ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନର ସାଙ୍ଗଠନିକ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ନିର୍ବାଚନରେ ଆସନ୍ତା ତିନି ବର୍ଷ ଅର୍ଥାତ ୨୦୨୫-୨୮ ବର୍ଷ ପାଇଁ ସଭାପତି ଭାବେ ପ୍ରହଲ୍ଲାଦ ସାହୁ ଓ ସମ୍ପାଦକ ଭାବେ ସନ୍ତୋଷ କୁମାର ନାୟକ ତୃତୀୟ ଥର ପାଇଁ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ରାଜ୍ୟ ସଂଘ ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ (UCDA)ସହିତ ଅନୁବନ୍ଧିତ ଜିଲ୍ଲା ସଂଘର କାର୍ଯ୍ୟକାରିଣୀ ସଭ୍ୟମାନଙ୍କୁ ନେଇ ଔଷଧ ବ୍ୟବସାୟୀ ସଙ୍ଘର ଏହି ନିର୍ବାଚନ ପ୍ରକ୍ରିୟାରେ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ରାଜ୍ୟର ପୂର୍ବତନ ସାଧାରଣ ସମ୍ପାଦକ ତଥା ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ପ୍ରଶାନ୍ତ କୁମାର ଜେନା ଓ ସାଙ୍ଗଠନିକ ସମ୍ପାଦକ ସଞ୍ଜୟ କୁମାର ମହାନ୍ତି ଓ ଜୟ ପ୍ରକାଶ ପରିଡା ଯୋଗଦେଇ ନିର୍ବାଚନ ପ୍ରକ୍ରିୟା ପରିଚାଳନା କରିଥିଲେ। ପରିଶେଷରେ କୋଷାଧକ୍ଷ ଭାବେ ପରମାନନ୍ଦ ପ୍ରଧାନଙ୍କ ନାମ ଘୋଷଣା କରାଯାଇଥିଲା।
ନୟାଗଡ଼ ଜିଲ୍ଲା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନର ସାଙ୍ଗଠନିକ ନିର୍ବାଚନ ଅନୁଷ୍ଠିତ
