୩ରୂପାନ୍ତରିତ କଲେଜ ଲୋକାର୍ପିତ, ଉଚ୍ଚଶିକ୍ଷା ଭିତ୍ତିଭୂମୀକୁ ସୁଦୃଢ଼ କରିଛନ୍ତି ମୁଖ୍ୟମନ୍ତ୍ରୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସଦରବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ୩ଟି ରୂପାନ୍ତରିତ କଲେଜକୁ ଆଜି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଲୋକାର୍ପିତ କରିଛନ୍ତି। ବିଦ୍ୟାଳୟ ଭିତ୍ତିଭୂମୀ ରୂପାନ୍ତରଣ ପରେ ଉଚ୍ଚଶିକ୍ଷା ଭିତ୍ତିଭୂମୀ ରୂପାନ୍ତରଣକୁ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଇଛନ୍ତି । ନୟାଗଡ଼ ଜିଲ୍ଲାକୁ ଗସ୍ତ କରି ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ଏନେଇ ଘୋଷଣା କରିଥିଲେ । ନୟାଗଡ଼ ଜିଲ୍ଲା ସଦର ବ୍ଲକ ଅଧିନରେ ରହିଥିବା ନୋତର ପଞ୍ଚାୟତ ବଉଳିସାହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୫୦ ଲକ୍ଷ, ବଉଳିସାହି ପଣ୍ଢିକେଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୨୫ ଲକ୍ଷ, ଇଟାମାଟି ବଂଶୀଧର ଡିଗ୍ରୀ ମହାବିଦ୍ୟାଳୟ ପାଇଁ ୫୦ ଲକ୍ଷ, କେନ୍ଦୁଢିପି ନବଚୈାଧୁରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୫୦ ଲକ୍ଷ, କେନ୍ଦୁଢିପି ଶୁକୁର ବେହେରା ଡିଗ୍ରୀ କଲେଜ ପାଇଁ ୫୦ ଲକ୍ଷ ବ୍ୟୟରେ ରୂପାନ୍ତରିତ ହୋଇଛି। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ଆଜି ୩ଟି କଲେଜକୁ ଲୋକାର୍ପିତ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ସାହୁ, ଉପାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ସାହୁଙ୍କ କେନ୍ଦୁଢିପି ସରପଞ୍ଚ ବିରେନ କୁମାର ନାୟକ, ସମିତି ସଭ୍ୟ ତିଳୋତ୍ତମା ଗୁରୁ, ନୋତର ପଞ୍ଚାୟତ ସରପଞ୍ଚ ଦେବାଶିଷ ପ୍ରଧାନ, ସମିତିସଭ୍ୟ ଗୋଲାପ ଦଳବେହେରା, ଇଟାମାଟି ସରପଞ୍ଚ ସ୍ୱପ୍ନେଶ୍ୱରୀ ସେଠୀ, ସମିତିସଭ୍ୟ ଗୋଲାପରାଣୀ ସେଠୀ ପ୍ରମୂଖ ସାମିଲ ହୋଇଥିଲେ । ସମସ୍ତ କଲେଜ କର୍ତ୍ତୁପକ୍ଷ ଏବଂ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏଥିସହିତ ନୟାଗଡ଼ ବ୍ଲକ ଅନ୍ତର୍ଗତ ବଡ଼ପଣ୍ଡୁସର ଗ୍ରାମ ପଞ୍ଚାୟତରେ ୨୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍ଘାଟନ କରାଯାଇଛି । ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପର ବଡ଼ପଣ୍ଡୁସର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ୪ ଗୋଟି ଡି ଟାଇପ୍ସ କ୍ୱାର୍ଟର ନିର୍ମାଣ ଓ ୬ ଗୋଟି ଇ-ଟାଇପ୍ କ୍ୱାର୍ଟରସ୍ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏଥି ନିମନ୍ତେ ୨୧କୋଟି ୬୬ଲକ୍ଷ ଟଙ୍କା ବ୍ୟୟ କରାଯିବ । ଏହି କାର୍ଯ୍ୟକୁ ପୁର୍ତ୍ତ ବିଭାଗ ସମାପନ କରିବ ବୋଲି ସୂଚନା ମିଳିଛି ।

ସେହିପରି ଭାବରେ ବଡ଼ପଣ୍ଡୁସର ଗ୍ରାମ ପଞ୍ଚାୟତରେ ନିର୍ମାଣ ହୋଇଥିବା କଲ୍ୟାଣ ମଣ୍ଡପକୁ ଆଜି ବିଧାୟକ ଡ. ସାହୁ ଉଦଘାଟନ କରିଛନ୍ତି । ଏଥି ନିମନ୍ତେ ୩୫ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି । ତତ୍ସହିତ ୧୦ ଲକ୍ଷ ଟଙ୍କା ବ୍ୟୟରେ ଏକ ବିଶ୍ରାମ ଗୃହର ଉଦ୍ଘାଟନ କରାଯାଇଛି । ବଡ଼ ପଣ୍ଡୁସର ଗ୍ରାମ ପଞ୍ଚାୟତକୁ ବିକାଶର ଶୀର୍ଷରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଅବଦାନ ଅତୁଳନୀୟ ବୋଲି ନୟାଗଡ଼ ବିଧାୟକ ଡ. ସାହୁ ପ୍ରକାଶ କରିଥିଲେ । ସ୍ଥାନୀୟ ସରପଞ୍ଚ ବନୀତା ନାୟକ, ସମିତି ସଭ୍ୟା ଗିତାଞ୍ଜଳି ଦାସ, ବଡ଼ପଣ୍ଡୁସର ମେଡିକାଲର ସମସ୍ତ ଅଧିକାରୀ ଓ କର୍ମଚାରୀ, ମିଶନ ଶକ୍ତିର ମା’ ମାନେ ଓ ଉକ୍ତ ପଞ୍ଚାୟତର ବରିଷ୍ଠ ନେତା ମାନେ ଉପସ୍ଥିତ ରହିଥିଲେ।

Related posts