ମାଇଁ ଭୋଟ -ମାଇଁ ଭାରତ ପଦଯାତ୍ରା

ନୂଆଗାଁ, (ନୟାଗଡ଼ ଦର୍ପଣ):  ନୂଆଗାଁରେ ମାଇଁ ଭୋଟ -ମାଇଁ ଭାରତ ପଦଯାତ୍ରା  ଅନୁଷ୍ଠିତ ହୋଇଯାଇଛି l  ନୟାଗଡ଼ ସେବା ଉତ୍ସବ ସମିତି ଓ ମାଇଁ ଭାରତ, ନୟାଗଡ଼ ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ନୂଆଗାଁ ବିଡ଼ିଓ ଡ଼. ଅମ୍ରିତ ରାଉଳ, ତହସିଲଦାର ହେମନ୍ତ କୁମାର ନାୟକ, ନୂଆଗାଁ ମହାବିଦ୍ୟାଳୟ ଅଧକ୍ଷ ବିଜୟ କୁମାର ସାହୁ, ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ର ଉପସ୍ଥିତ ରହି ସବୁଜ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ l  ନୂଆଗାଁ କଲେଜ ଠାରୁ ପଦଯାତ୍ରା ବାହାରି ଥାନା ପଡିଆ ଯାଏଁ ପହଞ୍ଚିଥିଲା  l ଦେଶ ବିକାଶ ସହ ଦେଶର ଗଣତନ୍ତ୍ରକୁ ସୃଦୃଢ଼ କରିବାରେ ଯୁବକ ମାନଙ୍କର ଗୁରୁ ଭୂମିକା ରହିଥିବା ବେଳେ ଯୁବ ଭୋଟର ମାନେ ନିଜର ମୂଲ୍ୟବାନ ଭୋଟ ଦେଇ ଦେଶର ବିକାଶରେ ଭାଗିଦାରୀ ହୋଇପାରିବେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ l ଏହି ଅବସରରେ ଆଗାମୀ ନିର୍ବାଚନରେ ପ୍ରଥମଥର ଭୋଟ ଦେବାକୁ ଯାଉଥିବା ନୁଆ ଭୋଟର ମାନଙ୍କୁ ଅତିଥି ମାନେ ଶୁଭେଚ୍ଛା ଜଣେଇଥିଲେ l ଏହି କାର୍ଯ୍ୟକ୍ରମକୁ ସେବା ଉତ୍ସବ ସମିତି ସଦସ୍ୟ ସୋମ୍ୟା ସ୍ୱୟଂ ପ୍ରଭା,ବର୍ଷା ପ୍ରିୟଦର୍ଶିନୀ, ସ୍ନେହା ପ୍ରିୟ ଦର୍ଶିନୀ ବାଲୁଙ୍କି ରାଉତ, ପ୍ରଶାନ୍ତ ସାହୁ, ଆଶୁତୋଷ ସାହୁ, ଅଂଶୁମାନ ସେଠି ପ୍ରମୁଖ ପରିଚାଳନା କରିଥିଲେ l

Related posts