ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଖଣ୍ଡପଡ଼ାସ୍ଥିତ ମା’ ଦକ୍ଷିଣକାଳୀଙ୍କ ମନ୍ଦିର ପ୍ରାଙ୍ଗଣରେ ଏକ ପୁସ୍ତକ ଉନ୍ମୋଚନ ଉତ୍ସବ ଆୟୋଜିତ ହୋଇଯାଇଛି। ଖଣ୍ଡପଡ଼ାରେ ଅବସ୍ଥାପିତ ଉପଖଣ୍ଡ ଆରକ୍ଷୀ ଅଧିକାରୀ ତଥା କବି ସରୋଜ କୁମାର ସାହୁଙ୍କ ରଚିତ ପୁସ୍ତକ ‘ସ୍ମୃତି ସ୍ମଳନ’ ଏହି ଅବସରରେ ଉନ୍ମୋଚିତ ହୋଇଥିଲା।ଉନ୍ମୋଚନ ଉତ୍ସବରେ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ, କବି ଗୋଦାବରୀଶ ମିଶ୍ର, ଶାନ୍ତି କମିଟିର ସଭାପତି ବୈକୁଣ୍ଠନାଥ ପ୍ରଧାନ, ଇଟାମାଟି ଯଦୁମଣୀ କ୍ଲବର ସମ୍ପାଦକ ଫକୀର ଚରଣ ବାଇଗଞ୍ଜନ ଏବଂ ବରିଷ୍ଠ ଆଇନଜୀବୀ ପ୍ରଭାତ କୁମାର ବରାଳ ପ୍ରମୁଖ ଉପସ୍ଥିତ ରହି ପୁସ୍ତକ ଉନ୍ମୋଚନ କରିଥିଲେ।ଏହି ଅବସରରେ ସାହିତ୍ୟ, ସୃଜନଶୀଳତା ଓ ସ୍ମୃତିର ମହତ୍ତ୍ୱ ସମ୍ପର୍କରେ ଆଲୋଚନା ହେବା ସହ କବି ସରୋଜ କୁମାର ସାହୁଙ୍କ ଏହି ସାହିତ୍ୟିକ ପ୍ରୟାସକୁ ଉପସ୍ଥିତ…
Read More