କୁକୁଡ଼ା ଫାର୍ମ ଯୋଗୁଁ ବ୍ୟାପକ ଫସଲ ନଷ୍ଟ, ଜିଲ୍ଲାପାଳ ଓ ଜିଲ୍ଲା କୃଷି ଅଧିକାରୀଙ୍କ ଦ୍ୱାରସ୍ତ ହେଲେ ଗ୍ରାମବାସୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ବେଆଇନ ଲେୟାର ଫାର୍ମ ଯୋଗୁଁ ଚାଷୀଙ୍କ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ଆଣି ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ଦ୍ୱାରସ୍ତ ହେଲେ ଗ୍ରାମବାସୀ l ନୂଆଗାଁ ବ୍ଲକ ଆନ୍ତର୍ଗତ ମହୀତମ ଠାରେ ଦିର୍ଘ ୮ ବର୍ଷ ଧରି ଏକ ଲେୟାର ଫାର୍ମ ଗଢି ଉଠିଥିବା ବେଳେ ଏହା ଜନବସତି ନିକଟରେ ରହିଥିବାରୁ କୀଟପତଙ୍ଗ ସଂଖ୍ୟା ବୃଦ୍ଧି ପାଇ ଲୋକେ ନହିନଥିବା ଅସୁବିଧା ଭୋଗୁଛନ୍ତି l ସେପଟେ ଗତ ୨ ବର୍ଷ ଧରି ଏହି ଫାର୍ମରୁ ନିର୍ଗତ କୁକୁଡ଼ା ମଳ ଓ ବିଭିର୍ଣ୍ଣ ରାସାୟନିକ ପାଣି ଚାଷୀଙ୍କ ବିଲରେ ମାଡିଯିବା ଯୋଗୁଁ ଚାଷୀମାନଙ୍କର ପ୍ରାୟ ତିରିଶ ଏକର ଫସଲ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ନେଇ ଚାଷୀ ମାନେ ଲିଖିତ ଭାବେ ଆଜି ନୟାଗଡ଼ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି l ସ୍ଥାନୀୟ ସମାଜସେବୀ ଶିବରାମ ମହାପାତ୍ରଙ୍କ ନେତୃତ୍ୱରେ ଦୀନବନ୍ଧୁ ବରାଡ଼, ଶରତ ଚନ୍ଦ୍ର ପାତ୍ର, ଭୁବନେଶ୍ୱର ପାତ୍ର, ପ୍ରମୋଦ କୁମାର ପରିଡା,କବିରାଜ ପରିଡା, ରାମଚନ୍ଦ୍ର ସାହୁ ପ୍ରମୁଖ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର ନାଥ ସାହୁ ଏବଂ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସହ ଏହି ସମସ୍ୟାର ତୁରନ୍ତ ସମାଧାନ ନହେଲେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି l

Related posts