୟନ୍ତ ସଂଖ୍ୟା ମଧ୍ୟ ଅନର୍ଗଳ ଭାବେ ଗଣନା କରିପାରୁଛନ୍ତି। ତାଙ୍କର ଏହି ଅସାଧାରଣ ପ୍ରତିଭା ଓ ସ୍ମରଣଶକ୍ତି ତାଙ୍କୁ ଇଣ୍ଡିଆ ବୁକ୍ ଅଫ୍…
Read MoreMonth: August 2026
ନୟାଗଡ଼ରେ ଜାତୀୟ କ୍ରୀଡ଼ା ଦିବସ-୨୦୨୬ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ପକ୍ଷରୁ ଆଜି ପ୍ରାତଃ ୭ ଟା ସମୟରେ ନୟାଗଡ଼ସ୍ଥିତ ଜଗନ୍ନାଥ ମନ୍ଦିରଠାରେ ଜାତୀୟ କ୍ରୀଡ଼ା ଦିବସ-୨୦୨୬ ର ତୃତୀୟ ଦିନ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଭାରତୀୟ ହକିର କିମ୍ବଦନ୍ତୀ ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀ ଅବସରରେ ଏହି ଦିବସ ପାଳନ କରାଯାଇଥାଏ। ଏହି ଅବସରରେ ଜିଲ୍ଲାପାଳ ମଧୁମିତା ରଥ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଏବଂ ଜିଲ୍ଲା କ୍ରିଡା ଅଧିକାରୀ ସୁଜାତା କୁମାରୀ ସାହୁ ଆଦି ଉପସ୍ଥିତ ଥିଲେ। ଜିଲ୍ଲାପାଳ ଶ୍ରୀମତୀ ରଥ ଜିଲ୍ଲାରେ କ୍ରୀଡ଼ାର ପ୍ରସାର, ଶାରୀରିକ ସୁସ୍ଥତାର ବିକାଶ ଏବଂ ସମସ୍ତ ବୟସ ବର୍ଗର ନାଗରିକଙ୍କୁ କ୍ରୀଡ଼ା ଓ ଶାରୀରିକ କ୍ରିୟାକଳାପରେ ଅଧିକ ସକ୍ରିୟ ଭାବେ ସାମିଲ ହେବା ନିମନ୍ତେ ପ୍ରୋତ୍ସାହିତ କରିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଯୁବପିଢ଼ି…
Read Moreବଜ୍ରକୋଟ ବିଦ୍ୟାଳୟରେ ସ୍ଥାନାନ୍ତରିତ ଶିକ୍ଷକଙ୍କୁ ସେବା ସମ୍ବର୍ଦ୍ଧନା, ମେଧାବୀ ଛାତ୍ରୀ ସ୍ୱୟଂ ଶ୍ରୀୟାଙ୍କୁ ମେଧା ସମ୍ବର୍ଦ୍ଧନା
ରଣପୁର,(ନୟାଗଡ଼ ଦର୍ପଣ): ବଜ୍ରକୋଟ ଗ୍ରାମପଞ୍ଚାୟତ ଅଧୀନ ବିଦ୍ୟାଳୟ ପରିସରରେ ସ୍ଥାନାନ୍ତରଣ ଶିକ୍ଷକ ସେବା ସମ୍ବର୍ଦ୍ଧନା ଓ ମେଧା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆନନ୍ଦ ଓ ଭାବାବେଗପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଛି। ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ଶିକ୍ଷକଙ୍କ ନିଷ୍ଠାପର ସେବାକୁ ସମ୍ମାନ ଦେବା ସହ ବିଦ୍ୟାଳୟର ମେଧାବୀ ଛାତ୍ରୀଙ୍କ ସଫଳତାକୁ ଉତ୍ସାହିତ କରାଯାଇଥିଲା। କାର୍ଯ୍ୟକ୍ରମରେ ବଜ୍ରକୋଟ ଗ୍ରାମପଞ୍ଚାୟତର ସରପଞ୍ଚ ବନିତା ବାଲିଆରସିଂହ ମୁଖ୍ୟ ଅତିଥି ଏବଂ ବିଶିଷ୍ଟ ଶିକ୍ଷାବିତ୍ ଲକ୍ଷ୍ମୀଧର ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମାଧବ ଚନ୍ଦ୍ର ପ୍ରଧାନ, ଗୌରାଙ୍ଗପୁର କ୍ଲଷ୍ଟରର ସି.