ବୃତ୍ତଙ୍ଗ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ: ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର କୃଷି ଓ ଗ୍ରାମୀଣ ଅର୍ଥନୀତିର ବିକାଶ କ୍ଷେତ୍ରରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହୋଇଛି। ଓଡ଼ିଶାର ୧୧ତମ ପ୍ରମୁଖ ଜଳସେଚନ ପ୍ରକଳ୍ପ ‘ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ’ର ସ୍ପିଲୱେ ନିର୍ମାଣ ପାଇଁ ରାଜ୍ୟ କ୍ୟାବିନେଟ୍‌ରେ ୧୯୪.୦୭ କୋଟି ଟଙ୍କାର ଟେଣ୍ଡର ଅନୁମୋଦିତ ହୋଇଛି। ଏହି ଯୁଗାନ୍ତକାରୀ ନିଷ୍ପତ୍ତି ପାଇଁ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ କ୍ୟାବିନେଟକୁ ଗଭୀର କୃତଜ୍ଞତା ଜ୍ଞାପନ କରାଯାଇଛି। ଏହି ପ୍ରକଳ୍ପ ଦ୍ୱାରା ଜିଲ୍ଲାର ଦଶପଲ୍ଲା, ନୂଆଗାଁ, ନୟାଗଡ଼, ଖଣ୍ଡପଡ଼ା ଏବଂ ଓଡ଼ଗାଁ ବ୍ଲକର ମରୁଡ଼ି ପ୍ରବଣ ଅଞ୍ଚଳର ଚାଷୀମାନେ ବିଶେଷ ଭାବେ ଉପକୃତ ହେବେ। ଦଶପଲ୍ଲା ବ୍ଲକର ମଞ୍ଜରୀ ଗ୍ରାମ ନିକଟରେ ୫୫୨ ମିଟର ଦୈର୍ଘ୍ୟ ବିଶିଷ୍ଟ ମାଟି ବନ୍ଧ ସହିତ ଏକ ଅତ୍ୟାଧୁନିକ ସ୍ପିଲୱେ ନିର୍ମାଣ କରାଯିବ। ଏହି ପ୍ରକଳ୍ପ ଦ୍ୱାରା ଜିଲ୍ଲାର ୫ଟି ପ୍ରମୁଖ ବ୍ଲକର ମୋଟ ୩୦୯ଟି ଗ୍ରାମର ମରୁଡ଼ି ପ୍ରବଣ  ଅଞ୍ଚଳର ଲକ୍ଷ ଲକ୍ଷ ଚାଷୀ ଏବଂ ଜନସାଧାରଣ ବିଶେଷ ଭାବେ ଲାଭବାନ ହେବେ।  ପ୍ରାୟ ୨୩,୩୦୦ ହେକ୍ଟର ଚାଷଜମିକୁ ଏହା ଦ୍ୱାରା ବାରମାସୀ ଜଳସେଚନ ସୁବିଧା ଯୋଗାଇ ଦିଆଯିବ। ମୁଖ୍ୟମନ୍ତ୍ରୀଙ୍କ ଚାଷୀ-ଅନୁକୂଳ ଆଭିମୁଖ୍ୟ ଏବଂ ଗ୍ରାମୀଣ ବିକାଶ ପ୍ରତି ଥିବା ପ୍ରତିବଦ୍ଧତା ଓଡ଼ିଶାକୁ ଆତ୍ମନିର୍ଭରଶୀଳ କରିବାରେ ସହାୟକ ହେବ ବୋଲି ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସଭାପତି ପ୍ରମୋଦ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ନିଶିକାନ୍ତ ରଥ ଏବଂ ସାଧାରଣ ସମ୍ପାଦକ ସୁବାସ ଚନ୍ଦ୍ର ମହାପାତ୍ରଙ୍କ ସମେତ ସାମ୍ବାଦିକ ଲୋକନାଥ ମିଶ୍ର, ପୁରୁଷୋତ୍ତମ ମହାପାତ୍ର, ଶୁଭେନ୍ଦୁ ଦାସ, ନବ କିଶୋର ମିଶ୍ର, ଯଯାତି କେଶରୀ ମହାପାତ୍ର, ସନ୍ଦୀପ କୁମାର ଲେଙ୍କା, ପ୍ରଭାସିନୀ ନନ୍ଦ, ରଜତ ପଟ୍ଟନାୟକ, ଗୋକୁଳ ଷଡ଼ଙ୍ଗୀ, ଭିକାରି ଚରଣ ଦାସ, ରସାନନ୍ଦ ସ୍ୱାଇଁ, ଉତ୍ପଳ କୁମାର ସାହୁ, ବିକ୍ରମ ସ୍ୱାଇଁ, ଜିତୁନ୍ ମହାପାତ୍ର, ଦୀପକ ଦାସ, ରଞ୍ଜନ ବେହେରା, ସୁଧାକର ମିଶ୍ର, ବିଭୁତି ପଟ୍ଟନାୟକ ପ୍ରମୁଖ ଏକ ମିଳିତ ବିବୃତିରେ ପ୍ରକାଶ କରିବା ସହ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି।

Related posts