ନୟାଗଡ଼ ଟାଉନ ଥାନାରେ ଯୋଗଦେଲେ ନୂତନ ଥାନାଧିକାରୀ ଦିଗବିଜୟ ବିଶ୍ୱାଳ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଟାଉନ ଥାନାରେ ଯୋଗଦେଲେ ନୂତନ ଥାନାଧିକାରୀ ଯୁବ ପୋଲିସ ଅଧିକାରୀ ଦିଗବିଜୟ ବିଶ୍ୱାଳ। ଶ୍ରୀ ବିଶ୍ୱାଳ ଖୋର୍ଦ୍ଧା ଜିଲ୍ଲାରୁ ନୟାଗଡ଼ ଜିଲ୍ଲାକୁ ବଦଳି ହୋଇଥିଲେ। ସେ ଟାଉନ ଥାନାରେ ଯୋଗ ଦେବାପରେ ତାଙ୍କୁ ଥାନାର ସମସ୍ତ କର୍ମଚାରୀମାନେ ସ୍ୱାଗତ ଜଣାଇଥିଲେ। ନୟାଗଡ଼ ଟାଉନ ଜିଲ୍ଲାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥାନା ହୋଇଥିବା ବେଳେ ନୂତନ ଆଇଆଇସିଙ୍କ ପାଇଁ ଏକାଧିକ ଚ୍ୟାଲେଞ୍ଜ ରହିବ। ସହରରେ ବର୍ଦ୍ଧିତ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଟ୍ରାଫିକ ସମସ୍ୟାର ନିରାକରଣ, ନିଶା ଓ ମଦ ବେପାରକୁ ରୋକ ଲଗାଇବା, ଆଇନ ଶୃଙ୍ଖଳା ରକ୍ଷା ଆଦି କ୍ଷେତ୍ରରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ନୂତନ ଆଇଆଇସି ଶ୍ରୀ ବିଶ୍ୱାଳ କହିଛନ୍ତି।

ସୂଚନା ଥାଉକି, ଦିଗବିଜୟ ବିଶ୍ୱାଳ ଏହା ପୁର୍ବରୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନାରେ କାର୍ଯ୍ୟରତ ଥିଲେ ଏବଂ ନିଜର କାର୍ଯ୍ୟଦକ୍ଷତା ଲାଗି ଟାଙ୍ଗୀରେ ସେ ଖୁବ ଲୋକପ୍ରିୟତା ହାସଲ କରିଥିଲେ। ଟାଙ୍ଗି ପୂର୍ବରୁ ଜଙ୍କିଆ ଥାନାରେ ଥିବା ବେଳେ ଖଣି ମାଫିଆ, ନିଶା ଚୋରା ଚାଲାଣକାରୀ ଥରହର ହେଉଥିଲେ। ସେ ଜଙ୍କିଆରୁ ଟାଙ୍ଗି ଥାନାକୁ ବଦଳି ହେବା ଖବର ପାଇ ସେହି ଅଞ୍ଚଳର ମହିଳାମାନେ ବଦଳି ବାତିଲ କରିବା ପାଇଁ ଥାନା ଆଗରେ ଧାରଣା ଦେଇଥିଲେ। କିନ୍ତୁ ଶ୍ରୀ ବିଶ୍ବାଳଙ୍କ ବଦଳି ପରେ ଜଙ୍କିଆ ଅଞ୍ଚଳର ଖଣି ମାଫିଆ, ଚୋର, ଡ଼କାୟତମାନେ ବେଶ ଖୁସି ମନାଇ ଥିଲେ। ତାଙ୍କର ଏହି ସବୁ ପୂର୍ବ ଟ୍ରାକ ରେକର୍ଡ଼ ଦେଖି ତାଙ୍କୁ ନୟାଗଡ଼ ଟାଉନ ଥାନା ପରି ଗୁରୁତ୍ୱପୂର୍ଣ୍ଣ ଥାନା ଦାୟିତ୍ୱ ଦିଆଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି।

Related posts