ନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା ନଭେମ୍ବର ୨୪ ତାରିଖରୁ କଟକ ବାଲିଯାତ୍ରା ପଡ଼ିଆରେ ୧୦ ଦିନ ବ୍ୟାପୀ ଐତିହାସିକ ବାଲିଯାତ୍ରା ଆୟୋଜିତ ହେବ। ଏହି ଐତିହାସିକ ମହୋତ୍ସବର ପ୍ରଚାରପ୍ରସାର ଉଦ୍ଦେଶ୍ୟରେ କଟକରୁ ବାହାରିଥିବା ଏକ ସ୍ୱତନ୍ତ୍ର ପ୍ରଚାର ରଥ ବିଭିନ୍ନ ଜିଲ୍ଲା ପରିକ୍ରମା କରୁଛି। ଏହି କ୍ରମରେ ଗତକାଲି ସନ୍ଧ୍ୟାରେ ରଥଟି ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା। ସେଠାରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ କୁମାର ସେନାପତି ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ସୁମିତ୍ରା ଭୂୟାଁ ଉପସ୍ଥିତ ରହି ବାଲିଯାତ୍ରାର ପ୍ରଚାର ରଥକୁ ସ୍ୱାଗତ କରିଥିଲେ। ଏହି ପ୍ରଚାର ରଥ ମାଧ୍ୟମରେ ଓଡ଼ିଶାର ଗୌରବମୟ ସାମୁଦ୍ରିକ ବାଣିଜ୍ୟ ପରମ୍ପରା, ଐତିହ୍ୟ ଓ ସଂସ୍କୃତିର ବାର୍ତ୍ତା ବିଭିନ୍ନ ଅଞ୍ଚଳରେ ପହଞ୍ଚାଇବା ସହ ବାଲିଯାତ୍ରା ପ୍ରତି ଜନସାଧାରଣଙ୍କ ଆଗ୍ରହ ବୃଦ୍ଧି କରିବା…
Read MoreDay: November 20, 2026
ବାତ୍ୟା ‘ଅକୱାନ’ ମୁକାବିଲା ନେଇ ବାଚସ୍ପତି ଓ ଖଣ୍ଡପଡ଼ା ବିଧାୟକଙ୍କ ସହ ଜିଲ୍ଲାପାଳ ଏବଂ ସିଡିଏମ୍ଓଙ୍କ ଆଲୋଚନା
ନୟାଗଡ଼,(ନୟାଗଡ଼ ଦର୍ପଣ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଆକଭାନ’ ର ପ୍ରଭାବକୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ସହରାଞ୍ଚଳରୁ ମୋଟ ୪,୧୨୩ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ବାତ୍ୟା ପରିସ୍ଥିତି, ରିଲିଫ୍ ଏବଂ ସ୍ୱାସ୍ଥ୍ୟସେବା କାର୍ଯ୍ୟର ସମୀକ୍ଷା ନେଇ ସର୍କିଟ ହାଉସ ଠାରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବି ସି. ରାଓଙ୍କ ସହ ଓଡ଼ିଶା ବିଧାନସଭାର ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ ଏବଂ ଖଣ୍ଡପଡ଼ା ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ଆଲୋଚନା ସମୟରେ ତଳିଆ ଅଞ୍ଚଳ ଏବଂ…
