ମିଶନଶକ୍ତି ସଚିବଙ୍କୁ ଭେଟିଲେ ଭାପୁର ବ୍ଲକ୍‌ ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷ

ଭାପୁର,(ନୟାଗଡ଼ ଦର୍ପଣ): ମହିଳା ସଶକ୍ତିକରଣ ପାଇଁ ନେଇଥିବା
ଯୁଗାନ୍ତକାରୀ ପଦକ୍ଷେପ କ୍ଷେତ୍ରରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନୟାଗଡ଼ ଜିଲ୍ଲା ଭାପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନ ଏବଂ ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କୁ ସୌଜନ୍ୟମୂଳକ ସାକ୍ଷାତ ପାଇଁ ଗତ ସପ୍ତାହରେ ନିମନ୍ତ୍ରଣ କରିଥିଲେ ଓଡ଼ିଶା ମିଶନଶକ୍ତି ସଚିବ ସୁଜାତା କାର୍ତ୍ତିକେୟ ପାଣ୍ଡିଆନ୍। ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷ ଉଭୟ ସଚିବାଳୟରେ ନିର୍ଦ୍ଦେଶିକାଙ୍କୁ ସୌଜନ୍ୟମୂଳଜ ସାକ୍ଷାତ କରିଛନ୍ତି। ଏହି ଅବସରରେ ଭାପୁର ମହିଳାଙ୍କ ସଶକ୍ତ ଓ ସ୍ଵାବଲମ୍ବୀ କରିବା ପାଇଁ ୧୦୮କୋଟିରୁ ଉର୍ଦ୍ଧ୍ବ ଟଙ୍କାର ନୂତନ ପାଞ୍ଚୋଟି ପ୍ରକଳ୍ପ ପାଇଁ ଦାବି ଉପସ୍ଥାପନା କରିଥିଲେ । ଉପସ୍ଥାପିତ ପ୍ରକଳ୍ପକୁ ପୂରଣ ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ନିର୍ଦେଶିକା । ଏହାଦ୍ଵାରା ଭାପୁର ବ୍ଲକ୍‌ରେ ଥିବା ପ୍ରାୟ ୧୫୭୭ଟି ସ୍ଵୟଂ ସହାୟକ ଗୋଷ୍ଠୀ ଉପକୃତ ହୋଇପାରିବେ। ବିଭିନ୍ନ ଦାବି ମଧ୍ୟରେ ମିଶନ ଶକ୍ତି ମାଧ୍ୟମରେ ଗୋଟିଏ କାଫେ ନିର୍ମାଣ, ମହିଳାମାନଙ୍କ ପାଇଁ ଦୁଇଗୋଟି ଟେଲରିଂ ଉଦ୍ୟୋଗ ସ୍ଥାପନ, ଚାଷୀକୁଳ ପାଇଁ ଶୀତଳଭଣ୍ଡାର ନିର୍ମାଣ, ମିଶନଶକ୍ତି ମାଧ୍ୟମରେ ବଜାର ସ୍ଥାପନ, ଓଡିଶା ମିଲେଟ ମିଶନ ମାଧ୍ୟମରେ ମାଣ୍ଡିଆ ଚାଷ ନିମନ୍ତେ ପଦକ୍ଷେପ ନେବାକୁ ଅନୁରୋଧ କରିଥିବା ଜଣାଯାଇଛି ।

Related posts