୮ ଅକ୍ଟୋବର ଓଡ଼ିଶା ବନ୍ଦ ପାଇଁ ନୟାଗଡ଼ରେ ଇଣ୍ଡିଆ ମେଣ୍ଟର ପ୍ରସ୍ତୁତି ବୈଠକ

ଆଜି ଥିଲା ବ୍ଲକସ୍ତରୀୟ ବୈଠକ, ୬ରେ ପଦଯାତ୍ରା ଓ ୭ରେ ମଶାଲ ଶୋଭାଯାତ୍ରା ନୟାଗଡ଼, (ନୟାଗଡ଼ ଦର୍ପଣ): ଆସନ୍ତା ୮ ଅକ୍ଟୋବରରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଆହୂତ ଓଡ଼ିଶା ବନ୍ଦକୁ ସଫଳ କରିବା ନିମନ୍ତେ ନୟାଗଡ଼ ପିଡବ୍ଲ୍ୟୁଡି ଡାକବଙ୍ଗଳାଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରଣଜିତ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ବନ୍ଦର ବିଭିନ୍ନ ଦାବି ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ନିମ୍ନଲିଖିତ ଦାବିଗୁଡ଼ିକ ଉପସ୍ଥାପିତ ହୋଇଥିଲା। ଏଥିରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା, MMDR ସଂଶୋଧନ ଆଇନ ପ୍ରତ୍ୟାହାର, ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ରାଜ୍ୟ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ବନ୍ୟା କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସହାୟତା ପ୍ରଦାନ ଆଦି ଦାବି ରହିଥିଲା। ଓଡ଼ିଶାରେ ୮ ଅକ୍ଟୋବର ବନ୍ଦ ପାଇଁ ଇଣ୍ଡିଆ ମେଣ୍ଟର ଆହ୍ୱାନ…

Read More

ଅବି ମେମୋରିଆଲ ଟ୍ରଷ୍ଟର ଗାନ୍ଧୀ ଜୟନ୍ତୀ ପାଳନ, ଗାନ୍ଧୀ ଦର୍ଶନର ପ୍ରାସଙ୍ଗିକତା ଉପରେ ଆଲୋଚନା

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲାର ସାକିଣୀଠାରେ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରୟାତ ଗାନ୍ଧୀବାଦୀ ଅଧିବକ୍ତା ଜନାବ ଏ.ଆର୍. ଖାନଙ୍କ ସ୍ମୃତିରେ ଅବି ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଏକ ତାତ୍ତ୍ୱିକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଅଧିବକ୍ତା ସୁଶାନ୍ତ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ‘ଗାନ୍ଧୀ ଦର୍ଶନର ପ୍ରାସଙ୍ଗିକତା’ ବିଷୟକ ଏହି ଆଲୋଚନା ସଭାରେ ଶତାଧିକ ପ୍ରଗତିଶୀଳ ମହିଳା ଓ ପୁରୁଷ ଯୋଗଦେଇଥିଲେ। ସରଳ ଜୀବନଯାପନ ଓ ଅସାଧାରଣ ମାନବବାଦରେ ବିଶ୍ୱାସ ରଖିଥିବା ପ୍ରୟାତ ଅଧିବକ୍ତା ଏ.ଆର୍. ଖାନଙ୍କ କର୍ମକ୍ଷେତ୍ର ସାକିଣୀ କ୍ଷେତବାଡ଼ିରେ ତାଙ୍କ ସୁକନ୍ୟା ତଥା ମେମୋରିଆଲ ଟ୍ରଷ୍ଟର ମୁଖ୍ୟ ଫିର୍ଦୋସଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମୁଖ୍ୟ ବକ୍ତା ଭାବେ ପ୍ରଖ୍ୟାତ ବାମପନ୍ଥୀ ଚିନ୍ତାନାୟକ ତଥା ସ୍ତମ୍ଭକାର ସନ୍ତୋଷ ଦାସ ଯୋଗଦେଇ ସାମ୍ପ୍ରତିକ ପରିସ୍ଥିତିରେ ଗାନ୍ଧୀବାଦର ପ୍ରାସଙ୍ଗିକତା, ସ୍ୱାଧୀନତା ସଂଗ୍ରାମରେ ଏହାର ପ୍ରୟୋଗ…

