ନୟାଗଡ଼,(ନୟାଗଡ଼ ଦର୍ପଣ): ନୂଆବର୍ଷ ଉପଲକ୍ଷେ ବରିଷ୍ଠ ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ, ସଙ୍ଗୀତ ନିର୍ଦ୍ଦେଶକ ତଥା ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କ ଦ୍ୱାରା ଭିଡିଓ ସଙ୍ଗୀତ ‘ପାପଭାର ମୋର ବଳିଗଲା ବୋଲି ତୋ ସିଂହ ଦୁଆର କରିଲୁ ମନା’ ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସ ଭବନରେ ଲୋକାର୍ପିତ ହୋଇଯାଇଛି । ନୟାଗଡ଼ ଜିଲ୍ଲାର ଯୁବପ୍ରତିଭା ତଥା ଦୂରଦର୍ଶନ ଏବଂ ଆକାଶବାଣୀ କେନ୍ଦ୍ରର ସ୍ୱୀକୃତୀପ୍ରାପ୍ତ କଣ୍ଠଶିଳ୍ପୀ ପ୍ରଶାନ୍ତ ଦାଶ ଏହି ଭଜନରେ କଣ୍ଠଦାନ କରିଥିବା ବେଳେ ଗୀତିକାର ସୁବାସ ନାୟକ ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଇଣ୍ଡିଆନ ମ୍ୟୁଜିକ କ୍ରିଏସନ ଦ୍ୱାରା ପ୍ରଯୋଜିତ ଏହି ଭିଡିଓ ସଙ୍ଗୀତର ପରିଚାଳନା ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଅଞ୍ଜନ କୁମାର କରିଛନ୍ତି । ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ଶ୍ରୀଯୁକ୍ତ ଦାଶଙ୍କ ସମେତ ଲକ୍ଷ୍ମୀଧର ସାହୁ, ପ୍ରଶାନ୍ତ ପଟ୍ଟନାୟକ, ଦୀନବନ୍ଧୁ ସାହୁ, ଶରତ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ । ମିଛମାୟା ସଂସାରରେ ସତ୍ୟ ପଥରେ ରହୁଥିବା ଭକ୍ତଟିଏ ଯାହା କାର୍ଯ୍ୟ କଲେ ମଧ୍ୟ ତାକୁ ବହୁ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିଥାଏ । ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ ପାଇଁ ଆତୁର ଭକ୍ତପାଇଁ ବଡ଼ ଦୁଆର ବନ୍ଦ ରହୁଥିବା ଭକ୍ତଟି ଅନୁଭବ କରି କାଳେ ତା’ର ପାପଭାର ବଢ଼ି ଗଲା ବୋଲି ସେ ଭଗବାନଙ୍କୁ ଗୁହାରି କରୁଛି । ଏପରି ଏକ ପରିକଳ୍ପନାରେ ରଚନା କରାଯାଇଥିବା ଏହି ଗୀତଟି ବେଶ ଶୃତିମଧୁର ହୋଇଥିବା ବେଳେ ଏହା ଲୋକମାନଙ୍କ ମଧ୍ୟରେ ବେଶ ଜନାଦୃତି ହୋଇପାରିବ ବୋଲି ଉପସ୍ଥିତ ସଙ୍ଗୀତପ୍ରେମୀ ମାନେ ମତବ୍ୟକ୍ତ କରିଥିଲେ ।
Related posts
-
ବରିଷ୍ଠଙ୍କ ଆଶ୍ରିବାଦ ଯୁବ ପିଢ଼ିଙ୍କ ପାଇଁ ବର ଦାନ
ନୟାଗଡ଼, (ନୟାଗଡ଼ ଦର୍ପଣ): ବରିଷ୍ଠ ନାଗରିକ ସମାଜର ପଥ ପ୍ରଦର୍ଶକ ସେମାନଙ୍କ ନିଷ୍ଠା, ତ୍ୟାଗର ତୁଳନା ନାହିଁ, ବରିଷ୍ଠଙ୍କ ଉପସ୍ଥିତି ପରିବାର... -
ଉଦଯାପିତ ହେଲା ସିରିୟସ୍ ଜୋନର ନାଟକ ମହୋତ୍ସବ, ମଞ୍ଚସ୍ଥ ହେଲା ନାଟକ ଚିତ୍ରପ୍ରତିମା
January 20, 2025 Jajati Comments Off on ଉଦଯାପିତ ହେଲା ସିରିୟସ୍ ଜୋନର ନାଟକ ମହୋତ୍ସବ, ମଞ୍ଚସ୍ଥ ହେଲା ନାଟକ ଚିତ୍ରପ୍ରତିମାନୟାଗଡ଼, (ନୟାଗଡ଼ ଦର୍ପଣ): ଦୀର୍ଘ ୪ ଦିନ ଧରି ପଠାଣି ସାମନ୍ତ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହେଉଥିବା ନାଟକ ମହୋତ୍ସବ ଉଦଯାପିତ ହୋଇଯାଇଛି।... -
ନୟାଗଡ଼ ଜିଲ୍ଲା ମାଟି ତଳେ ମୂଲ୍ୟବାନ ଲିଥିୟମ ଧାତୁ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମାଟି ତଳେ ଲିଥିୟମ ଥିବା ନେଇ ମିଳିଛି ବଡ଼ ସଙ୍କେତ। ଭୁବନେଶ୍ବରରେ ଅନୁଷ୍ଠିତ ଜିଓଲଜିକାଲ...