ପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କ ଭୋଟର ତାଲିକା ଅନ୍ତର୍ଭୁକ୍ତିକୁ ନେଇ ଅଭିଯୋଗ, ଉପଜିଲ୍ଲାପାଳଙ୍କ ନିକଟରେ କଂଗ୍ରେସର ଫେରାଦ

ନୟାଗଡ଼, (ନୟାଗଡ଼ ଦର୍ପଣ): ୧୨୨–ନୟାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ଖସଡ଼ା ଭୋଟର ତାଲିକା (SIR-୨୦୨୬)ରେ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କ ନାମ ଅନ୍ତର୍ଭୁକ୍ତିକୁ ନେଇ ଭାରତୀୟ ଜାତୀୟ କଂଗ୍ରେସର ବୁଥ୍ ଲେଭଲ୍ ଏଜେଣ୍ଟ (BLA-1) ଲକ୍ଷ୍ମୀଧର ତ୍ରିପାଠୀ ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ନିକଟରେ ଏକ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ଅଭିଯୋଗରେ କୁହାଯାଇଛି ଯେ ବୁଥ୍ ନଂ–୮୫ର କ୍ରମିକ ନଂ–୨୯୭ (EPIC: RAU0029355)ରେ ଶ୍ରୀମତୀ ସିଂହଙ୍କ ନାମ ଅନ୍ତର୍ଭୁକ୍ତି ସମୟରେ ବିଶେଷ ସଘନ ସଂଶୋଧନ (SIR)-୨୦୨୬ ଅଧୀନରେ ନିର୍ଦ୍ଧାରିତ ଯାଞ୍ଚ ପ୍ରକ୍ରିୟା ସଠିକ୍ ଭାବେ ପାଳନ କରାଯାଇ ନଥିବା ସନ୍ଦେହ ରହିଛି। ଆବେଦନରେ ଦର୍ଶାଯାଇଛି ଯେ ତାଙ୍କ ନାମ ୨୦୦୨ ମସିହାର ରାଞ୍ଚି ଭୋଟର ତାଲିକାର “ମ୍ୟାପିଂ” ଆଧାରରେ ସାମିଲ କରାଯାଇଥିବା କୁହାଯାଉଥିଲେ ମଧ୍ୟ, ସେହି ସମୟରେ ସେ ପ୍ରକୃତରେ ଭୋଟର ଥିଲେ କି ନାହିଁ…

Read More

ଦଶପଲ୍ଲାରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି, ୯୦ଟି ଅଭିଯୋଗ ଗ୍ରହଣ, ୨୮ଟିର ତୁରନ୍ତ ସମାଧାନ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ପରିସରରେ ଆଜି ନୟାଗଡ଼ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ଶୁଣାଣି ଓ ତ୍ୱରିତ ସମାଧାନ ଲକ୍ଷ୍ୟରେ ଆୟୋଜିତ ଏହି ଅଭିଯୋଗ ଶୁଣାଣି ଶିବିରରେ ମୋଟ ୯୦ଟି ଦରଖାସ୍ତ ଗ୍ରହଣ କରାଯାଇଥିଲା। ସେଥି ମଧ୍ୟରୁ ୬୫ଟି ବ୍ୟକ୍ତିଗତ ମାମଲା, ୧୨ଟି ଗ୍ରାମ ସମ୍ବନ୍ଧୀୟ ସମସ୍ୟା, ୧୩ଟି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି (CMRF) ସହାୟତା ପାଇଁ ଆବେଦନ ରହିଥିଲା। ଶୁଣାଣି ସମୟରେ ନୟାଗଡ଼ ଜିଲ୍ଲାପାଳ ମାଡୁମିତା ରଥ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାଷ ପଣ୍ଡା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଉପ ଜିଲ୍ଲପାଳ କର୍ଣ୍ଣଦେବ ସାମାଦ୍ଦାର, ବିଡ଼ିଓ ଶରତ ମଲ୍ଲିକ, ଏସ୍ଡ଼ିପିଓ ସୃଷ୍ଟି ପ୍ରଧାନଙ୍କ ସମେତ ଜିଲ୍ଲାର ସମସ୍ତ ଅଧିକାରୀମାନେ ଯୋଗ ଦେଇଥିଲେ। ୨୮ଟି…

Read More