Read More

ଜଙ୍ଗଲ ସୁରକ୍ଷା ମହାସଂଘର ପଞ୍ଜୀକରଣ

ଜଳ, ଜଙ୍ଗଲ, ଜମି ସୁରକ୍ଷା ସହ ପ୍ରଦୂଷଣମୁକ୍ତ ନୟାଗଡ଼ ଗଠନକୁ ଗୁରୁତ୍ୱ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଟାଙ୍ଗରା ପାହାଡ଼ ସମେତ ବିଭିନ୍ନ ଉଜୁଡ଼ା ଜଙ୍ଗଲକୁ ସବୁଜିମାରେ ଭରିଦେବା ଦିଗରେ ଦୀର୍ଘଦିନ ଧରି କାର୍ଯ୍ୟ କରିଆସୁଥିବା ଜଙ୍ଗଲ ସୁରକ୍ଷା ମହାସଂଘ ଏଣିକି ପଞ୍ଜୀକୃତ ହୋଇଛି। ଏତେଦିନ ଧରି ଅଣପଞ୍ଜୀକୃତ ଭାବେ କାର୍ଯ୍ୟ କରିଆସୁଥିବା ମହାସଂଘକୁ ଅଧିକ କ୍ରିୟାଶୀଳ ଓ ସୁସଂଗଠିତ କରିବା ଉଦ୍ଦେଶ୍ୟରେ ଟ୍ରଷ୍ଟ ନିୟମ ଅନୁଯାୟୀ ପଞ୍ଜୀକରଣ କରାଯାଇଛି।ସଭାପତି ଶରତ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ନୟାଗଡ଼ ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ୯ ସଦସ୍ୟ ବିଶିଷ୍ଟ ‘ଜଙ୍ଗଲ ସୁରକ୍ଷା’ ନାମରେ ଏକ ଟ୍ରଷ୍ଟ ପଞ୍ଜୀକୃତ ହୋଇଛି। ଟ୍ରଷ୍ଟର ସୁପରିଚାଳନା ପାଇଁ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ସଭାପତି, କିଶୋର ଚନ୍ଦ୍ର ପାଣିଙ୍କୁ ଉପସଭାପତି, ଆନନ୍ଦ ଚନ୍ଦ୍ର ପ୍ରଧାନଙ୍କୁ ସମ୍ପାଦକ, ପ୍ରକୃତିବନ୍ଧୁ କିଶୋର ଚନ୍ଦ୍ର ଦଳବେହେରାଙ୍କୁ ସହସମ୍ପାଦକ ଏବଂ ପ୍ରକୃତିବନ୍ଧୁ ସୁକାନ୍ତ…

Read More

ବରିଷ୍ଠ ନାଗରିକ କେନ୍ଦ୍ର ଠାରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଜାତିର ଜନକ ମହାତ୍ମା ଗାନ୍ଧୀଜୀ ଙ୍କର 157ତମ ଜୟନ୍ତୀ ପାଳନ ଅବସର ରେ ନୟାଗଡ଼ ଖଣ୍ଡପଡ଼ା ରୋଡ଼ ସ୍ଥିତ ବରିଷ୍ଠ ନାଗରିକ କେନ୍ଦ୍ର ଠାରେ ଗାନ୍ଧିଜୀ ଙ୍କର ପ୍ରତିମୂର୍ତ୍ତି ଲୋକାର୍ପିତ ହୋଇ ଯାଇଛି,ଏଲଡର୍ସ ଭିଜନ ଓ ଆକ୍ସନ ଗ୍ରୁପ ଆନୁକୂଲ୍ୟରେ ଆୟୋଜିତ ଲୋକାର୍ପଣ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଡ଼ଃ ଅରୁଣ କୁମାର ସାହୁ, ନୟାଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଯୁବ ଶିଳ୍ପଦ୍ୟୋଗୀ ତାପସ କୁମାର ପାଢ଼ୀ,ବରିଷ୍ଠ ନାଗରିକ, ଏବଂ ଆକ୍ସନ ଗ୍ରୁପ ର ପ୍ରାକ୍ତନ ସଭାପତି ବିଶ୍ଵନାଥ ନାୟକ, ପ୍ରମୁଖ ସଂମ୍ମାନିତ ଅତିଥି ଭାବେ ଯୋଗ ଦେଇ ବରିଷ୍ଠ ନାଗରିକ ମାନଙ୍କ ର ଅନୁଭୁତି ଓ ଅଭିଜ୍ଞତା ଯୁବ ପିଢ଼ି ପାଇଁ ଅନୁକରଣୀୟ ହେଉ, ମହାତ୍ମା ଗାନ୍ଧୀଙ୍କର ସତ୍ୟ ଏବଂ…

Read More