ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ସଂଘର ୩ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଇଟାମାଟି,(ନୟାଗଡ଼ ଦର୍ପଣ): ଇଟାମାଟି ଗ୍ରାମ ପଞ୍ଚାୟତର ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ସଂଘର ୩ୟ ବାର୍ଷିକ ଉତ୍ସବ ସ୍ଥାନୀୟ ପ୍ରଫୁଲ ସାହୁ କଲ୍ୟାଣ ମଣ୍ଡପ ଠାରେ ସଂଘର ସଭାପତି ପ୍ରହଲ୍ଲାଦ ଶାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ମୁଖ୍ୟବକ୍ତାଭାବେ ଇଟାମାଟି ସରପଞ୍ଚ ସ୍ୱପ୍ନଶ୍ବରୀ ସେଠୀ ଓ ସାମାଜିକ କର୍ମୀ ପ୍ରଫୁଲ ସାହୁ ଯୋଗଦେଇଥିଲେ । ଏବର୍ଷ ନୂତନ କର୍ମକର୍ତ୍ତା ଭାବେ ସଭାପତି ପ୍ରହଲ୍ଲାଦ ଶାନ୍ତ, ଉପସଭାପତି ଶ୍ୟାମସୁନ୍ଦର ପାତ୍ର, ସମ୍ପାଦକ ରାଜକିଶୋର ନାୟକ, ସହ ସମ୍ପାଦକ ରବିନ୍ଦ୍ର କୁମାର ପାତ୍ର, କୋଷାଧ୍ୟକ୍ଷ ପ୍ରଦୀପ୍ତ କୁମାର ସାହୁ, ଅଡିଟର ବୃନ୍ଦାବନ ପରିଡା ଓ କୋଅର୍ଡିନେଟ ପ୍ରକାଶ ପଟ୍ଟନାୟକ ନିର୍ବାଚିତ ହୋଇଥିଲେ। ପରିଶେଷରେ ଶ୍ୟାମସୁନ୍ଦର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Related posts