ନୟାଗଡ଼, (ନୟାଗଡ଼ ଦର୍ପଣ): ହାପି ମୋମେଣ୍ଟସ୍ ଅଫ ଇଣ୍ଡିଆ ଅରଗାନାଇଜେସନ ତରଫରୁ ନେସନାଲ କନଫରେନ୍ସ -୨୦୨୫ ପ୍ରତିଭା ସମ୍ମାନ ଓ ସାରସ୍ବତ ସମ୍ମାନ ସମାରୋହ ଉତ୍ସବ ପୁରୀ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ହାପି ମୋମେଣ୍ଟସ୍ ଅଫ ଇଣ୍ଡିଆ ଅରଗାନାଇଜେସନ ତରଫରୁ ନୟାଗଡ଼ ଜିଲ୍ଲାର ଆଦର୍ଶ ଶିକ୍ଷକ, ଲେଖକ ତଥା କବି ଡକ୍ଟର ପ୍ରତାପ କୁମାର ପରିଡ଼ାଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସାହିତ୍ୟ ସାରଥୀ ସମ୍ମାନରେ ସମ୍ମାନିତ ଓ ସମ୍ବର୍ଦ୍ଧନା କରାଯାଇଥିଲା ତତ୍ ସହ ଆଦର୍ଶ ଶିକ୍ଷକ ଓ ଯୁବ ଲେଖକ କବି ଭାବରେ ବେଶ୍ ଜଣଶୁଣା ବୋଲି ହାପି ମୋମେଣ୍ଟସ୍ ଅଫ ଇଣ୍ଡିଆ ଅରଗାନାଇଜେସନ ତରଫରୁ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ପଣ୍ଡା ଉପସ୍ଥାପନା କରିଥଲେ। ମୁଖ୍ୟ ଅତିଥି ହରିହର କାନୁନଗୋ ତିରୁପତି ବିଶ୍ବ ବିଦ୍ୟାଳୟ କୁଳପତି ଓ ଶଶଧର ପଣ୍ଡା…
Read MoreCategory: କବିତା
ଶ୍ରୀବିଷ୍ଣୁ ଷୋଡଶ ନାମ ସ୍ମରଣ
ଶ୍ରୀ ବିଷ୍ଣୁ ଷୋଡଶ ନାମ ସ୍ମରଣ*********************ଔଷଧ ସେବନେ ବିଷ୍ଣୁ ଦିବ୍ଯ ନାମ କର ନିରବେ ଚିନ୍ତନ।ଭୋଜନ କାଳରେ ଜନାର୍ଦ୍ଦନ ନାମ ମାନସେ କର ସ୍ମରଣ।ଶୟନେ ଶ୍ରୀପଦ୍ମନାଭଙ୍କୁ ଧ୍ଯାୟିବ ବିବାହରେ ପ୍ରଜାପତି।ସମରେ ଶ୍ରୀଚକ୍ରଧରଙ୍କୁ ଚିନ୍ତିଲେ ହଟଇ ଘୋର ବିପତ୍ତି।ପ୍ରବାସ ଗମନେ ତ୍ରିବିକ୍ରମ ନାମ କରୁଥିବ ମନେ ଧ୍ଯାନ।ପରାଣ ପ୍ରୟାଣ ହୋଇଲେ ଆସନ୍ନ ଜପୁଥିବ ନାରାୟଣ।ପିୟସଙ୍ଗମରେ ଶ୍ରୀଧର ନାମ ଯେ କରିବ ମନେ ଚିନ୍ତନ।ଦୁଃସ୍ବପ୍ନ ଦର୍ଶନେ ଗୋବିନ୍ଦ ଭଜିବ ସଙ୍କଟେ ମଧୁସୂଦନ।କାନନ ଭ୍ରମଣେ ନରସିଂହ ଭଜ ପାବକେ ଜଳଶାୟୀଙ୍କୁ।ଜଳେ ଭଜୁଥିବ ବରାହ ମୂର୍ତ୍ତିଙ୍କୂ ପର୍ବତେ ରଘୁନାଥଙ୍କୁ।ଗମନେ ବାମନ ସ୍ମରି ଭ୍ରମୁଥିଲେ ନହୁଏ ଯାତ୍ରା ଦୁଷ୍କର।ସକଳ କାର୍ଯ୍ଯରେ ମାଧବ ଧ୍ଯାୟିଲେ ହୁଏ ସର୍ବ ଶୁଭଙ୍କର।ଏବଂବିଧ ବିଷ୍ଣୁ ଷୋଡଶ ନାମ ଯେ କରଇ ପ୍ରାତଃ ସ୍ମରଣ।ପାପରାଶି ନାଶି ବିଷ୍ଣୂଲୋକେ ହର୍ଷେ କରଇ ସେ ବିଚରଣ।। – ମୀନକେତନ ଷଡଙ୍ଗୀ, କଣ୍ଟାବଣିଆ ଶାସନ, …
