ଅନନ୍ୟା ଫାଉଣ୍ଡେସନ୍ ପକ୍ଷରୁ ଗହ୍ମା ପୂର୍ଣ୍ଣିମାରେ ଗୋ-ପୂଜନ କାର୍ଯ୍ୟ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମାକୁ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥିଭାବେ ଗ୍ରହଣ କରାଯାଏ । ହଳମୂଷଳ ଧାରଣ କରିଥିବା ବଳଭଦ୍ରଙ୍କୁ ସମ୍ମାନ ଜଣାଇ ଏହିଦିନ ଗୋମାତାଙ୍କୁ ପୂଜା କରାଯିବାର ବିଧି ରହିଛି। ଗୋମାତାଙ୍କୁ ଗାଧୋଇ ଦିଆଯାଇ ତାଙ୍କ ଶିଙ୍ଗରେ ରାକ୍ଷୀ ବାନ୍ଧିବା ଏବଂ ପିଠା ଖାଇବାକୁ ଦେବାର ପରମ୍ପରା ରହିଛି । ବ୍ରାହ୍ମଣମାନେ ଏହି ଦିନ ମନ୍ତୁରା ପଇତା ମଧ୍ୟ ପ୍ରଦାନ କରିଥାନ୍ତି, ଏହି ପଇତା ପିନ୍ଧିଲେ ବ୍ରହ୍ମରାକ୍ଷସ କବଳରୁ ମୁକ୍ତି ମିଳେ ବୋଲି ମଧ୍ୟ ବିଶ୍ୱାସ ରହିଛି । ଏହି ପରମ୍ପରାକୁ ପାଥେୟ କରି ଆଜି ପବିତ୍ର ଗହ୍ମା ପୂର୍ଣମା ଅବସରରେ ଅନନ୍ୟା ଫାଉଣ୍ଡେସନ ପକ୍ଷରୁ ଆଜି ଗୋ – ପୂଜନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଚି।

ଇଟାମାଟିରେ ଥିବା ଗୋଶାଳାରେ ଆଜି ବନ୍ଦାପନା କରାଯାଇ ପରେ ଗୋମାତାଙ୍କୁ ପିଠା ଓ ଘାସ ଦିଆ ଯାଇଥିଲା। ହଜି ଯାଉଥିବା ପରମ୍ପରାକୁ ବଞ୍ଚାଇ ରଖିବାକୁ ଅନନ୍ୟା ଫାଉଣ୍ଡେସନ ତରଫରୁ ପ୍ରୟାସ କରାଯାଉଥିବାରୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।

Related posts