ସହରାଞ୍ଚଳର ସମୃଦ୍ଧିରେ କ୍ଷୁଦ୍ର ବ୍ୟବସାୟୀଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ : ଜିଲ୍ଲାପାଳ ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା (ଡୁଡା) ଓ ନୟାଗଡ଼ ପୌର ପରିଷଦର ମିଳିତ ଆୟୋଜନରେ ଆଜି ପଠାଣି ସାମନ୍ତ ସଂସ୍କୃତି ଭବନରେ ପିଏମ ସ୍ୱ-ନିଧି ଯୋଜନାର ୬ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲାସ୍ତରୀୟ ମହୋତ୍ସବ ଉତ୍ସାହ ଓ ଆଡମ୍ବରର ସହିତ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ମଧୁମିତା ରଥ ଯୋଗଦେଇ କହିଥିଲେ ଯେ, ସହରାଞ୍ଚଳର ଅର୍ଥନୈତିକ ବିକାଶ ଓ ସମୃଦ୍ଧିରେ କ୍ଷୁଦ୍ର ବ୍ୟବସାୟୀମାନଙ୍କ ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ପିଏମ ସ୍ୱ-ନିଧି ଯୋଜନା ସେମାନଙ୍କୁ ସ୍ୱାବଲମ୍ବୀ କରିବା ସହ ଆର୍ଥିକ ସୁରକ୍ଷା ଯୋଗାଇବାରେ ଫଳପ୍ରଦ ହୋଇଛି। ସମ୍ମାନିତ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁ ଯୋଗଦେଇ କହିଥିଲେ ଯେ, କ୍ଷୁଦ୍ର ବ୍ୟବସାୟୀଙ୍କ ସ୍ଥାୟୀ ଜୀବିକା…
Read MoreMonth: June 2026
ଶିକ୍ଷୟତ୍ରୀ ବସନ୍ତ ମଞ୍ଜରୀ ଦେବୀଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସଭା, ମୟୁରଝାଲିଆ ଉଚ୍ଚ ବିଦ୍ୟାଳୟରେ ଭାବବିହ୍ୱଳ ପରିବେଶ
ରଣପୁର, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ମୟୂରଝାଲିଆ ନୋଡାଲ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ବସନ୍ତ ମଞ୍ଜରୀ ଦେଇ ଦୀର୍ଘ କର୍ମମୟ ଜୀବନର ସଫଳ ସମାପ୍ତି ପରେ ବିଦ୍ୟାଳୟରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଏକ ଭାବବିହ୍ୱଳ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ନବ ନିଯୁକ୍ତ ପ୍ରଧାନ ଶିକ୍ଷକ ଶ୍ରୀ ମାନସ ରଞ୍ଜନ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟବୃନ୍ଦ, ଶିକ୍ଷକ-ଶିକ୍ଷୟିତ୍ରୀ, ପୁରାତନ ଛାତ୍ରଛାତ୍ରୀ, ଅବସରପ୍ରାପ୍ତ ଶିକ୍ଷକ ଓ ବହୁ ସଂଖ୍ୟକ ବର୍ତ୍ତମାନର ଛାତ୍ରଛାତ୍ରୀ ଯୋଗଦେଇ ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କୁ ଶ୍ରଦ୍ଧା ଓ ସମ୍ମାନ ଜଣାଇଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ବିଦ୍ୟାଳୟର କୋମଳମତି ଛାତ୍ରଛାତ୍ରୀମାନେ ମଙ୍ଗଳସଂଗୀତ ପରିବେଷଣ କରି ପରିବେଶକୁ ଆଧ୍ୟାତ୍ମିକ ଓ ଭାବପ୍ରବଣ କରିଥିଲେ। ପରେ ବିଭିନ୍ନ ଛାତ୍ରଛାତ୍ରୀ ନିଜ ଭାଷଣ…
