ଜିଲ୍ଲା ଉନ୍ନୟନ ସମନ୍ୱୟ ପର୍ଯ୍ୟାଲୋଚନା କମିଟି ବୈଠକ

‌ନୟାଗଡ, (ନୟାଗଡ଼ ଦର୍ପଣ): ଜିଲ୍ଲା ପରିଷଦ ସୃଜନ ସମ୍ମିଳନୀ କକ୍ଷରେ ଥିବା ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଆଜିର ବୈଠକ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ‌ଆଜିର କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା ହୋଇଥିଲା। ମାନ୍ୟବର ସାଂସଦ ପ୍ରାରମ୍ଭରେ ମେଗା ପାଇପ୍ ୱାଟର ସପ୍ଲାଏ ଉପରେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ‌ଉପରେ ମଧ୍ୟ ଅନୁଧ୍ୟାନ କରାଯାଇଥିଲା। ବ୍ୟାଟେରୀ ଚାଳିତ ଗାଡି ଉପରେ କ୍ଲିଅରାନସ, ଅର୍ଥାତ୍ ଟେଣ୍ଡର ଡକାଯିବା, କ୍ରୟ କରାଯିବା ଉପରେ ଡିଟେଲ ହିସାବର ତଥ୍ୟ ସଂଗ୍ରହ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସ୍କିଲ ଟ୍ରେନିଂ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ଦିନ୍ ଦୟାଲ ଉପାଧ୍ୟାୟ ଗ୍ରାମୀଣ ଯୋଜନା, ପ୍ରଧାନମନ୍ତ୍ରୀ କଉଶଳ ଶିକ୍ଷା ଯୋଜନା, ଜିଲ୍ଲା ଶିଳ୍ପ କେନ୍ଦ୍ର, ନୟାଗଡ,‌ ଵନ ବିଭାଗ ର‌ କାମ୍ପା ଯୋଜନା ‌ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି ସବୁ ସମସ୍ୟାର ସମାଧାନ ଦାବିରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଉପାଧ୍ୟକ୍ଷା ବିଷ୍ଣୁ ପ୍ରିୟା ବେହେରା, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ଖୁବଶୀଘ୍ର ଆଉ‌ ଏକ ବୈଠକ କରାଯିବାକୁ ମାନ୍ୟବର ସାଂସଦ ‌ମତ ପୋଷଣ କରିଥିଲେ। ଶେଷରେ ମାନ୍ୟବର ସାଂସଦଙ୍କ ଅନୁମତି କ୍ରମେ ‌ଵୈଠକ ସାଙ୍ଗ କରାଯାଇଥିଲା।

Related posts