ଆର.ସି.ସି. ସୁଧାକର ମିଶ୍ର, ଶିକ୍ଷାବିତ୍ ଅଶୋକ କୁମାର ଦାଶ, ଶିକ୍ଷାବିତ୍ ସନ୍ତୋଷ କୁମାର ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶେଷଦେବ ପ୍ରଧାନ, ପଞ୍ଚସଖା ସେତୁ…
Read Moreଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ଛାତ୍ର ବିଜେଡି ପକ୍ଷରୁ ଏକ ବିଶାଳ କର୍ମଶାଳା ତଥା ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦେଶରେ ‘ଜେନ୍ ଜି’ଙ୍କ ସ୍ଥିତି, ଭୂମିକା ଓ ଭବିଷ୍ୟତ ପରିସ୍ଥିତି ସମ୍ପର୍କରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ। ଦରଦାମ ବୃଦ୍ଧି, ପେପର ଲିକ୍, ଖଣି ପ୍ରସଙ୍ଗ ସମେତ ଦେଶର ବିଭିନ୍ନ ସାମ୍ପ୍ରତିକ ପ୍ରସଙ୍ଗ ଉପରେ ଡ. ସାହୁ ଆଲୋକପାତ କରିଥିଲେ। ଦେଶର ବର୍ତ୍ତମାନ ପରିସ୍ଥିତିକୁ ଆଖି ଆଗରେ ରଖି ଜେନ୍ ଜି ପିଢ଼ି ସଚେତନ ଭାବେ ନିଜର ନିଷ୍ପତ୍ତି ନେବା ଆବଶ୍ୟକ ବୋଲି ସେ କହିଥିଲେ। ଏଥିସହ ଛାତ୍ର ସଂଗଠନକୁ କିଭଳି ଅଧିକ ସୁଦୃଢ଼ ଓ ସକ୍ରିୟ କରାଯାଇପାରିବ, ସେ ନେଇ ଛାତ୍ରନେତାମାନଙ୍କୁ ବିଧାୟକ ପରାମର୍ଶ ଦେଇଥିଲେ। ଛାତ୍ରମାନଙ୍କ ସମସ୍ୟା, ଅଧିକାର ଓ…
Read Moreଏମ୍ଏମ୍ଡିଆର୍କୁ ନେଇ ୧୦ ପ୍ରଶ୍ନ, କେନ୍ଦ୍ରକୁ ଘେରିଲେ ନୟାଗଡ଼ ବିଧାୟକ ଅରୁଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ଏମ୍ଏମ୍ଡିଆର୍ ବିଲ୍ ଓ ଖଣି ନୀତିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ। ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ସେ ଏମ୍ଏମ୍ଡିଆର୍ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ୧୦ଟି ପ୍ରଶ୍ନ ପଚାରିବା ସହ ବିଲ୍କୁ ନେଇ ରାଜ୍ୟ ସ୍ୱାର୍ଥର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି। ବିଧାୟକ ଡ. ସାହୁ କହିଛନ୍ତି ଯେ, ୨୦୨୨ ଫେବୃଆରୀ ୨୨ରେ ଓଡ଼ିଶାର ଖଣି ନୀତି ଓ ସଂସ୍କାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଥିଲେ। ନିଲାମରୁ ରାଜସ୍ୱ ଆଦାୟ ଏବଂ ଖଣି ସଂସ୍କାର କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ବୋଲି ସେତେବେଳେ ପ୍ରଧାନମନ୍ତ୍ରୀ କହିଥିବା ସେ ଉଲ୍ଲେଖ କରିଥିଲେ। ତେବେ ଏବେ ଏମ୍ଏମ୍ଡିଆର୍ ବିଲ୍କୁ ନେଇ ରାଜ୍ୟରେ ତର୍କବିତର୍କ ଚାଲିଥିବା ବେଳେ ରାଜ୍ୟ ସହ ଆଲୋଚନା…
Read Moreଆକାଶବାଣୀ କଟକ ପକ୍ଷରୁ ଶିଶୁ କଳାକାରଭାବେ ମନୋନୀତ ହେଲେ ଅଂଶିତା
ନୟାଗଡ଼, (ନୟାଗଡ଼ ଦର୍ପଣ): କେନ୍ଦ୍ରୀୟ ବିଦ୍ୟାଳୟ, ପୋଖରୀପୁଟ, ଭୁବନେଶ୍ୱରର ଛାତ୍ରୀ ଶୁଶ୍ରୀ ଅଂଶିତା ଦାଶ ଆକାଶବାଣୀ କଟକ ପକ୍ଷରୁ ସଙ୍ଗୀତ ବିଭାଗରେ ଶିଶୁ କଳାକାର ଭାବେ ମନୋନୀତ ହୋଇ ନୟାଗଡ଼ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଜଣେ ମେଧାବୀ ଛାତ୍ରୀ ଭାବେ ଅଂଶିତାଙ୍କର ସଙ୍ଗୀତ କଳା ପ୍ରତି ରହିଥିବା ନିଷ୍ଠା, ଆଗ୍ରହ ଓ ଅନୁରାଗ ତାଙ୍କୁ ଏହି ସଫଳତା ଦେଇଛି। ତାଙ୍କର ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସମେତ ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଓ ଶୁଭେଚ୍ଛୁମାନେ ଅଂଶିତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଭବିଷ୍ୟତରେ ବାଗ୍ଦେବୀ ପ୍ରଦତ୍ତ ତାଙ୍କର ସୁମଧୁର କଣ୍ଠରେ ସଙ୍ଗୀତ ଜଗତରେ ଅନେକ ଯଶ ଓ ସୁନାମ ଅର୍ଜନ କରନ୍ତୁ ବୋଲି ସମସ୍ତେ ଶୁଭେଚ୍ଛା ଓ ଶୁଭାଶିଷ କାମନା କରିଛନ୍ତି। ଅଂଶିତା ଦାଶ ଓଡ଼ଗାଁସ୍ଥିତ ରଘୁନାଥ ସମବାୟ ମହାବିଦ୍ୟାଳୟର ବରିଷ୍ଠ ଓଡ଼ିଆ ଅଧ୍ୟାପକ ଡ. ଚିତ୍ତରଞ୍ଜନ…
Read Moreନୟାଗଡ଼ର ଗୌରବ ବିସ୍ମୟ ବାଳିକା ସାନଭି
୨ ବର୍ଷ ୮ ମାସରେ ସଂସ୍କୃତ ଶ୍ଳୋକ ଓ ମହାମୃତ୍ୟୁଞ୍ଜୟ ମନ୍ତ୍ର ମୁଖସ୍ଥ ନୟାଗଡ଼:(ନୟାଗଡ଼ ଦର୍ପଣ): ବୟସ ମାତ୍ର ୨ ବର୍ଷ ୮ ମାସ। ଏତେ କମ୍ ବୟସରେ ଯେଉଁଠି ଅଧିକାଂଶ ଶିଶୁ ଠିକ୍ ଭାବେ ବାକ୍ୟ କହିବା ଶିଖୁଥାନ୍ତି, ସେଠାରେ ଅନର୍ଗଳ ଭାବେ ମହାମୃତ୍ୟୁଞ୍ଜୟ ମନ୍ତ୍ର ସହ ବିଭିନ୍ନ ସଂସ୍କୃତ ଶ୍ଳୋକ ଉଚ୍ଚାରଣ କରି ଚର୍ଚ୍ଚାକୁ ଆସିଛନ୍ତି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ପାଟଣା ଜାମୁସାହିର କୁନି ଝିଅ ସାନଭି ସାହୁ। ପ୍ରଦୀପ କୁମାର ସାହୁ ଓ ସୁନିତା ସାହୁଙ୍କ ଏକମାତ୍ର ଝିଅ ସାନଭି। ବୟସ ଅଳ୍ପ ହେଲେ ମଧ୍ୟ ତାଙ୍କର ସ୍ମରଣଶକ୍ତି ଓ ଅସାଧାରଣ ପ୍ରତିଭା ସମସ୍ତଙ୍କୁ ବିସ୍ମିତ କରୁଛି। ମହାମୃତ୍ୟୁଞ୍ଜୟ ମନ୍ତ୍ର ସହ ବିଭିନ୍ନ ସଂସ୍କୃତ ଶ୍ଳୋକ ସେ ଅନର୍ଗଳ ଭାବେ କହିପାରୁଛନ୍ତି। କେବଳ ମନ୍ତ୍ର ଓ ଶ୍ଳୋକ ନୁହେଁ, ସାନଭି ବିଭିନ୍ନ…
Read Moreଘରୋଇ ଡ଼ାଇଗ୍ନୋଷ୍ଟିକରେ ଅଲଟ୍ରାସାଉଣ୍ଡ କରୁଥିବା ସରକାରୀ ଡାକ୍ତର ତଡାଖାଇଲେ, ନୟାଗଡରେ ବେଲଗାମ ରୋଗୀଶୋଷଣ ଚାଲିଛି : କଂଗ୍ରେସ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ସ୍ୱାସ୍ଥ୍ୟବିଭାଗ ପ୍ରଶାସନିକ ଅପାରଗତା ପାଇଁ ସରକାରୀ ଡାକ୍ତର ଦିନେଶ ଖଟୁଆ, ସ୍ତ୍ରୀ ରୋଗ ବିଶେଷଜ୍ଞ, ଘରୋଇ ଡ଼ାଇଗ୍ନୋଷ୍ଟିକରେ ଅଲଟ୍ରାସାଉଣ୍ଡ କରୁଥିବା ଆଜି ଜିଲ୍ଲା କଂଗ୍ରେସ ଟିମ ରଙ୍ଗେହାତ ଧରାପଡ଼ି ଲଜ୍ଜ୍ୟାଜନକ ଅବସ୍ଥାରେ ନୟାଗଡ ପିବବ୍ଲୁଡି ଅଫିସ ପାଖ ଲାଇଫ କେୟାର ଡ଼ାଇଗ୍ନୋଷ୍ଟିକ ଭିତରୁ ଧରାପଡ଼ି ଶେଷରେ ତଡାଖାଇ ଥିବା ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ କ୍ଷୋଭର ସହିତ କହିଛନ୍ତି। ତେବେ ଏଠାରେ ପ୍ରଶ୍ନ ହେଉଛି ସମ୍ପୃକ୍ତ ଘରୋଇ କ୍ଲିନିକର ଅଲଟ୍ରାସାଉଣ୍ଡ ମେସିନ କେଉଁ ଡାକ୍ତରଙ୍କ ନାମରେ କିଣା ଯାଇଛି, ଯଦି ଡାକ୍ତର ଖଟୁଆଙ୍କ ନାମରେ ସେହି ମେସିନ ରେଜିଷ୍ଟ୍ରେସନ ନାହିଁ ତେବେ ଡାକ୍ତର ଖଟୁଆ ପିସିପିଏନଡିଟି ଆଇନର କେଉଁ ଆଧାରରେ ସେଠାରେ ପ୍ରସୂତି ମହିଳାଙ୍କ ଅଲଟ୍ରାସାଉଣ୍ଡ କରାଉଥିଲେ। ଜଣେ ସରକାରୀ ଡାକ୍ତରଙ୍କ ନାମରେ ମେସିନ କିଣା…
Read Moreନୟାଗଡ଼ ବହୁମୂଖୀ ଇଣ୍ଡୋର ଷ୍ଟାଡିୟମରେ ଜାତୀୟ କ୍ରୀଡ଼ା ଦିବସ-୨୦୨୬ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ପକ୍ଷରୁ ଆଜି ପ୍ରାତଃ ୭ଟା ସମୟରେ ନୟାଗଡ଼ସ୍ଥିତ ବହୁମୁଖୀ ଇନ୍ଡୋର ଷ୍ଟାଡିୟମ୍ଠାରେ ଜାତୀୟ କ୍ରୀଡ଼ା ଦିବସ-୨୦୨୬ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଭାରତୀୟ ହକିର କିମ୍ବଦନ୍ତୀ ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀ ଅବସରରେ ଏହି ଦିବସ ପାଳନ କରାଯାଇଥାଏ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସ, ଅତିରିକ୍ତ ଅରକ୍ଷୀ ଅଧିକାରୀ ଶ୍ରୀ ସୁବାସ ଚନ୍ଦ୍ର ପଣ୍ଡା, ସହାୟକ ଜିଲ୍ଲାପାଳ ଶ୍ରୀ ଅକ୍ଷୟ କୁମାର ବେହେରା, ଆଥଲେଟିକ୍ ସଂଘର ସମ୍ପାଦକ ଶ୍ରୀ ଆଶିଷ ଦାସ ଏବଂ ଜିଲ୍ଲା କ୍ରିଡା ଅଧିକାରୀ ଶ୍ରୀମତୀ ସୁଜାତା କୁମାରୀ ସାହୁ ଆଦି ଉପସ୍ଥିତ ଥିଲେ। ଏହି ଅବସରରେ ନୟାଗଡ ଷ୍ଟାଡିୟମ ଠାରୁ ସ୍ଵୟଂଶାସିତ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରଯାଇଥିଲା। ଏହି ଶୋଭାଯାତ୍ରାରେ ଛାତ୍ରଛାତ୍ରୀ, ମହିଳା, ସାମ୍ବାଦିକ ଏବଂ…
Read Moreସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଛାତ୍ରଛାତ୍ରୀ,ସ୍ୱୟଂ ସହାୟକ ଗୋଷ୍ଠୀ ଓ ସଫେଇ ମିତ୍ରଙ୍କ ପ୍ରତିଯୋଗିତା ଅନୁଷ୍ଠିତ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଆଜି ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ -୨୦୨୬ ପାଳନ ଉଦ୍ଦେଶ୍ୟରେ ୨୨ ଟି ପ୍ରାଥମିକ, ଉଚ୍ଚପ୍ରାଥମିକ ଓ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରୁ ମୋଟ ୧୭୭ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ତୃତୀୟ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୧୦୫ ଜଣ ଷଷ୍ଠ ରୁ ଅଷ୍ଟମ ୬୦ ଜଣ, ନବମରୁ +୨ ପର୍ଯ୍ୟନ୍ତ ୧୨ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚିତ୍ରାଙ୍କନ,ସାଧାରଣଜ୍ଞାନ ଓ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏଥିରେ ବିଚାରକ ରୂପେ ଅବସରପ୍ରାପ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଦାମୋଦର ଖିଲାର,ଅବସରପ୍ରାପ୍ତ ସେନାଧିକାରୀ ସାର୍ଥକ ଷଢ଼ଙ୍ଗୀ, ଶିକ୍ଷକ ଚିତ୍ତରଞ୍ଜନ ମିଶ୍ର ଓ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ନରେଶ ପାଣିଗ୍ରାହୀ ଦାୟିତ୍ୱ ତୁଲାଇଥିଲେ। ଚିତ୍ରାଙ୍କନ ରେ ପ୍ରିୟାଂଶୁ…
Read More