Read Moreନାକିଠଣା ଶ୍ରୀରାମ ମନ୍ଦିର ବିଗ୍ରହ ପ୍ରତିଷ୍ଠାର ଚତୁର୍ଥ ବାର୍ଷିକ ଉତ୍ସବ ପାଳିତ
ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ବ୍ଲକ ଅନ୍ତର୍ଗତ ନାକିଠଣାସ୍ଥିତ ଶ୍ରୀରାମ ମନ୍ଦିରର ବିଗ୍ରହ ପ୍ରତିଷ୍ଠାର ଚତୁର୍ଥ ବାର୍ଷିକ ଉତ୍ସବ ଭକ୍ତିମୟ ପରିବେଶରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଧାର୍ମିକ ଆଚାର-ଅନୁଷ୍ଠାନ ସହ ଏକ ସଭା ଏବଂ ଭଜନ ସନ୍ଧ୍ୟାର ଆୟୋଜନ କରାଯାଇଥିଲା। ଉତ୍ସବରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ଦିରର ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମକୁ ନେଇ ଖୁବ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ନିର୍ମଳ କୁମାର ମତ୍ତଗଜସିଂହ, ପରିବହନ ବିଭାଗର ଅତିରିକ୍ତ କମିଶନର ବିଭବ ଭଞ୍ଜନ ସାମନ୍ତସିଂହାର, ରଣପୁର ତହସିଲଦାର ଆର୍ୟ କୁମାର ସର୍ବଦମନ, ବିଜୟ ରାଉତରାୟ ଓ ଦେବରାଜ ରାଉତରାୟ ପ୍ରମୁଖ ଉପସ୍ଥିତ ରହି ଶ୍ରୀରାମଙ୍କ ଆଦର୍ଶକୁ ଅନୁସରଣ କରି ସମାଜରେ ନୈତିକ ମୂଲ୍ୟବୋଧ ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଆୟୋଜିତ ଭଜନ…
Read Moreଅଘୋଷିତ ବିଦ୍ୟୁତ କାଟ ବିରୋଧରେ ଆସନ୍ତାକାଲି ୧୨ ଘଣ୍ଟିଆ ଦଶପଲ୍ଲା ବନ୍ଦ
ଟାକରା ନୂତନ ପାୱାର ଗ୍ରୀଡ୍ କାର୍ଯ୍ୟକ୍ଷମ କରିବାକୁ ଦାବି, ଆମ୍ବୁଲାନ୍ସ ଓ ଦମକଳ ସେବାକୁ ମିଳିବ ଛାଡ଼ ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ଅଞ୍ଚଳରେ ଦୀର୍ଘଦିନ ଧରି ଲାଗି ରହିଥିବା ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ, ଲୋ-ଭୋଲଟେଜ୍ ସମସ୍ୟା ଓ ମନମୁଖୀ ବିଦ୍ୟୁତ ବିଲ୍ ଆଦାୟର ପ୍ରତିବାଦରେ ବିଦ୍ୟୁତ ଉପଭୋକ୍ତା ସଂଘ, ଦଶପଲ୍ଲା ପକ୍ଷରୁ ଆସନ୍ତାକାଲି ୧୨ ଘଣ୍ଟିଆ ଦଶପଲ୍ଲା ବନ୍ଦ ଡାକରା ଦିଆଯାଇଛି। ସଂଘର କହିବାନୁସାରେ, ବାରମ୍ବାର ବିଦ୍ୟୁତ ବିଭ୍ରାଟ ଯୋଗୁଁ ସାଧାରଣ ଲୋକ, ବ୍ୟବସାୟୀ, ଛାତ୍ରଛାତ୍ରୀ ଏବଂ କୃଷକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥିସହ ଟାକରା ନିକଟରେ ନିର୍ମାଣ ଶେଷ ହୋଇଥିବା ନୂତନ ପାୱାର ଗ୍ରୀଡ୍କୁ ଶୀଘ୍ର କାର୍ଯ୍ୟକ୍ଷମ କରାଗଲେ ଏହି ସମସ୍ୟାର ସ୍ଥାୟୀ ସମାଧାନ ସମ୍ଭବ ବୋଲି ସଂଘ ଦାବି କରିଛି। ସଂଘ ଅଭିଯୋଗ କରିଛି ଯେ, ଏହି ସମସ୍ୟା ନେଇ…
