ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ମାତୃ ସମ୍ମିଳନୀରେ “ଶିଶୁର ପ୍ରଗତିରେ ମାଆର ଭୂମିକା” ଶୀର୍ଷକ ଆଲୋଚନା ଚକ୍ର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଖଣ୍ଡପଡ଼ା ରୋଡସ୍ଥ ନୀଳମାଧବ କଲ୍ୟାଣ ମଣ୍ଡପ ସଭାଗୃହରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ ପକ୍ଷରୁ ଆସ ଆମେ ଶିଶୁଙ୍କୁ ବୁଝିବା ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି। ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଆଲୋଚନା ଚକ୍ର ରେ ୪୦୦ ରୁ ଉର୍ଦ୍ଧ୍ବ ମାଆ ମାନଙ୍କୁ ନେଇ ଶିଶୁ ମାନଙ୍କର ବିକାଶ ରେ ମାତାପିତାଙ୍କ ଭୂମିକା ବିଷୟରେ ଆଲୋଚନା ହୋଇ ଥିଲା। ମୁଖ୍ଯ ଅତିଥି ଭାବେ ମାନ୍ଯବର ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଯୋଗଦେଇ ମାର୍କ ପଛରେ ନ ଗୋଡାଇ ଭଲ ମଣିଷ ତିଆରି କରିବା ପାଇଁ ପ୍ରତ୍ଯେକ ମାଆ ବାପା ମାନେ ସଜାଗ ହୁଅନ୍ତୁ ଏବଂ ନିଜ ନିଜ ପରିବରରେ ପତିପତ୍ନୀ ଅର୍ଥାତ୍ ବାପା ମାଆ ମାନେ ନିଜେ ନିଜକୁ ସଜାଡି ଶ୍ରୁଙ୍ଖଳିତ ଜୀବନ ଯାପନ କଲେ ଆପେ ଆପେ ଶିଶୁ ମାନେ ଭଲ ମଣିଷ ହେବେ ବୋଲି ବକ୍ତବ୍ଯ ରଖିଥିଲେ। ମୁଖ୍ଯ ବକ୍ତା ଭାବେ ମାଆଘର ର ପ୍ରତିଷ୍ଠାତା ବରିଷ୍ଠ ଆଇନଜିବୀ ତଥା ସମାଜସେବୀ ଋତୁପର୍ଣ୍ଣା ମହାନ୍ତି ଯୋଗଦେଇ ଆମେ ବଦଳିଲେ ଯୁଗ ବଦଳିବ ବୋଲି କହିବା ସହିତ ମାଆ ଗର୍ଭରୁ ସନ୍ତାନଟିଏ ଶିକ୍ଷା ଲାଭ କରିଥାଏ, ତେଣୁ ସମସ୍ତ ମାଆ ମାନେ ଏଥିପ୍ରତି ଯତ୍ନବାନ ହେବା ପାଇଁ ଆହ୍ବାନ ଦେଇଥିଲେ। ମାଆ ମାନେ ଟିଭି ସିରିଏଲ ଦେଖିବାରୁ ସମୟ ବାହାର କରି ପିଲାମାନଙ୍କୁ ସମୟ ଦିଅନ୍ତୁ, ମୋବାଇଲ ବ୍ଯବହାର ରୁ ଶିଶୁ ମାନଙ୍କୁ ଦୂରେଇ ରଖନ୍ତୁ ବୋଲି ବକ୍ତବ୍ଯ ରଖିଥିଲେ। ସମ୍ମାନିତ ଅତିଥି ଭାବେ ନୟାଗଡ଼ ପଞ୍ଚାୟତ ସମିତି ଅଧ୍ଯକ୍ଷ କିଶୋର ଚନ୍ଦ୍ର ସାହୁ ଯୋଗ ଦେଇ ଗୁଣାତ୍ମକ ଶିକ୍ଷା ଉପରେ ଉଭୟ ବାପା ମାଆ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଗୁରୁତ୍ବ ଦେବା ପାଇଁ ପରାମର୍ଶ ଦେଇଥିଲେ। ଆଜି ଶେଷପାଳି ଖୁଦୁରୁକୁଣୀ ଓଷା ହୋଇଥିବାରୁ କାର୍ଯ୍ୟକ୍ରମ ଆରମ୍ଭରେ ଗୁରୁଜୀ ଗୁରୁମା ଓ ମାଆ ମାନେ ମିଶିକରି ମା ମଙ୍ଗଳାଙ୍କର ପୂଜା କରିଥିଲେ। ସଭାକାର୍ଯ୍ୟ ଶେଷ ହେବା ପରେ ସମସ୍ତ ମାଆ ମାନେ ପ୍ରସାଦ ସେବନ କରିଥିଲେ।ବିଦ୍ଯାଳୟର ସମସ୍ତ ଗୁରୁଜୀ ଗୁରୁମା ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲା ବେଳେ ପ୍ରିୟମ୍ବଦା ଗୁରୁମା ଧନ୍ଯବାଦ ଅର୍ପଣ କରିଥିଲେ।

Related posts