ବିଧାୟକଙ୍କ ଅଶ୍ଳୀଳ ଫଟୋ ଏଡିଟ୍ କରି ସୋସିଆଲ୍ ମିଡିଆରେ ଭାଇରାଲ୍ ଅଭିଯୋଗ, ନୟାଗଡ଼ ଟାଉନ୍ ଥାନାରେ ଏତଲା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବିଧାୟକ ଡଃ ଅରୁଣ କୁମାର ସାହୁଙ୍କ ଫଟୋକୁ ଅଶ୍ଳୀଳ ଓ ଅପମାନଜନକ ଭାବେ ଏଡିଟ୍ କରି ସୋସିଆଲ୍ ମିଡିଆରେ ପ୍ରସାର କରାଯାଉଥିବା ନେଇ ନୟାଗଡ଼ ଟାଉନ୍ ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରାଯାଇଛି।ନୟାଗଡ଼ ଜିଲ୍ଲା ଦୁର୍ଗାପ୍ରସାଦ ଗ୍ରାମର ଚିନ୍ମୟ କୁମାର ବେହେରା (୨୩) ଟାଉନ୍ ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ନିକଟରେ ଏହି ଏତଲା ଦେଇଛନ୍ତି। ସେ ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ହିଞ୍ଜିଳିକାଟୁ ଅଞ୍ଚଳର ରବୀନ୍ଦ୍ର ପ୍ରଧାନ ଏବଂ ନୟାଗଡ଼ର ମନୀଷ ବେହେରା ନାମକ ଦୁଇଜଣ ବ୍ୟକ୍ତି ବିଧାୟକ ଡଃ ଅରୁଣ କୁମାର ସାହୁଙ୍କ ଫଟୋକୁ ଅତ୍ୟନ୍ତ ଅଶ୍ଳୀଳ ଓ ଅପମାନଜନକ ଭାବେ ଏଡିଟ୍ କରିଛନ୍ତି। ଉକ୍ତ ଫଟୋରେ ବିଧାୟକଙ୍କୁ ଚୁଡ଼ି, ବ୍ଲାଉଜ୍ ଓ ଶାଢ଼ୀ ପିନ୍ଧାଇ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଭଳି ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ…

Read More