Read Moreଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଭଜନ ସମାରୋହ ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ସଙ୍ଗୀତଧାରା, ନୟାଗଡ଼ ଏବଂ ନବକଳେବର ରଥ ଚକ ସ୍ଥାପନ କମିଟିର ମିଳିତ ଆନୁକୂଲ୍ୟରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଦିନ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ ଉପଲକ୍ଷେ ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ କଳାକାର ମାନଙ୍କୁ ନେଇ ଏକ ଭବ୍ୟ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ, ପ୍ରାଣକୃଷ୍ଣ ମହାରଣା,କଣ୍ଠଶିଳ୍ପୀ ଜୟଶ୍ରୀ ଦେବୀ, ସୁର ଗନ୍ଧର୍ବ କଣ୍ଠଶିଳ୍ପୀ ନବକିଶୋର ମିଶ୍ର,ଡ.ଆଶୁତୋଷ ମିଶ୍ର, ମାଧବ ଡାକୁଆ,ବିଷ୍ନୁପ୍ରିୟା ବେହେରା, ଓମ ପ୍ରକାଶ ମହାରଣା,ଶୁଚିସ୍ମିତା ଦୋରା ପ୍ରମୁଖ ଭଜନ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ଦେବୋତ୍ତର ପରିଚାଳକ ତାପସ ରଞ୍ଜନ ପଟ୍ଟନାୟକ ଉଦଘାଟନ କରିଥିବା ବେଳେ ସଙ୍ଗୀତଧାରା ସଭାପତି ଡ.ବିଜୟ କୁମାର ଚୌଧୁରୀ, ରଥଚକ ସ୍ଥାପନା କମିଟି ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ପ୍ରଶାନ୍ତ ଦାଶ ପ୍ରମୁଖ ପରିଚାଳନା କରିଥିଲେ। ଗୋପୀନାଥ ସେଠି, ଅଶୋକ ମଲ୍ଲ ଭଜନ କାର୍ଯ୍ୟକ୍ରମକୁ …
Read More୧୦୮ ଆମ୍ବୁଲାନ୍ସ ଡ୍ରାଇଭର ସୁଶାନ୍ତ ଯାନୀଙ୍କ ପରିବାରକୁ ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ
ନୂଆଗାଁ, (ନୟାଗଡ଼ ଦର୍ପଣ): ମଧ୍ୟଖଣ୍ଡ କ୍ଲଷ୍ଟରର ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ତଥା ନୂଆଗାଁ ନିକଟସ୍ଥ ଭେଟପଲ୍ଲୀ ଗ୍ରାମର ସ୍ୱର୍ଗତ ସୁଶାନ୍ତ କୁମାର ଯାନୀଙ୍କ ଅକାଳ ବିୟୋଗରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗରେ ଅଲ ଓଡ଼ିଶା ୧୦୮ ଆମ୍ବୁଲାନ୍ସ ୟୁନିଅନ ପକ୍ଷରୁ ତାଙ୍କ ପରିବାରକୁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହି ସହାୟତା ରାଶି ୟୁନିଅନର ସଦସ୍ୟମାନଙ୍କ ସହଯୋଗରେ ସଂଗ୍ରହ କରାଯାଇ ସ୍ୱର୍ଗତ ଯାନୀଙ୍କ ପରିବାର ହାତରେ ହସ୍ତାନ୍ତର କରାଯାଇଥିଲା। ଏହି ଅବସରରେ ୟୁନିଅନର କର୍ମକର୍ତ୍ତାମାନେ ସ୍ୱର୍ଗତ ସୁଶାନ୍ତ କୁମାର ଯାନୀଙ୍କ ସେବାଭାବ, କର୍ତ୍ତବ୍ୟନିଷ୍ଠା ଏବଂ ମାନବିକତାକୁ ସ୍ମରଣ କରି ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ। ୟୁନିଅନ ପକ୍ଷରୁ କୁହାଯାଇଛି ଯେ, ୧୦୮ ଆମ୍ବୁଲାନ୍ସ ସେବା ସହ ଜଡ଼ିତ କର୍ମଚାରୀମାନଙ୍କ ସୁଖ-ଦୁଃଖରେ ସଂଗଠନ ସଦା ସାଥୀ ହୋଇ ରହିବ। ସହକର୍ମୀଙ୍କ…