Read More୨୬ତମ ବିଶ୍ଵ କବିତା ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ୟୁନେସ୍କୋ ଦ୍ଵାରା ୧୯୯୯ମସିହାରେ ମାର୍ଚ୍ଚ ୨୧ ତାରିଖକୁ ବିଶ୍ଵ କବିତା ଦିବସ ଭାବରେ ଘୋଷଣା କରାଯିବା ପରେ ବିଶ୍ଵ ତମାମ ଏହି ଦିବସଟିକୁ ବିଶ୍ଵ କବିତା ଦିବସ ଭାବରେ ପାଳିତ ହୋଇଆସୁଛି। ନୟାଗଡ଼ର ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସମୂହ ଏହି ଦିବସଟିକୁ ନୟାଗଡ଼ର ଖେଳପଡିଆ ମୁକ୍ତାକାଶ ତଳେ ପାଳନ କରୁଥିଲେ। ଦୁଇ ହଜାର ବାଇଶି ମସିହାରେ ଅସୁସ୍ଥ ଥିବା ବିଶିଷ୍ଟ ସାହିତ୍ୟିକ ତଥା ପ୍ରବଚକ ପଣ୍ଡିତ ଚନ୍ଦ୍ରମଣି ପ୍ରଧାନଙ୍କ ମନକୁ ଉଶ୍ୱାସ ଦେବା ଉଦ୍ଦେଶ୍ୟରେ ତାଙ୍କ ବାସଭବନ “ଚନ୍ଦ୍ରକାନ୍ତି ନିଳୟ” ଇଟାମାଟି ଠାରେ ଆୟୋଜିତ ହୋଇଥିଲା ବିଶ୍ଵ କବିତା ଦିବସ। ଉକ୍ତ ଦିନ ସ୍ୱର୍ଗତ ଚନ୍ଦ୍ରମଣି ପ୍ରଧାନ ନିଜେ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥଲେ। ତତ୍ ସହିତ ସେ ଅନୁରୋଧରଖି କହିଥିଲେ ମୋର ବର୍ତ୍ତମାନ ହେଉ ବା ଅବର୍ତ୍ତମାନରେ ପ୍ରତିବର୍ଷ ଚନ୍ଦ୍ରକାନ୍ତି…
Read Moreକବି ଶାନ୍ତନୁ ବିଶୋଇଙ୍କ କବିତା ସଂକଳନ ‘ଅଫେରା ସମୟ ସୁଅ’ ଉନ୍ମୋଚିତ
ଓଡଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଦଣ୍ଡୋର ଗ୍ରାମର ବିଶିଷ୍ଟ ତଥା ଜଣାଶୁଣା କବି ସାନ୍ତନୁ ବିଶୋଇଙ୍କ ଲିଖିତ କବିତା ସଂକଳନ ‘ଅଫେରା ସମୟ ସୁଅ’ ଉନ୍ମୋଚନ ହୋଇଯାଇଛି।ଓଡ଼ଗାଁ ରଘୁନାଥ ଆଥଲେଟିକ୍ ଆସୋସିଏସନ୍ ଠାରେ ଏହି ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ଅଧିବାସ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ପ୍ରାୟ ୪୦ରୁ ଉର୍ଦ୍ଧ୍ଵ କବି ଓ ସାମ୍ବାଦିକ ମାନେ ଯୋଗଦେଇଥିଲେ। କବିଙ୍କ ମଧ୍ୟରେ ଅଶୋକ କୁମାର ମହାପାତ୍ର, ଦିବାକର ନାୟକ, ପ୍ରଫୁଲ୍ଲ ମାଝି, ଲୋକନାଥ ମିଶ୍ର (ଭରଦ୍ୱାଜ) ରାଜକିଶୋର ନାୟକ, ବରିଷ୍ଠ ସାମ୍ବାଦିକ ତଥା ଅବସରପ୍ରାପ୍ତ ସେନା କର୍ମଚାରୀ ଆଦର୍ଶ ପଟ୍ଟନାୟକ, ବିଶିଷ୍ଟ ଉଦ୍’ଘୋଷକ, ଗବେଷକ, କବି ଚନ୍ଦ୍ରବିଜୟୀ ମିଶ୍ର, ଯଶୋବନ୍ତ ପଟ୍ଟନାୟକ, ଭାବଗ୍ରାହୀ ମହାପାତ୍ର, ରଞ୍ଜନ କୁମାର ଦାସ, ସହିତ୍ୟାଚାର୍ଯ୍ୟ ସୁଶାନ୍ତ କୁମାର…
