ମାର୍ଚ୍ଚ ୧୧ ଓ ୧୨ ସଂକଳ୍ପ ସମାବେଶ, ଗୃହୀତ ହେବ ଚରମ ନିଷ୍ପତ୍ତି: ଓଷ୍ଟା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ (ଓଷ୍ଟା) ତରଫରୁ ରବିବାର ଦିନ ସ୍ଥାନୀୟ ସାମ୍ବାଦିକ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାର ସମ୍ପାଦକ ପରମାନନ୍ଦ ଦଳାଇ ଶିକ୍ଷକମାନଙ୍କର ସମସ୍ୟାକୁ ରାଜ୍ୟ ସରକାର ତୁରନ୍ତ ସମାଧାନ କରନ୍ତୁ ବୋଲି ଜଣାଇଛନ୍ତି । ପ୍ରକାଶଥାଉକି, ଦୀର୍ଘ ଏକମାସରୁ ଊର୍ଦ୍ଧ୍ୱକାଳ ରାଜ୍ୟ ଓଷ୍ଟା ଆହ୍ବାନରେ ଲୋୟର ପିଏମ୍‌ଜିଠାରେ ଚାଲିଥିବା ଅହୋରାତ୍ର ଗଣଧାରଣାରେ ଶହ ଶହ ଶିକ୍ଷକ, ଶିକ୍ଷୟିତ୍ରୀ, ଓ ଶିକ୍ଷାକର୍ମଚାରୀ ପ୍ରତିଦିନ ଯୋଗ ଦେଉଛନ୍ତି । ପ୍ରତୀକାତ୍ମକ ଭାବରେ ଜିଲ୍ଲାୱାରୀ ଧାରଣା ଚାଲୁଅଛି । ଗତ ୬ ତାରିଖରେ ରାଜ୍ୟ କାର୍ଯ୍ୟକାରୀ କମିଟିର ନିଷ୍ପଭି କ୍ରମେ ପ୍ରତିଜିଲ୍ଲାରେ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହେବ ଓ ଏଥରେ ପରିଚାଳନା କମିଟି, ଆଲୁମିନି କମିଟି ତଥା ପୁରାତନ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ସାଙ୍ଗରେ ନେବା ପାଇଁ ନିଷ୍ପତ୍ତି ହୋଇଥିଲା । ଶିକ୍ଷକମାନଙ୍କର ନ୍ୟାର୍ଯ୍ୟ ଦାବି ସରକାର ଯଦି ୧୦ ତାରିଖ ସୁଦ୍ଧା ପୂରଣ ନକରନ୍ତି ତେବେ ଆଗାମୀ ୧୧ ଓ ୧୨ ତାରିଖ ଦୁଇଦିନ ଧରି ରାଜ୍ୟରେ ହେବାକୁ ଥ‌ିବା ସମାବେଶରେ ବହୁଳ ସଂଖ୍ୟାରେ ଯୋଗଦେବା ପାଇଁ ନିଷ୍ପତ୍ତି ନିଆଗଲା ।

ଏଥିରେ ସମସ୍ତ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ ଓ ପରିଚାଳନା କମିଟିର ସମସ୍ତେ ସାମିଲେ ହେବେ । ସରକାରଙ୍କୁ ତୁରନ୍ତ ଶିକ୍ଷକମାନଙ୍କର ଦୀର୍ଘଦିନର ଦାବି ଯଥା-

୧- ଅନୁଦାନରୁ ବଞ୍ଚିତ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ।

୨- ଅବସର ଶିକ୍ଷକମାନଙ୍କ ପାଇଁ ପେନ୍‌ସନ୍ ଓ ଅବସର କାଳୀନ ସୁବିଧା।

୩- ସବୁ ବିଦ୍ୟାଳୟକୁ ସରକାରୀ କରଣ।

୪- ଖାଲି ପଡ଼ିଥିବା ପଦବୀ ପୂରଣ।

୫- କୋର୍ଟ ରାୟକୁ କାର୍ଯ୍ୟକାରୀ କରିବା।

୬- ଅବସର ବୟସ ସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି ଇତ୍ୟାଦି ଦାବୀ।

ଓଷ୍ଟାଦ୍ୱାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସରକାର ଶିକ୍ଷକ ମାନଙ୍କ ଦାବି ତୁରନ୍ତ ପୂରଣ କରନ୍ତୁ ବୋଲି ଶିକ୍ଷକ ସଂଘ ପକ୍ଷରୁ ଅଯୋଧ୍ୟା ନାୟକ, ପରମାନନ୍ଦ ଦଳାଇ, ଘନଶ୍ୟାମ ରାଉତ, ମିନତି ତ୍ରିପାଠୀ, ମାଣିକେଶ୍ଵର ସ୍ଵାଇଁ, ବିନାୟକ ପରିଡ଼ା, ନିରାକାର ସ୍ଵାଇଁ, ମୁରଲୀଧର ବେହେରା ପ୍ରମୁଖ ନେତା ମାନେ ଚେତାବନୀ ଦେଇ କହିଛନ୍ତି। ନଚେତ୍ ଆସନ୍ତା ୧୧ ଓ ୧୨ ତାରିଖରେ ହେବାକୁ ଥିବା ସଂକଳ୍ପ ସମାବେଶରେ ଚରମ ନିଷ୍ପତ୍ତି ନେବାକୁ ସମଗ୍ର ଶିକ୍ଷକ ଜାତି ବାଧ୍ୟ ହେବେ । ମାଟ୍ରିକ୍ ଖାତା ମୂଲ୍ୟାୟନ କାର୍ଯ୍ୟକୁ ବର୍ଜନ କରିବା ସହିତ ଆଗାମୀ ନିର୍ବାଚନ ପରିଚାଳନା କାର୍ଯ୍ୟରେ ସହଯୋଗ କରିବୁ ନାହିଁ ବୋଲି ଦୃଢ଼ ଚେତାବନୀ ଦେଇଛନ୍ତି।

Related posts