ସାଇ ଶୁଭମଙ୍କ ଜନ୍ମଦିନ ଅବସରରେ ରକ୍ତଦାନ ଶିବିର ୫୧ ୟୁନିଟ୍‌ ରକ୍ତ ସଂଗ୍ରହ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜିକାଲିର ଯୁବପୀଢ଼ି ନିଜର ଜନ୍ମଦିନକୁ ଆଧୁନିକ ଚାକଚକ୍ୟ ଆଉ ଆଡମ୍ୱର ପୂର୍ଣ୍ଣ ଭାବେ ପାଳନ କରୁଥିବା ବେଳେ କିନ୍ତୁ ଆମ ନୟାଗଡ଼ ବ୍ଳକ ଅନ୍ତର୍ଗତ ଇଟାମାଟି ଗ୍ରାମର ସାଇ ଶୁଭମ୍ ଏଇ ସବୁର ଉର୍ଦ୍ଧ୍ବରେ ରହି ଆଗାମୀ ଭବିଷ୍ୟତ, ପରିବେଶକୁ ଦୃଷ୍ଟି ରଖି ନିଜ ଜନ୍ମଦିନରେ ସାଙ୍ଗ ସାଥୀଙ୍କ ସହ ବୃକ୍ଷରୋପଣ ଏବଂ ରାଜ୍ୟରେ ରକ୍ତ ଅଭାବ ଦୂର ନିମନ୍ତେ ରକ୍ତଦାନ ଶିବିରର ଆୟୋଜନ କରିଛନ୍ତି।

ଏହି ପ୍ରରିପେକ୍ଷୀରେ ସାଇସିଦ୍ଧି ଫାଉଣ୍ଡେସନ, ଦି ସ୍କ୍ୱାର୍ଡ ଗ୍ରୁପ ଏବଂ ଜୀବନ ବିନ୍ଦୁ ସହଯୋଗରେ ବ୍ରଜେନ୍ଦ୍ର ହାଇ ସ୍କୁଲ ପରିସରରେ ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୟାଗଡ଼ ବିଧାୟକ ଡ଼ଃ ଅରୁଣ କୁମାର ସାହୁ ଉଦ୍ଘାଟନ କରିଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଉପସ୍ଥିତ ଥିଲେ। ଯୁବବର୍ଗଙ୍କ ଏଭଳି ମହତ କାର୍ଯ୍ୟକୁ ଭୁରି ପ୍ରଶଂସା କରିଥିଲେ ବିଧାୟକ ଡ଼ଃ ସାହୁ। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଦାମ ସାର, ନୟାଗଡ଼ ମୁନିସିପାଲିଟି ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ଏବଂ ଜିଲ୍ଲା ଛାତ୍ର ବିଜେଡି ସଭାପତି ନୀଳମାଧଵ ପଣ୍ଡା, ଯୁବ ବିଜେଡି ସଭାପତି ଯୁଧିଷ୍ଠିର ବେହେରା ଏବଂ ଭାଗିରଥି ବାଇ, ଅଜିତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ରକ୍ତଦାନ କରିଥିବା ସମସ୍ତ ବ୍ୟକ୍ତିଙ୍କୁ ଧନ୍ୟବାଦ ଦେଇଛନ୍ତି ଯୁବ ସମାଜ ସେବୀ ସାଇ ଶୁଭମ। କୋଭିଡ ସମୟରେ ମଧ୍ୟ ସାଇଶୁଭମ ରକ୍ତଦାନର ଆୟୋଜନ କରାଇଥିଲେ। ଦୀର୍ଘ ପାଞ୍ଚ ବର୍ଷ ହେବ ସେ ନିଜର ଜନ୍ମଦିନରେ ରକ୍ତଦାନ ଶିବିରର କରିଆସୁଛନ୍ତି । ଏବଂ ସାଇ ଆମକୁ ପ୍ରତିଶ୍ରୁତି ଦେଇଛନ୍ତି ସେ ତାଙ୍କ ଜୀବନ ଶେଷ ପଯ୍ୟନ୍ତ ଏହି କାଯ୍ୟକ୍ରମ କରିବେ ବୋଲି। ଆଜିର ଏହି ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ୫୧ ୟୁନିଟ୍‌ ରକ୍ତସଂଗ୍ରହ ହୋଇଥିଲା। ଏହି କାର୍ଯକ୍ରମରେ ଶୁଭଙ୍କର ପ୍ରଧାନ, ଦେବାଶିଷ ସାହୁ, ଅଶ୍ୱିନୀ ସେଠି, ଚିନ୍ମୟ ବେହେରା ଏବଂ ରାହୁଲ ମନ୍ଥନ, ବିଶ୍ୱଜିତ ପତି, ରଞ୍ଜିତ କୁମାର ସାହୁ ଆଦି ସହଯୋଗ କରିଥିଲେ।

Related posts