ବାଇକ ଶୋଭାଯାତ୍ରାରେ ସାମିଲ ହେଲେ ମହିଳା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସଦରବ୍ଲକ ଅନ୍ତର୍ଗତ କ୍ରିଦାଶପୁର ପଞ୍ଚାୟତ କୋଡ଼ିଏକାହାଣିଆଠାରୁ ଢାମେଣି ଦେଇ କ୍ରିଦାଶପୁର ଓ ବାଲୁୁଗାଁକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ପାଇଁ ଆଜି ଶିଳାନ୍ୟାସ ହୋଇଛି । ଗ୍ରାମ୍ୟ ନିର୍ମାଣ ବିଭାଗ ଆନୁକୁଲ୍ୟରେ ଏହି ରାସ୍ତା ନିର୍ମାଣ ହେବାକୁ ଥିବା ବେଳେ ୬ କୋଟି ୯୧ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ୭ କିଲୋମିଟର ରାସ୍ତା ନିର୍ମାଣ ହେବ ବୋଲି ସୂଚନା ମିଳିଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଳାନ୍ୟାସ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ସରପଞ୍ଚ ସଞ୍ଜୁବାଳା ବିଶ୍ୱାଳ, ସହକାରୀ ଯନ୍ତ୍ରୀ ସସ୍ମିତା ମୁଣ୍ଡୁରୀ, ଯନ୍ତ୍ରୀ ଅମିୟ ରଞ୍ଜନ ମହାନ୍ତି ପ୍ରମୂଖ ସାମିଲ ହୋଇଥିଲେ । ଏହି ଅବସରରେ ବିଧାୟକ ଡ. ସାହୁଙ୍କ ନେତୃତ୍ୱରେ କୋଡ଼ିଏକାହାଣିଆଠାରୁ କ୍ରିଦାଶପୁର ଅଭିମୂଖେ ବିଶାଳା ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।

ଏହି ଶୋଭାଯାତ୍ରାରେ ୩ ଶହରୁ ଉର୍ଦ୍ଧ୍ୱ ବାଇକ ସାମିଲ ହୋଇଥିବା ବେଳେ ପ୍ରଥମ ଥର ପାଇଁ ୨୦ରୁ ଉର୍ଦ୍ଧ୍ୱ ମହିଳା ସ୍କୁଟି ଧରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ବିଧାୟକ ଉପସ୍ଥିତ ଜନସାମାଗମକୁ ବକ୍ତବ୍ୟ ପ୍ରଦାନ କରି କ୍ରିଦାଶପୁର ପଞ୍ଚାୟତର ଉନ୍ନତୀ ଏବେ ଶିଖର ଛୁଇଁଥିବା କହିଥିଲେ । କ୍ରିଦାଶପୁର ଗାଁକୁ ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ ସରିଥିବା ବେଳେ ଏହି ମୁଖ୍ୟମନ୍ତ୍ରୀ ସଡ଼କ ପଞ୍ଚାୟତ ବିକାଶ କ୍ଷେତ୍ରରେ ବଳିଷ୍ଠ ମାଧ୍ୟମ ହେବ ବୋଲି କହିଥିଲେ । ଏହା ସହିତ ମହିଳା ସଶକ୍ତି କରଣ କ୍ଷେତ୍ରରେ କ୍ରିଦାଶପୁର ଆଗୁଆ ବୋଲି ଆଜି ପରିଚୟ ଦେଇଛି । ପ୍ରଥମ ଥର ପାଇଁ ବାଇକ ଶୋଭାଯାତ୍ରାରେ ମହିଳା ସାମିଲ ହୋଇ ଶିକ୍ଷା ପ୍ରଦାନ କରିଛି । ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା ଏବଂ କର୍ମୀ ସାମିଲ ହୋଇଥିଲେ ।

Related posts