ଗଣିଆ,(ନୟାଗଡ଼ ଦର୍ପଣ): ଚଳଚ୍ଚିତ୍ର ଠାରୁ ଆରମ୍ଭ କରି ଧାରାବାହିକ, ଭଜନରେ ଅଭିନୟ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରି ଦେଉଥିଲେ ବରିଷ୍ଠ ଅଭିନେତା ସଚ୍ଚି ପଣ୍ଡା। ଚରିତ୍ର ଅଭିନୟରେ ନିଜର ପାରଦର୍ଶିତା ଦେଖାଇଥିବା ବ୍ୟକ୍ତି ଜଣକ ପ୍ରକୃତରେ ଜଣେ ଶାନ୍ତ, ସରଳ ହୃଦୟବାନ ମଣିଷ ରୂପେ ପରିଗଣିତ ଥିଲେ। ତାଙ୍କ ମୃତ୍ୟୁର ଗଣିଆରେ ଶୋକର ଛାୟା ଖେଳିଯାଇଛି। ଢୋଲମରା ବାସିନ୍ଦା ହୋଇଥିଲେ ମଧ୍ୟ ପାଠ ପଢା ଠାରୁ ଆରମ୍ଭ କରି କଳାକାର ଜୀବନ ସେ ଗଣିଆରେ ଅତିବାହିତ କରିଥିଲେ। ଗଣିଆର ପ୍ରତ୍ୟକ ସାଂସ୍କୃତିକ ଅନୁଷ୍ଠାନ ସହିତ ସେ ଜଡିତ
ଥିଲେ। ତାଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଶିକ୍ଷକ ଭବନ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏହି ଶୋକସଭାରେ ବରିଷ୍ଠ ନାଗରିକ ମଞ୍ଚର ସଭାପତି ତଥା ଅଭିନେତା ଗିରିଶ କୁମାର ମିଶ୍ର, ଗଣିଆ କଳାକାର ସଂଘର ଉପସଭାପତି ବିଜୟ କୁମାର ବେହେରା, ସୁନିଲ କୁମାର ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ଭୋଳେଶ୍ଵର ସାହୁ, ଭାଗିରଥ୍ ଜାନି, ବିରଞ୍ଚି ନାରାୟଣ ମହାପାତ୍ରଙ୍କ ସମେତ ୩୦ରୁ ଉର୍ଦ୍ଧ୍ୱ କଳାକାର, ସାହିତ୍ୟ ପ୍ରେମୀ ଏକତ୍ରିତ ହୋଇଥିଲେ। ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହିତ ନିରବ ପ୍ରାର୍ଥନା କରାଯାଇଥିଲା। ତାଙ୍କ ସହିତ ବିତାଇଥିବା ଅନେକ ଅଭୁଲା ସ୍ମୃତି ସମ୍ପର୍କରେ ମନେ ପକାଇ ଥିଲେ କଳାକାର ତଥା ଅଭିନେତା ଗିରିଶ କୁମାର ମିଶ୍ର। ୧୯୭୫ ମସିହାରେ ଓଡିଆ ଚଳଚିତ୍ର ‘ପିପାସା’ରେ ସେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ନୟାଗଡ଼ ଜିଲ୍ଲାର ଜଣେ ଚର୍ଚ୍ଚିତ ଅଭିନେତା ଭାବେ ସେ ସୁନାମ ଅର୍ଜନ କରିଥିବା ସଭାରେ ଆଲୋଚନା କରାଯାଇଥିଲା।
ନୟାଗଡ଼ ଜିଲ୍ଲାର ବରିଷ୍ଠ ଅଭିନେତା ସଚ୍ଚି ପଣ୍ଡାଙ୍କ ବିୟୋଗରେ ଶୋକସଭା
