ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ବିଧାୟକଙ୍କୁ ଆଶୀର୍ବାଦ ଦେଲେ ଗ୍ରାମବାସୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଯୋଡିହେଉଛି ଗାଁ’କୁ ସହର ଆଉ ସୁଗମ ହେଉଛି ଗମନା ଗମନ l ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ ହେଲା ନୟାଗଡ଼ ନିର୍ବାଚନ ମଣ୍ଡଳୀର ନୟାଗଡ଼ ବ୍ଲକର ବିଭିନ୍ନ ଗ୍ରାମ l ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା ଶେଷ କରି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଆସିଲା ନିର୍ଦେଶନାମା l ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ ହୋଇଥିବା ରାସ୍ତା ଗୁଡିକ ହେଲା ନୟାଗଡ଼ ବ୍ଲକ ଅନ୍ତର୍ଗତ ଭାଟସାହି ଠାରୁ ବନମାଳିପୁର ନୂତନ ରାସ୍ତା ପାଇଁ 4କୋଟି 41ଲକ୍ଷ ଟଙ୍କା, ପିଡବ୍ଲୁଡି ରୋଡ଼ ଠାରୁ ଭାୟା ଶଙ୍ଖେଇ ଉଚ୍ଚ ବିଦ୍ୟାଳୟ – ଆଦର୍ଶ ବିଦ୍ୟାଳୟ – ତେନ୍ତୁଳିଆପଲ୍ଲୀ – ନୋତ୍ତର – ଶଙ୍ଖେଇ ରାସ୍ତା ପାଇଁ 4କୋଟି 26ଲକ୍ଷ ଟଙ୍କା l ସେହିପରି ହାଟଦ୍ୱାର ଠାରୁ ମଙ୍ଗରାଜପୁ- ଖମାରସାହି ରାସ୍ତା ନିର୍ମାଣ ପାଇଁ 2କୋଟି 18ଲକ୍ଷ ଟଙ୍କା ଏବଂ ଢାମନେଇ ଠାରୁ କୋଡିଏକାହାଣିଆ ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ ପାଇଁ 6କୋଟି 22ଲକ୍ଷ ଟଙ୍କା ବେୟବରାଦ ହୋଇଥିବା ଜଣାପଡ଼ିଛି l ହେବାକୁ ଥିବା ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଶୁଣି ଉକ୍ତ ଅଞ୍ଚଳର ଜନସାଧାରଣ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ସହ ନୟାଗଡ଼ ବିଧାୟକ ଡ଼ଃ ଅରୁଣ କୁମାର ସାହୁ ଏବଂ ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତିl

Related posts