ନୟାଗଡ଼, (ନୟାଗଡ଼ ଦର୍ପଣ): ଖଣ୍ଡପଡ଼ା ବ୍ଲକ୍ ଅନ୍ତର୍ଗତ ପୁଆଣିଆ ଗ୍ରାମର ଦୂର୍ଯ୍ୟଧନ ବରାଡଙ୍କ ଘରେ ଦୀର୍ଘ ବର୍ଷଧରି ଥିବା ନୃସିଂହ ପୁରାଣ ସହ ଗୀତା ଭାଗବତ ତାଳପତ୍ର ପୋଥି ୧୦ ଖଣ୍ଡ ସ୍ଵେଚ୍ଛାକୃତ ଭାବେ ଦୁର୍ଦ୍ଦୁରା ଗାଁରେ ଥିବା ଅଗ୍ରଣୀ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାରକୁ ପରିବାରର ସଦସ୍ୟମାନେ ପୂଜାର୍ଚ୍ଚନା କରି ଦାନ କରିଛନ୍ତି। ଉକ୍ତ ତାଳପତ୍ର ପୋଥି ଦାନ ସମୟରେ ପୂଜା କର୍ମଣୀରେ ମୁଖ୍ୟ ଅନ୍ତର୍ଯ୍ୟାମୀ ଦାସଙ୍କ ତତ୍ତ୍ଵାବଧାନରେ ବିଧିନୁଯାୟୀ ପୂଜା ପାଠ କରାଯାଇ ଅନୁଷ୍ଠାନର ସଂଗ୍ରହାକ ସଞ୍ଜୟ କୁମାର ସାହୁଙ୍କୁ ହସ୍ତାନ୍ତର କରିଥିଲେ। ଏହି ଅବସରରେ ପରବାରର ସଦସ୍ୟ ଘନଶ୍ୟାମ ବରାଡ଼, ପିଙ୍କୁ ବରାଡ, ସତ୍ୟଭାମା ବରାଡ, ରୁଷି ବରାଡ ପ୍ରମୁଖ ସହଯୋଗ କରିଥିଲେ। ଏଥି ସହ ସଂଗ୍ରହାଳୟରେ ସଂଗୃହିତ ହୋଇଥିବା ଦୁର୍ଲ୍ଲଭ ତାଳପତ୍ର ପୋଥି ଗୁଡ଼ିକକୁ ବିଭିନ୍ନ ସମୟରେ ଦୂରଦୂରାନ୍ତରୁ ଆସୁଥିବା ପାଠକ /ପାଠିକା ଏଵଂ ସଂସ୍କୃତି ଗବେଷକ ତଥା ତିରୁପତି କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟର ପ୍ରଫେସର ଡ଼ ଭାରତ ଭୂଷଣ ରଥ, ତାଳପତ୍ର ପୋଥି ଗବେଷକ ପ୍ରଫେସର ସିନିରୁଦ୍ଧ ଦାଶ, ଯୁବ କବି ତଥା ଅଧ୍ୟାପକ ଶୁଭ୍ରାଂଶୁ ବିଶ୍ଵାଳ , ପ୍ରକୃତି ବନ୍ଧୁ ମାନସ ବଳବନ୍ତରାୟ ତାଳପତ୍ର ପୋଥି ଗୁଡ଼ିକ ଗବେଷଣା କରିବା ସହ ପାଠାଗାରରେ ରକ୍ଷଣାବେକ୍ଷଣା ପାଇଁ ସହଯୋଗ କରୁଥିବା ସଂଗ୍ରାହକ ସଞ୍ଜୟ କୁହନ୍ତି । ଉକ୍ତ ପୋଥି କୁ ସଂଗ୍ରହାଳୟ କୁ ଦାନ କରିଥିଵାରୁ ପରିବାରର ସଦସ୍ୟଙ୍କୁ ଅଞ୍ଚଳ ବାସି ଓ ପାଠାଗାର ପକ୍ଷରୁ ଭୂୟସୀ ପ୍ରଶଂସା କରିଛନ୍ତି।