Read Moreଗୋଡ଼ିଗଦା ମଧ୍ୟରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
ଭାପୁର,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୋଡ଼ି (ଚିପ୍ସ) ବୋଝେଇ ହାଇୱା ଟ୍ରକରୁ ଜଣେ ୧୯ ବର୍ଷୀୟ ଯୁବକଙ୍କ ମୃତଦେହ ଉଦ୍ଧାର ହେବା ପରେ ଅଞ୍ଚଳରେ ଚର୍ଚ୍ଚା ଓ ଉତ୍କଣ୍ଠା ସୃଷ୍ଟି ହୋଇଛି। ମୃତ ଯୁବକ ହେଲେ ଫତେଗଡ଼ ଥାନା ଅନ୍ତର୍ଗତ ବିଜିପୁର ପଞ୍ଚାୟତର ସୁନାଖଳା ଗ୍ରାମର ଦିବାକର ରାଉତଙ୍କ ପୁଅ ମୁନା ରାଉତ (୧୯)। ସେ ଓଡି-୧୫ଜେ-୭୫୮୨ନମ୍ବର ବିଶିଷ୍ଟ ହାଇୱା ଟ୍ରକରେ ହେଲ୍ପର ଭାବେ କାମ କରୁଥିଲେ। ସୂଚନା ଅନୁସାରେ, ଶନିବାର ରାତିରେ ହାଇୱାଟି ଗୋଡ଼ି (ଚିପ୍ସ) ବୋଝେଇ କରି ଭାପୁର ବଜାର ନିକଟସ୍ଥ ମହୋତ୍ସବ ପଡ଼ିଆ ନିକଟରେ ଜଣେ ବ୍ୟକ୍ତିଙ୍କ ସ୍ଥାନରେ ଗୋଡ଼ି ଖାଲି କରୁଥିଲା। ତେବେ ଗୋଡ଼ି ଅନଲୋଡ୍ ସମୟରେ ସେଥିରୁ ହେଲ୍ପର ମୁନା ରାଉତଙ୍କ ମୃତଦେହ ମିଳିଥିଲା। ଘଟଣା ଜଣାପଡ଼ିବା ପରେ…
Read Moreଟାଟା ପାୱାରର ମନମୁଖୀ କାର୍ଯ୍ୟକଳାପ ପ୍ରତିବାଦ: ୩୦ ତାରିଖ ଦଶପଲ୍ଲା ବନ୍ଦକୁ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘର ସମର୍ଥନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଟାଟା ବିଦ୍ୟୁତ କମ୍ପାନୀର ମନମୁଖୀ କାର୍ଯ୍ୟକଳାପ ଏବଂ ବିପର୍ଯ୍ୟସ୍ତ ବିଦ୍ୟୁତ ଯୋଗାଣ ପ୍ରତିବାଦରେ ଆସନ୍ତା ୩୦ ତାରିଖ ଦିନ ‘ଦଶପଲ୍ଲା ବିଦ୍ୟୁତ ଉପଭୋକ୍ତା ସଂଘ’ ପକ୍ଷରୁ ଦିଆଯାଇଥିବା ଦଶପଲ୍ଲା ବନ୍ଦ ଡାକରାକୁ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପୂର୍ଣ୍ଣ ସମର୍ଥନ ଜଣାଇଛି। ଏହା ସହିତ ଏହି ଆନ୍ଦୋଳନକୁ ବ୍ୟାପକ ଓ ସଫଳ କରିବା ପାଇଁ ଦଶପଲ୍ଲା ଅଞ୍ଚଳର ସମସ୍ତ ଉପଭୋକ୍ତା ସଂଗଠନ ଏଥିରେ ସାମିଲ ହେବାକୁ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଆହ୍ୱାନ ଦିଆଯାଇଛି। ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକ ଏକ ପ୍ରେସ ବିବୃତି ଜରିଆରେ ଜଣାଇଛନ୍ତି ଯେ, ବିଦ୍ୟୁତ ସେବାରେ ଚରମ ଅବହେଳା ଯୋଗୁଁ ଜନସାଧାରଣ ଅତିଷ୍ଠ ହୋଇପଡ଼ିଛନ୍ତି। ଏହାର ସ୍ଥାୟୀ ପ୍ରତିକାର ପାଇଁ ଜୁଲାଇ ମାସ ଶେଷ ସପ୍ତାହରେ ଏକ ବଡ଼ଧରଣର ଆନ୍ଦୋଳନର ରୂପରେଖ ପ୍ରସ୍ତୁତ କରାଯାଇଛି।…
