‘ସଙ୍ଗୀତଧାରା’ର ଅଭିନବ ପ୍ରୟାସ, ବିଜେତାଙ୍କୁ ମିଳିବ ‘ସଙ୍ଗୀତ କଲ୍ଲୋଳ’ ଉପାଧି ନୟାଗଡ଼,(ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ର ପୂର୍ବ ସଫଳତା ଓ ଜନାଦୃତି ପରେ ଚଳିତ ବର୍ଷ ନୟାଗଡ଼ ଜିଲ୍ଲାରେ ଆୟୋଜିତ ହେବାକୁ ଯାଉଛି ଚତୁର୍ଥ ପର୍ଯ୍ୟାୟ ଜିଲ୍ଲାସ୍ତରୀୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା। ଜିଲ୍ଲାରେ ଲୁକ୍କାୟିତ ଭାବେ ରହିଥିବା ସଙ୍ଗୀତ ପ୍ରତିଭା ଓ ପ୍ରତିଭାସମ୍ପନ୍ନ କଣ୍ଠଶିଳ୍ପୀମାନଙ୍କୁ ଲୋକଲୋଚନକୁ ଆଣିବା ସହ ସେମାନଙ୍କୁ ଉପଯୁକ୍ତ ମଞ୍ଚ ଓ ପ୍ରୋତ୍ସାହନ ଯୋଗାଇଦେବା ଉଦ୍ଦେଶ୍ୟରେ ଜିଲ୍ଲାର ଅଗ୍ରଣୀ ସଙ୍ଗୀତାନୁଷ୍ଠାନ ‘ସଙ୍ଗୀତଧାରା’ ପକ୍ଷରୁ ଏହି ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଉପଲକ୍ଷେ ଆଜି ପୁରୁଣା ସହରସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକର ନିଷ୍ପତ୍ତି ଅନୁଯାୟୀ, ୧୪ରୁ ୨୪ ବର୍ଷ ବୟସର ଉଭୟ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଭାଗ ନେଇପାରିବେ। ଉଚ୍ଚବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଓ ବିଭିନ୍ନ ସଙ୍ଗୀତ…
Read MoreDay: November 6, 2026
ସାହିତ୍ୟ, ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ‘ନୟାଗଡ଼ ଦର୍ପଣ’ର ପ୍ରତିଷ୍ଠାତା ହରିଶ ପ୍ରଧାନ (ଗୀତିକଳ୍ପ)ଙ୍କୁ ମିଳିବ ସମ୍ମାନଜନକ ଡକ୍ଟରେଟ୍ ଉପାଧି
ନୟାଗଡ଼, (ନୟାଗଡ଼ ଦର୍ପଣ): ସାମାଜିକ ସେବା, ସାହିତ୍ୟ, କଳା ଓ ସଂସ୍କୃତିର ପ୍ରଚାର ପ୍ରସାର କ୍ଷେତ୍ରରେ ଦୀର୍ଘ ୨୫ ବର୍ଷର ନିରନ୍ତର ଅବଦାନ ପାଇଁ ହରିଶ ଚନ୍ଦ୍ର ପ୍ରଧାନଙ୍କୁ ମିଳିବ ସମ୍ମାନଜନକ ଡକ୍ଟରେଟ୍ ଉପାଧି। ମସ୍କୋ ରିସର୍ଚ୍ଚ ୟୁନିଭର୍ସିଟି ପକ୍ଷରୁ ଆୟୋଜିତ ‘ଗ୍ଲୋବାଲ୍ ଏକ୍ସଲେନ୍ସ ଅନର୍ସ-୨୦୨୬’ କାର୍ଯ୍ୟକ୍ରମରେ ତାଙ୍କୁ ‘ଡକ୍ଟର ଅଫ୍ ସୋସିଆଲ୍ ୱାର୍କ (D.SW.)’ ଉପାଧିରେ ସମ୍ମାନିତ କରାଯିବା ନେଇ ପ୍ରକାଶିତ ସମ୍ମାନପତ୍ରରେ ଉଲ୍ଲେଖ ରହିଛି।ଆସନ୍ତା ନଭେମ୍ବର ୧୩ ତାରିଖରେ ପୁରୀଠାରେ ଏକ ଭବ୍ୟ ସମାରୋହରେ ଏହି ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ହେବାକୁ ଥିବା ସୂଚନା ମିଳିଛି।ଦୀର୍ଘ ୨୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସାହିତ୍ୟ ଓ ସଂଗୀତ କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ ଓ ୧୫ବର୍ଷ ଧରି ‘ନୟାଗଡ଼ ଦର୍ପଣ’ ଓ ‘ଓଡ଼ିଶା ଦର୍ପଣ’ ମାଧ୍ୟମରେ ଆଞ୍ଚଳିକ ସାହିତ୍ୟ, କଳା, ସଂସ୍କୃତିର ପ୍ରଚାର ପ୍ରସାର ସହ…
Read More