Read Moreମାଟିଆକେଳା ଆଦିବାସୀ ଲୋକଙ୍କୁ ପୋଷାକ ବାଣ୍ଟିଲେ ଶିକ୍ଷକ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଜନ ସମାଜ ଠାରୁ ଦୂରରେ ରହି ଦୀର୍ଘ ୧୫ ବର୍ଷରୁ ଅଧିକ ଦିନ ହେଲା ତାଳବରଡା ତିଆରି ନୁଆଁଣିଆ ଝାଟିମାଟି ଘରେ ରହି ଆସୁଥିବା ଓଡଗାଁ ବ୍ଲକ ରୋହିବାଙ୍କ ପଞ୍ଚାୟତ ଅଞ୍ଚଳର ମାଟିଆ କେଳା ଆଦିବାସୀ ମାନଙ୍କୁ ଲୁଗାପଟା ଓ ପୋଷାକ ବାଣ୍ଟିଲେ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ପ୍ରକୃତିବନ୍ଧୁ ସନ୍ତୋଷ କୁମାର ସାହୁ। ଅକଭାନ ବାତ୍ୟାରେ ଲଗାଣ ବର୍ଷାରେ ନିଜ ଘର ଭାଙ୍ଗି ପଡିଯିବା ଭୟରେ ଏମାନେ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟରେ ଅସ୍ଥାୟୀ ଆଶ୍ରୟ ସ୍ଥଳରେ ଦୀର୍ଘଦୁଇଦିନ ଧରି ରହିଥିଲେ। ପ୍ରକାଶ ଥାଉ କି ଗତ ଶୀତରେ ଏମାନଙ୍କୁ ନିଜର ଆତ୍ମୀୟ, ବାଲ୍ୟ ବନ୍ଧୁ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କଠାରୁ ଆଣିଥିବା ପୁରୁଣା ଲୁଗାପଟାରେ କନ୍ଥା, ନୂଆ ସପ, ଶୀତବସ୍ତ୍ର ବାଣ୍ଟିଥିବାବେଳେ ବର୍ତ୍ତମାନ ନୟାଗଡ଼ ବ୍ଲକରେ କାର୍ଯ୍ୟରତ ଶିକ୍ଷକ ଦମ୍ପତି ବୃନ୍ଦାବନ…
Read Moreବାତ୍ୟା ପ୍ରଭାବିତଙ୍କ ସୁରକ୍ଷା ଓ ସହାୟତା ପାଇଁ ଆଶ୍ରୟସ୍ଥଳୀ ବୁଲି ଦେଖିଲେ ବାଚସ୍ପତି ସୁରମା ପାଢ଼ୀ
ରଣପୁର, (ନୟାଗଡ଼ ଦର୍ପଣ): ବାତ୍ୟା ‘ଆକ୍ୱାନ’ର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ରଣପୁର ଅଞ୍ଚଳର ବିଭିନ୍ନ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସ୍ଥିତି ସମୀକ୍ଷା କଲେ ମାନନୀୟା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ। ଜନସାଧାରଣଙ୍କ ସୁରକ୍ଷା, ଆଶ୍ରୟ ଓ ଆବଶ୍ୟକୀୟ ସହାୟତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସେ ବିଭିନ୍ନ ଆଶ୍ରୟସ୍ଥଳୀ ବୁଲି ଦେଖିବା ସହ ସେଠାରେ ଉପଲବ୍ଧ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ।ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ସାନଗଡ଼ ପ୍ରାଥମିକ ବିଦ୍ୟାଳୟ, ଚମ୍ପାପେଡ଼ି ବନ୍ୟା ଆଶ୍ରୟସ୍ଥଳୀ, ବାରଙ୍ଗଗାଡ଼ିଆ ବାତ୍ୟା ଆଶ୍ରୟସ୍ଥଳୀ, କେରେଣ୍ଡାଟାଙ୍ଗି ପଞ୍ଚାୟତର ମୁକ୍ତାପୁର ବାତ୍ୟା ଆଶ୍ରୟସ୍ଥଳୀ ଏବଂ ଚମ୍ପାଗଡ଼ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିଥିଲେ ।ଆଶ୍ରୟସ୍ଥଳୀଗୁଡ଼ିକରେ ରହିଥିବା ସୁବିଧା, ସୁରକ୍ଷା ବ୍ୟବସ୍ଥା ଓ ଲୋକଙ୍କ ଆବଶ୍ୟକତା ସମ୍ପର୍କରେ ଅବଗତ ହୋଇଥିଲେ।ଏହି ସମୟରେ ବାଚସ୍ପତିଙ୍କ ସହ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ବର…
Read More