ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ନୂତନ କର୍ମକର୍ତ୍ତା ଚୟନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଲେଖକ ପରିଷଦ ଆନୁକୂଲ୍ୟରେ ଶ୍ରାବଣର ଶେଷ ସ୍ପର୍ଶ “ଶ୍ରାବଣୀ” କବିତା ଆସର ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଥିଲା l ପ୍ରଥମ ପର୍ଯ୍ୟାୟର ଏହି ସଭାରେ ମୁଖ୍ୟ ଅତିଥିଭାବରେ ନୟାଗଡ଼ର ବିଧାୟକ ଡ଼ଃ. ଅରୁଣ କୁମାର ସାହୁ ଯୋଗଦେଇ କବି ଲେଖକ ମାନେ ଅନ୍ୟାୟ ଅନୀତି ଓ କୁ ସଂସ୍କାର ବିରୁଦ୍ଧରେ ଲେଖନୀ ଚାଳନା କରିବା ପାଇଁ ମତାମତ ଦେଇଥିଲେ l ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ.ଦେବାଶୀଷ ପଟ୍ଟନାୟକ ଓ ମଣ୍ଡଳ ଶିକ୍ଷା ଅଧିକାରୀ ନିମାଇଁ ଚରଣ ପ୍ରଧାନ ଯୋଗଦେଇ କାଳଜୟୀ ସାହିତ୍ୟ ରଚନା ଉପରେ ବକ୍ତବ୍ୟ ଦେଇଥିଲେ l ଜିଲ୍ଲାର ଶତାଧିକ କବି ଲେଖକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କବିତା ପାଠ କରିଥିଲେ l ଆଜିର କବିତା ଆସରକୁ କବୟିତ୍ରୀ ସ୍ମିତା ସ୍ୱାଇଁ, ଶ୍ରାବଣୀ ନାଥ, ଗୋପୀନାଥ ସେଠୀ ଓ ଯଜ୍ଞଦତ୍ତ ରଥ ସଂଯୋଜନା କରିଥିବା ବେଳେ ସମ୍ପାଦକ ଶେଖ ଅବଦୁଲ ଖାଲିକ ପରିଚାଳନା କରିଥିଲେ l

ଦ୍ୱିତୀୟ ପର୍ଯ୍ୟାୟରେ ପରିଷଦର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା l ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର ପୁରୁଣା କମିଟିକୁ ଭଙ୍ଗ କରିବା ପରେ ଅସ୍ଥାୟୀ ସଭାପତି ଭାବରେ ବରିଷ୍ଠ କବି ଗୋଲଖ ବିହାରୀ ନାୟକ ମଞ୍ଚାସିନ ହୋଇ ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ଆରମ୍ଭ କରିଥିଲେ l ଅନ୍ୟତମ ବରିଷ୍ଠ କବି ପଦ୍ମନାଭ ପରିଡ଼ା ତାଙ୍କୁ ସହଯୋଗ କରିଥିଲେ l ସର୍ବ ସମ୍ମତି କ୍ରମେ ପ୍ରଧାନୀ ବୃନ୍ଦାବନ ମହାପାତ୍ର ସଭାପତି ଓ ଶେଖ ଅବଦୁଲ ଖାଲିକ ସମ୍ପାଦକ ଭାବରେ କ୍ରମାଗତ ତୃତୀୟ ଥର ପାଇଁ ମନୋନୀତ ହୋଇଥିବା ବେଳେ ଡ଼ଃ. ସୁକାନ୍ତି ମହାନ୍ତି ବରିଷ୍ଠ ଉପସଭାନେତ୍ରୀ, ହାଡିବନ୍ଧୁ ମହାଖୁଡ଼, ପ୍ରଶାନ୍ତ ଦାଶ ଓ ନୀଳିମା ନନ୍ଦ ଉପସଭାପତି, ବିଭୁତି ମିଶ୍ର ସାଧାରଣ ସମ୍ପାଦକ, ନିରାକାର ସ୍ୱାଇଁ ଓ ଉର୍ମିଳାବାଳା ମିଶ୍ର ସହସମ୍ପାଦକ, ଗୋପୀନାଥ ପରିଡ଼ା କୋଷାଧ୍ୟକ୍ଷ, ଶୀତୁପ୍ରକାଶ ରଥ ଓ ଗୋପୀନାଥ ସେଠୀ ସାଂସ୍କୃତିକ ସମ୍ପାଦକ, ଲଷ୍ମୀଧର ସାହୁ ଗଣ ମାଧ୍ୟମ ସଂଯୋଜକ, ଆଠ ଗୋଟି ବ୍ଲକ ସଂଯୋଜକ ପାଇଁ ଯଥାକ୍ରମେ ଅଜୟ ପ୍ରଧାନ, ସୌଦାମିନୀ ସ୍ୱାଇଁ, ଲକ୍ଷ୍ମଣ ନାୟକ, ନାରାୟଣ ଶୁକ୍ଲା, ଆନନ୍ଦ ଚନ୍ଦ୍ର ଦାଶ, ବିଘ୍ନେଶ୍ୱର ବେହେରା, ଯଶୋବନ୍ତ ପଟ୍ଟନାୟକ ଓ ସଞ୍ଜୟ କୁମାର ସାହୁ ମନୋନୀତ ହୋଇଥିବା ବେଳେ ଉପଦେଷ୍ଟା ମଣ୍ଡଳୀକୁ ବରିଷ୍ଠ କବି ଗୋଲଖ ବିହାରୀ ନାୟକ, ନିର୍ମଳ ଚନ୍ଦ୍ର ଶୂରଦେଓ, ଗୋଦାବରୀ ବସନ୍ତିଆ, ଇଂ ପଦ୍ମନାଭ ପରିଡ଼ା ଓ ନିରଞ୍ଜନ ନାୟକ ମନୋନୀତ ହେଲେ l ଉଭୟ କାର୍ଯ୍ୟକ୍ରମର ପରିସମାପ୍ତି ପରେ କବି ପ୍ରଶାନ୍ତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l…

Related posts