ନୟାଗଡ଼, (ନୟାଗଡ଼ ଦର୍ପଣ): କେନ୍ଦ୍ରୀୟ ବିଦ୍ୟାଳୟ, ପୋଖରୀପୁଟ, ଭୁବନେଶ୍ୱରର ଛାତ୍ରୀ ଶୁଶ୍ରୀ ଅଂଶିତା ଦାଶ ଆକାଶବାଣୀ କଟକ ପକ୍ଷରୁ ସଙ୍ଗୀତ ବିଭାଗରେ ଶିଶୁ କଳାକାର ଭାବେ ମନୋନୀତ ହୋଇ ନୟାଗଡ଼ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଜଣେ ମେଧାବୀ ଛାତ୍ରୀ ଭାବେ ଅଂଶିତାଙ୍କର ସଙ୍ଗୀତ କଳା ପ୍ରତି ରହିଥିବା ନିଷ୍ଠା, ଆଗ୍ରହ ଓ ଅନୁରାଗ ତାଙ୍କୁ ଏହି ସଫଳତା ଦେଇଛି। ତାଙ୍କର ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସମେତ ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଓ ଶୁଭେଚ୍ଛୁମାନେ ଅଂଶିତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଭବିଷ୍ୟତରେ ବାଗ୍ଦେବୀ ପ୍ରଦତ୍ତ ତାଙ୍କର ସୁମଧୁର କଣ୍ଠରେ ସଙ୍ଗୀତ ଜଗତରେ ଅନେକ ଯଶ ଓ ସୁନାମ ଅର୍ଜନ କରନ୍ତୁ ବୋଲି ସମସ୍ତେ ଶୁଭେଚ୍ଛା ଓ ଶୁଭାଶିଷ କାମନା କରିଛନ୍ତି। ଅଂଶିତା ଦାଶ ଓଡ଼ଗାଁସ୍ଥିତ ରଘୁନାଥ ସମବାୟ ମହାବିଦ୍ୟାଳୟର ବରିଷ୍ଠ ଓଡ଼ିଆ ଅଧ୍ୟାପକ ଡ. ଚିତ୍ତରଞ୍ଜନ ଦାଶ ଓ ଗୃହିଣୀ ପ୍ରଭାସିନୀ ଦାଶଙ୍କ ସୁକନ୍ୟା ଅଟନ୍ତି। ଅଂଶିତାଙ୍କ ଏହି ସଫଳତାରେ ପରିବାର, ଶିକ୍ଷାନୁଷ୍ଠାନ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।
ଆକାଶବାଣୀ କଟକ ପକ୍ଷରୁ ଶିଶୁ କଳାକାରଭାବେ ମନୋନୀତ ହେଲେ ଅଂଶିତା
