ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ଥାନାର ଥାନା ଅଧିକାରୀ ବସନ୍ତ
କୁମାର ସାହୁଙ୍କ ପୁରୀ ଜିଲ୍ଲାକୁ ବଦଳି ହେବା ପରେ ନୂତନ ଥାନା ଅଧିକାରୀ ଭାବେ ମୁକେଶ କୁମାର ବେହେରା କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଶ୍ରୀ ବେହେରା ପୂର୍ବରୁ ୨୦୨୨ ଏପ୍ରିଲ୍ ମାସଠାରୁ ଜୁନ୍ ମାସ ପର୍ଯ୍ୟନ୍ତ ବାଣିଗୋଛା ଥାନାରେ କାର୍ଯ୍ୟ କରିଥିଲେ । ଏହା ପରେ ସେ ଚାନ୍ଦପୁର ଥାନାକୁ ବଦଳି ହୋଇଥିଲେ। ଚାନ୍ଦପୁର ଥାନାରୁ ଏବେ ଦଶପଲ୍ଲା ଥାନା ଅଧିକାରୀ ଭାବେ ଦାୟିତ୍ଵ ମିଳିବା ପରେ ଦଶପଲ୍ଲାରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସମେତ ବେଧଡ଼କ ନିଶା କାରବାରକୁ ବନ୍ଦ କରିବା ଦିଗରେ ବିଶେଷ ଗୁରୁତ୍ଵ ଦେବେ ବୋଲି ସୂଚନା ଦେଇଛନ୍ତି। ପୋଲିସକୁ ଜନସାଧାରଣ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି।
ଦଶପଲ୍ଲା ଥାନାରେ ଯୋଗଦେଲେ ନୂତନ ଥାନା ଅଧିକାରୀ