Read Moreବିଦ୍ୟୁତ ବିଭାଗ ବିରୋଧରେ ପୁଞ୍ଜିଭୂତ ଜନ ଅସନ୍ତୋଷ, ୩୦ଜୁନରେ ଦଶପଲ୍ଲା ବନ୍ଦ ଡାକରା
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଅଞ୍ଚଳରେ ବିଦ୍ୟୁତ ସେବାକୁ ନେଇ ଦୀର୍ଘଦିନ ଧରି ପୁଞ୍ଜିଭୂତ ଜନ ଅସନ୍ତୋଷ ବର୍ତ୍ତମାନ ଗଣଆନ୍ଦୋଳନର ରୂପ ନେବାକୁ ଯାଉଛି। ବିଦ୍ୟୁତ ବିଭାଗ ଓ ଟାଟା ପାୱାର ପକ୍ଷରୁ ଦାବିଗୁଡ଼ିକର ସମାଧାନ ନ ହେବାରୁ ଆସନ୍ତା ୩୦ ଜୁନ (ମଙ୍ଗଳବାର) ‘ଦଶପଲ୍ଲା ବନ୍ଦ’ ପାଇଁ କ୍ରିୟାନୁଷ୍ଠାନ କମିଟି ଆହ୍ୱାନ କରିଛି। ଦଶପଲ୍ଲା ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ, ଲୋ-ଭୋଲ୍ଟେଜ ସମସ୍ୟା, ଟାକରାଠାରେ ୨୦୧୮ ମସିହାରୁ ପ୍ରାୟ ୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୨୨୦/୩୩ କେଭି ପାୱାର ଗ୍ରିଡ୍ ସବ୍-ଷ୍ଟେସନ କାର୍ଯ୍ୟକ୍ଷମ ନ ହେବା ଏବଂ ଟିପିସିଓଡିଏଲ୍ ପକ୍ଷରୁ କିଛି ଯୁବକଙ୍କ ନାମରେ ରୁଜୁ ମାମଲା ପ୍ରତ୍ୟାହାର ସମେତ ବିଭିନ୍ନ ଦାବି ନେଇ ଗତ ୧୦ ଜୁନ ଦିନ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାରଙ୍କ ମାଧ୍ୟମରେ ଏକ ଦାବିପତ୍ର…
Read Moreଲୋକ ନୋଡ଼ାଲ ବିଦ୍ୟପୀଠରେ ‘ବିଦ୍ୟୁତ ନିରାପତ୍ତା ସଚେତନତା କର୍ମଶାଳା’
ଶରଣକୁଳ, (ନୟାଗଡ଼ ଦର୍ପଣ): ଆଜି ଶରଣକୁଳ ନିକଟ ପଞ୍ଚିରିଡ଼ା ମାନପୁର ଗ୍ରାମରେ ଥିବା ଲୋକ ନୋଡ଼ାଲ ବିଦ୍ୟାପୀଠରେ ବିଦ୍ୟୁତ ନିରାପତ୍ତା ସଚେତନତା କର୍ମଶାଳା ଆୟୋଜିତ ହୋଇ ଯାଇଛି। ପ୍ରଧାନ ଶିକ୍ଷକଙ୍କ ଅନୁରୋଧ କ୍ରମେ ଶରଣକୁଳ ବିଦ୍ୟୁତ ବିଭାଗ ତରଫରୁ ଶିକ୍ଷାଦେବା ପାଇଁ ବିଶ୍ଵଭୂଷଣ ବିଷୋଇ, ସେଫ୍ଟି ଅଫିସର, ବିମଳ କୁମାର ଯାଦବ, ସେଫ୍ଟି ଅଫିସର, ରାମଚନ୍ଦ୍ର ସାହୁ, ଲାଇନ୍ସମାନ, ପ୍ରକାଶ ଚନ୍ଦ୍ର ମାନା, ଲାଇନ୍ସମାନ, ସୁଜିତ କୁମାର ପ୍ରଧାନ, ଲାଇନ୍ସମାନ ଓ ପ୍ରଦୀପ କୁମାର ସେନାପତି, ଲାଇନ୍ସମାନ ରିସୋର୍ସପର୍ସନ ତଥା ଅତିଥି ରୂପେ ଯୋଗ ଦେଇଥିଲେ। ସେମାନେ ବିଦ୍ୟୁତ ଜନିତ ଦୁର୍ଘଟଣାରୁ କେମିତି ରକ୍ଷା ପାଇବା ତାହା ଉପରେ ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କ ସହ ଯୋଗ ଦେଇଥିବା ଜନସାଧାରଣଙ୍କୁ ଶ୍ରେଣୀଗୃହ ଶିକ୍ଷା ଏବଂ ପ୍ରାଟିକାଲ ଶିକ୍ଷା ପ୍ରଦାନ କରିଥିଲେ। ପ୍ରଥମେ ପୂର୍ବାହ୍ନରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ…
Read More