ବଲାଙ୍ଗୀ ପାର୍କରେ କୃତ୍ରିମ ଜଳପ୍ରପାତ ଲୋକାର୍ପଣ ସହ ସାଂସ୍କୃତିକ କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହରରେ ନିର୍ମାଣଧିନ ବଲାଙ୍ଗୀପାର୍କରେ ଆଜି ପୈାର ପରିଷଦ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇ ନିର୍ମାଣ କରାଯାଇଥିବା କୃତ୍ରିମ ଜଳପ୍ରପାଦ ଏବଂ ଜଳ ଫୁତକାରକୁ ଲୋକାର୍ପିତ କରିଛନ୍ତି । ନିକଟରେ ରହିଥିବା ୨୪୦ ଫୁଟ ଉଚ୍ଚା ପାହାଡ଼ ଉପରୁ ଜଳପ୍ରପାତ ନିର୍ମାଣ କରାଯାଇଛି । ଏହା ବଲାଙ୍ଗୀ ପାର୍କର ସୈାନ୍ଦର୍ଯ୍ୟ ବୃଦ୍ଧି କରୁଛି । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କଂଣ୍ଠଶିଳ୍ପୀ ଅର୍ପିତା ଚୈାଧୁରୀଙ୍କ ସ୍ୱରରେ ଝୁମିଲେ ଦର୍ଶକ । ବିଧାୟକଙ୍କ ସହ ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ସମସ୍ତ କାଉନସିଲର ଯୋଗ ଦେଇଥିଲେ । ନୟାଗଡ଼ ସହର ଏବଂ ଆଖପାଖ ଗ୍ରାମାଞ୍ଚଳରୁ ୫ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ସମାଗମ ହୋଇଥିଲା । ଏହି ଅବସରରେ ବିଧାୟକ ଡ. ସାହୁ ତାଙ୍କ ବକ୍ତବ୍ୟରେ ନୟାଗଡ଼ ସହରର ବିକାଶ ଓ ଉନ୍ନତୀକୁ ସର୍ବଦା ଗୁରୁତ୍ୱ ଦିଆଯାଉଥିବା କହିଥିଲେ ।

Related posts