ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ବ୍ଲକ ଅନ୍ତର୍ଗତ ନାକିଠଣାସ୍ଥିତ ଶ୍ରୀରାମ ମନ୍ଦିରର ବିଗ୍ରହ ପ୍ରତିଷ୍ଠାର ଚତୁର୍ଥ ବାର୍ଷିକ ଉତ୍ସବ ଭକ୍ତିମୟ ପରିବେଶରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଧାର୍ମିକ ଆଚାର-ଅନୁଷ୍ଠାନ ସହ ଏକ ସଭା ଏବଂ ଭଜନ ସନ୍ଧ୍ୟାର ଆୟୋଜନ କରାଯାଇଥିଲା। ଉତ୍ସବରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ଦିରର ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମକୁ ନେଇ ଖୁବ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ନିର୍ମଳ କୁମାର ମତ୍ତଗଜସିଂହ, ପରିବହନ ବିଭାଗର ଅତିରିକ୍ତ କମିଶନର ବିଭବ ଭଞ୍ଜନ ସାମନ୍ତସିଂହାର, ରଣପୁର ତହସିଲଦାର ଆର୍ୟ କୁମାର ସର୍ବଦମନ, ବିଜୟ ରାଉତରାୟ ଓ ଦେବରାଜ ରାଉତରାୟ ପ୍ରମୁଖ ଉପସ୍ଥିତ ରହି ଶ୍ରୀରାମଙ୍କ ଆଦର୍ଶକୁ ଅନୁସରଣ କରି ସମାଜରେ ନୈତିକ ମୂଲ୍ୟବୋଧ ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଆୟୋଜିତ ଭଜନ…
Read MoreDay: June 29, 2026
ଅଘୋଷିତ ବିଦ୍ୟୁତ କାଟ ବିରୋଧରେ ଆସନ୍ତାକାଲି ୧୨ ଘଣ୍ଟିଆ ଦଶପଲ୍ଲା ବନ୍ଦ
ଟାକରା ନୂତନ ପାୱାର ଗ୍ରୀଡ୍ କାର୍ଯ୍ୟକ୍ଷମ କରିବାକୁ ଦାବି, ଆମ୍ବୁଲାନ୍ସ ଓ ଦମକଳ ସେବାକୁ ମିଳିବ ଛାଡ଼ ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ଅଞ୍ଚଳରେ ଦୀର୍ଘଦିନ ଧରି ଲାଗି ରହିଥିବା ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ, ଲୋ-ଭୋଲଟେଜ୍ ସମସ୍ୟା ଓ ମନମୁଖୀ ବିଦ୍ୟୁତ ବିଲ୍ ଆଦାୟର ପ୍ରତିବାଦରେ ବିଦ୍ୟୁତ ଉପଭୋକ୍ତା ସଂଘ, ଦଶପଲ୍ଲା ପକ୍ଷରୁ ଆସନ୍ତାକାଲି ୧୨ ଘଣ୍ଟିଆ ଦଶପଲ୍ଲା ବନ୍ଦ ଡାକରା ଦିଆଯାଇଛି। ସଂଘର କହିବାନୁସାରେ, ବାରମ୍ବାର ବିଦ୍ୟୁତ ବିଭ୍ରାଟ ଯୋଗୁଁ ସାଧାରଣ ଲୋକ, ବ୍ୟବସାୟୀ, ଛାତ୍ରଛାତ୍ରୀ ଏବଂ କୃଷକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥିସହ ଟାକରା ନିକଟରେ ନିର୍ମାଣ ଶେଷ ହୋଇଥିବା ନୂତନ ପାୱାର ଗ୍ରୀଡ୍କୁ ଶୀଘ୍ର କାର୍ଯ୍ୟକ୍ଷମ କରାଗଲେ ଏହି ସମସ୍ୟାର ସ୍ଥାୟୀ ସମାଧାନ ସମ୍ଭବ ବୋଲି ସଂଘ ଦାବି କରିଛି। ସଂଘ ଅଭିଯୋଗ କରିଛି ଯେ, ଏହି ସମସ୍ୟା ନେଇ…
