ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଭାରତ ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟର ତରଫରୁ ଧରିତ୍ ଆବା- ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନର ଦ୍ବାରା ତିନି ଦିନିଆ ନୟାଗଡ଼ ଜିଲ୍ଲାସ୍ତରୀୟ ଆଦି କର୍ମଯୋଗୀ ଅଭିଯାନର ଏକ ପ୍ରୟୋଗଶାଳା ଦଶପଲ୍ଲା ବ୍ଲକରେ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଦଶପଲ୍ଲା ତହସିଲଦାର, ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ଦ୍ବାରା ଦଶପଲ୍ଲା, ଗଣିଆ ଓ ନୂଆଗାଁ ବ୍ଲକର ମୋଟ ୧୧୩ଟି ଅନୂସୁଚିତ ଜନଜାତି ବହୁଳ ଗ୍ରାମର ସାମଗ୍ରିକ ଉନ୍ନତ କରାଯିବାର ଲକ୍ଷ ରଖାଯାଇଛି। ସେଇ ଗ୍ରାମର ଜନଜାତି ଯୁବକ ଯୁବତୀମାନେ ସଶକ୍ତ ହେବା ସହ ଗ୍ରାମ ଓ ସରକାରୀ କର୍ମଚାରୀଙ୍କ ସହ ସଂଯୋଗ ସ୍ଥାପନା କରି ବିକାଶ ବାହକ ହେବେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶିକ୍ଷକ ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଦଶପଲା, ଜିଲ୍ଲା ମଙ୍ଗଳ ଅଧିକାରୀ, ନୟାଗଡ, ଜିଲ୍ଲା ସଂଯୋଜକ ମହିଳା ସଶକ୍ତ କରଣ ନୟାଗଡ଼, ଜିଲ୍ଲା ସମାଜ ମଂଗଳ ଅଧିକାରୀଙ୍କ କାର୍ଯାଳୟ ,ନୟାଗଡ଼, ସହକାରୀ ବନ ସଂରକ୍ଷକ, ନୟାଗଡ଼ ପ୍ରଷିକ୍ଷଣ ପ୍ରଦାନ କରିଥିଲେ। ଦଶପଲ୍ଲା, ଗଣିଆ ଏବଂ ନୂଆଗାଁ ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ନେଇଥିଲେ। ଏହି ଜିଲ୍ଲାସ୍ତରୀୟ ପ୍ରୟୋଗଶାଳାକୁ ନୟାଗଡ଼ ଜିଲ୍ଲା ମଂଗଳ ଅଧିକାରୀ ପରିଚାଳନା କରିଥିଲେ।
ନୟାଗଡ଼ ଜିଲ୍ଲାସ୍ତରୀୟ ଆଦି କର୍ମଯୋଗୀ ଅଭିଯାନ କର୍ମଶାଳା
