ଦଶପଲ୍ଲା,(ନୟାଗଡ଼ ଦର୍ପଣ): ପବିତ୍ର ରକ୍ଷାବନ୍ଧନ ଉତ୍ସବ ଅବସରରେ ସ୍ଥାନୀୟ କୁଆଁରିଆ ବଙ୍ଗଳା ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଦଶପଲ୍ଲା ବ୍ଲକ, ନୂଆଗାଁ ବ୍ଲକ ଏବଂ ଗଣିଆ ବ୍ଲକ୍ର ଶତାଧିକ ମହିଳା ଏକତ୍ର ହୋଇ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି। ଦଶପଲ୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁନନ୍ଦା ସାହୁ, ନୂଆଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା ଏବଂ ଗଣିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ଝୁନା ଜେନାଙ୍କ ସମେତ ବହୁ ମହିଳା ଏକତ୍ର ହୋଇ ଏହି ଉତ୍ସବ ପାଳନ କରିଛନ୍ତି। ତେବେ ଭଉଣୀମାନଙ୍କ ରାକ୍ଷୀର ପାଉଣା ସ୍ବରୂପ ସମଗ୍ର ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ସାମଗ୍ରିକ ବିକାଶ କ୍ଷେତ୍ରରେ ଉଦ୍ୟମ ଜାରି ରଖିବା ପାଇଁ ବିଧାୟକ ଶ୍ରୀ ବେହେରା ପ୍ରତିଶ୍ରୁତି ଦେଇଥିଲେ ।