Read Moreଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଭଜନ ସମାରୋହ ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ସଙ୍ଗୀତଧାରା, ନୟାଗଡ଼ ଏବଂ ନବକଳେବର ରଥ ଚକ ସ୍ଥାପନ କମିଟିର ମିଳିତ ଆନୁକୂଲ୍ୟରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଦିନ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ ଉପଲକ୍ଷେ ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ କଳାକାର ମାନଙ୍କୁ ନେଇ ଏକ ଭବ୍ୟ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ, ପ୍ରାଣକୃଷ୍ଣ ମହାରଣା,କଣ୍ଠଶିଳ୍ପୀ ଜୟଶ୍ରୀ ଦେବୀ, ସୁର ଗନ୍ଧର୍ବ କଣ୍ଠଶିଳ୍ପୀ ନବକିଶୋର ମିଶ୍ର,ଡ.ଆଶୁତୋଷ ମିଶ୍ର, ମାଧବ ଡାକୁଆ,ବିଷ୍ନୁପ୍ରିୟା ବେହେରା, ଓମ ପ୍ରକାଶ ମହାରଣା,ଶୁଚିସ୍ମିତା ଦୋରା ପ୍ରମୁଖ ଭଜନ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ଦେବୋତ୍ତର ପରିଚାଳକ ତାପସ ରଞ୍ଜନ ପଟ୍ଟନାୟକ ଉଦଘାଟନ କରିଥିବା ବେଳେ ସଙ୍ଗୀତଧାରା ସଭାପତି ଡ.ବିଜୟ କୁମାର ଚୌଧୁରୀ, ରଥଚକ ସ୍ଥାପନା କମିଟି ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ପ୍ରଶାନ୍ତ ଦାଶ ପ୍ରମୁଖ ପରିଚାଳନା କରିଥିଲେ। ଗୋପୀନାଥ ସେଠି, ଅଶୋକ ମଲ୍ଲ ଭଜନ କାର୍ଯ୍ୟକ୍ରମକୁ …
Read More୧୦୮ ଆମ୍ବୁଲାନ୍ସ ଡ୍ରାଇଭର ସୁଶାନ୍ତ ଯାନୀଙ୍କ ପରିବାରକୁ ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ
ନୂଆଗାଁ, (ନୟାଗଡ଼ ଦର୍ପଣ): ମଧ୍ୟଖଣ୍ଡ କ୍ଲଷ୍ଟରର ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ତଥା ନୂଆଗାଁ ନିକଟସ୍ଥ ଭେଟପଲ୍ଲୀ ଗ୍ରାମର ସ୍ୱର୍ଗତ ସୁଶାନ୍ତ କୁମାର ଯାନୀଙ୍କ ଅକାଳ ବିୟୋଗରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗରେ ଅଲ ଓଡ଼ିଶା ୧୦୮ ଆମ୍ବୁଲାନ୍ସ ୟୁନିଅନ ପକ୍ଷରୁ ତାଙ୍କ ପରିବାରକୁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହି ସହାୟତା ରାଶି ୟୁନିଅନର ସଦସ୍ୟମାନଙ୍କ ସହଯୋଗରେ ସଂଗ୍ରହ କରାଯାଇ ସ୍ୱର୍ଗତ ଯାନୀଙ୍କ ପରିବାର ହାତରେ ହସ୍ତାନ୍ତର କରାଯାଇଥିଲା। ଏହି ଅବସରରେ ୟୁନିଅନର କର୍ମକର୍ତ୍ତାମାନେ ସ୍ୱର୍ଗତ ସୁଶାନ୍ତ କୁମାର ଯାନୀଙ୍କ ସେବାଭାବ, କର୍ତ୍ତବ୍ୟନିଷ୍ଠା ଏବଂ ମାନବିକତାକୁ ସ୍ମରଣ କରି ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ। ୟୁନିଅନ ପକ୍ଷରୁ କୁହାଯାଇଛି ଯେ, ୧୦୮ ଆମ୍ବୁଲାନ୍ସ ସେବା ସହ ଜଡ଼ିତ କର୍ମଚାରୀମାନଙ୍କ ସୁଖ-ଦୁଃଖରେ ସଂଗଠନ ସଦା ସାଥୀ ହୋଇ ରହିବ। ସହକର୍ମୀଙ୍କ…
Read More