ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲାର ଐତିହାସିକ ମେଳା ତୋଟା ଥରେ ଓଡ଼ିଶା କୃଷକ ସଭା ଦଶପଲ୍ଲା ବ୍ଲକ ସଭାପତି ବ୍ରଜବନ୍ଧୁ ପ୍ରଧାନଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇ ଥିଲା। ଏହି ସଭାରେ ମୁଖ୍ୟତଃ ତୁରନ୍ତ ଧାନ ମଣ୍ଡି ଖୋଲିବା, କଟନି ଛଟନି ବନ୍ଦ କରିବା ଓ ତୁରନ୍ତ ଚାଷୀମାନଙ୍କୁ ପ୍ରାପ୍ୟ ପ୍ରଦାନ କରିବା ରହିଥିବା ବେଳେ, ଶ୍ରମିକ ବିରୋଧୀ ଶ୍ରମ କୋଡ ବାତିଲ କରିବା, ବିହନ ବିଲ୍ ୨୦୨୫ ରଦ କରିବା ଓ ବିଦ୍ୟୁତ୍ ସନ୍ସୋଧନ ବିଲ୍ ପ୍ରତ୍ୟାହାର ଓ ସ୍ମାର୍ଟ ମିଟର ପ୍ରଚଳନ ନକରିବା ପ୍ରଭୃତି ଉପରେ ଆଲୋଚନା କରାଯାଇ ଏକ ଦାବିପତ୍ର ସରକାରଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ବିଡ଼ିଓଙ୍କ ଜରିଆରେ ପ୍ରଦାନ କରାଯାଇଥିଲା। ମେଲିଆ ତୋଟା ଠାରୁ ଏକ ଶୋଭାଯାତ୍ରା ବାହାରି ଦାବି ସପକ୍ଷରେ ସ୍ଲୋଗାନ ମାନ ଦେଇ ବ୍ଲକ କାର୍ଯ୍ୟାଳୟ ଅଭିମୁଖେ ଯାଇଥିଲା। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
କାର୍ଯ୍ୟକ୍ରମରେ ବିଶିଷ୍ଟ ଶ୍ରମିକ ନେତା ଶରତ ଚନ୍ଦ୍ର ବେହେରା, ଯୁବ ନେତା ବିପିନ୍ ବାଜୁ, ଓ ସୁଶାନ୍ତ ନାୟକ କୃଷକ ନେତା ପୂର୍ଣ୍ଣଚନ୍ଦ୍ର ସାହୁ, ପ୍ରସନ୍ନ ମହାରଣା, ବିମ୍ବାଧର ସାହୁ ଏବଂ ଖେତମଜଦୂର୍ ନେତା ବିରଞ୍ଚି ନାୟକ, ମନୋଜ ନାୟକ ପ୍ରଭୃତି ନେତୃତ୍ୱ ନେଇଥିଲେ।
ଦଶପଲ୍ଲାରେ କୃଷକ ଶ୍ରମିକ ଓ କ୍ଷେତ ମଜଦୂର ମାନଙ୍କ ବିକ୍ଷୋଭ
