ଚଳିତ ମାସ ୧୩ରୁ ୧୯ତାରିଖ ପର୍ଯ୍ୟନ୍ତ ଶରଣକୁଳ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଶରଣକୁଳ,(ନୟାଗଡ଼ ଦର୍ପଣ): ଶରଣକୁଳ ଲଡୁକେଶ ଆଥଲେଟିକ୍ ଆସୋସିଏସନ ଶରଣକୁଳ ପକ୍ଷରୁ ୬୧ତମ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚଳିତ ନଭେମ୍ବର ମାସ ୧୩ତାରିଖରୁ ୧୯ତାରିଖ ପର୍ଯ୍ୟନ୍ତ
ସ୍ଥାନୀୟ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଅନୁଷ୍ଠିତହେବ। ଏହି ପ୍ରତିଯୋଗିତାରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିବେ ବୋଲି ଆସୋସିଏସନ ପକ୍ଷରୁ ସୂଚନା ମିଳିଛି। ୧୩ତାରିଖ ପ୍ରଥମ ଦିନର ଖେଳରେ ଆଚିଭର କଟକ ଓ କିଶୋର କ୍ଲବ୍ ଭୁବନେଶ୍ବର ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବା ବେଳେ ୧୪ତାରିଖରେ ତାମିଲନାଡୁ ପୋଲିସ ଓ ୟୁନାଇଟେଡ଼ କ୍ଲବ୍ ବରଗଡ଼ ମଧ୍ୟରେ ଖେଳ ଅନୁଷ୍ଠିତ ହେବ । ସେହିପରି ୧୫ତାରିଖ ଖେଳରେ ହାଇଦ୍ରାବାଦ ଆର୍ମି ଓ ସ୍ପୋର୍ଟସ ହଷ୍ଟେଲ ବାରିପଦା ମଧ୍ୟରେ ହେବାକୁ ଥିବା ବେଳେ ୧୬ତାରିଖରେ ସାଇ ଏଚଏଏଲ ସୁନାବେଡା ଓ ସ୍ପୋର୍ଟସ ହଷ୍ଟେଲ ଭବାନୀ ପାଟଣା ମଧ୍ୟରେ ଅନୁଷ୍ଠିତ ହେବ । ସେହିପରି ପ୍ରଥମ ସେମି ଫାଇନାଲ୍ ୧୭ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଦ୍ବିତୀୟ ସେମି ଫାଇନାଲ୍ ୧୮ତାରିଖରେ ଅନୁଷ୍ଠିତ ହେବ । ସେମି ଫାଇନାଲର ଉଭୟ ବିଜେତା ଦଳକୁ ନେଇ ୧୯ତାରିଖରେ ଫାଇନାଲ୍ ଖେଳ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ସଭାପତି ତଥା ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଓ ସମ୍ପାଦକ ଯୋଗେନ୍ଦ୍ରନାଥ ପ୍ରଧାନ ଓ କୋଷାଧ୍ୟକ୍ଷ ଶିବ ପ୍ରସାଦ ସୂଚନା ଦେଇଛନ୍ତି।

Related posts