Read Moreଇଟାମାଟିରେ ବିଶ୍ୱ କବିତା ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ମାର୍ଚ୍ଚ ଏକୋଇଶି ବିଶ୍ୱ କବିତା ଦିବସ ଅବସରରେ ନୟାଗଡର ସମସ୍ତ ସାହିତ୍ୟାନୁଷ୍ଠାନର ଆବାହକତ୍ୱରେ ଶିଶୁ ସାହିତ୍ୟିକା ଡ.ସୁକାନ୍ତି ମହାନ୍ତି ତଥା ବାର୍ଷଭାନବିର ଲେଖକ ସ୍ବର୍ଗତ ପଣ୍ଡିତ ଚନ୍ଦ୍ରମଣି ପ୍ରଧାନଙ୍କ ବାସଭବନ “ଚନ୍ଦ୍ରକାନ୍ତି ନିଳୟ” ଇଟାମାଟି ଠାରେ ବିଶିଷ୍ଟ ସାହିତ୍ୟାନୁରାଗୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କବିତା ଆସର ଆୟୋଜିତ ହୋଇଥିଲା। ଏପରିକି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଓ ବେଗୁନିଆ ବ୍ଲକ୍ରୁ ଅନେକ କବି କବୟିତ୍ରୀ ଯୋଗଦେଇ କବିତା ପାଠ ଓ ଅଣୁଗଳ୍ପ ପଠନ କରିଥିଲେ। ଆଜିର ଆସରରେ କବି ନିର୍ମଳ ଚନ୍ଦ୍ର ଶୂରଦେଓ, ନାଟ୍ୟକାର ପ୍ରଧାନୀ ବୃନ୍ଦାବନ ମହାପାତ୍ର, କବୟିତ୍ରୀ ବସିରନ ବିବି, କବି ଗୋଦାବରୀଶ ମିଶ୍ର ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ। ସେହିପରି କବି ଗୋଲଖ ବିହାରୀ ନାୟକ, କବି ଦାମୋଦର ସାହୁ, କବି ସୁଦର୍ଶନ ପ୍ରଧାନ, କବି ନିରାକାର ସ୍ବାଇଁ,…
Read Moreମୋ ସମୟ ର ନୟାଗଡ଼ ପୁସ୍ତକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ରୋଟାରି କ୍ଳବ ପରିସରରେଅଧ୍ୟlପକ ସରୋଜ କୁମାର ପଟ୍ଟନାୟକ ଙ୍କ ଉଦ୍ୟମ ରେ ନୟାଗଡ଼ ର ସୁନାମଧନ୍ୟ, ଆଇନଜ୍ଞ, ବରିଷ୍ଠ ସାମ୍ବାଦିକ ତଥା ସମାଜ ସେବୀ ସ୍ବର୍ଗତ ନରସିଂହ ପଟ୍ଟନାୟକ ଙ୍କ ଲିଖିତ ସଂକ୍ଷିପ୍ତ ଆତ୍ମଲିପି “ମୋ ସମୟ ର ନୟାଗଡ଼ :ଧ୍ୱନି, ପ୍ରତିଧ୍ୱନି ଏବଂ ବିଦୂଷି ବିଭୁ ପରାୟଣ ଓ ସୁ ସାହିତ୍ୟିକା ସ୍ବର୍ଗତା ମନୋରମା ପଟ୍ଟନାୟକ ଙ୍କ ଲିଖିତ ଭଜନାବଳୀ “ନୀଳ ପର୍ବତ ର କାଳିଆ ସୁନା ର ଶୁଭ ଉନ୍ମୋଚନ ହୋଇଛି, ଏହି ଅବସରରେ ଅବସର ପ୍ରାପ୍ତ ଅଧକ୍ଷ,ପୂର୍ବାଞ୍ଚଳ ଭାଷାକେନ୍ଦ୍ର ଭୁବନେଶ୍ୱର ର ଡ଼. ଅରବିନ୍ଦ ପଟ୍ଟନାୟକ ଓ ଅବସର ପ୍ରାପ୍ତ ଅଧକ୍ଷ, ଶରଣକୂଳ ମହାବିଦ୍ୟାଳୟ ର ପ୍ରଫେସର ରାମଚନ୍ଦ୍ର ମିଶ୍ର ଯୋଗ ଦେଇ ନିଜ କର କମଳ ରେ ପୁସ୍ତକ ଉନ୍ମୋଚନ କରିଥିବା ବେଳେ, ମୁଖ୍ୟ ଅତିଥି…
Read Moreରାଜ୍ୟପାଳଙ୍କ ଦ୍ଵାରା ଲୋକାର୍ପିତ ହେଲା ଡ. ସୁରେଶ ବରାଡ଼ଙ୍କ କବିତା ପୁସ୍ତକ “ଗୁରୁ”
ଓଡଗାଁ, (ନୟାଗଡ଼ ଦର୍ପଣ): ଓଡଗାଁ ବ୍ଲକ ଅନ୍ତର୍ଗତ ହରିହରପୁର ଗ୍ରାମର ବିଶିଷ୍ଟ କବି ଡ.ସୁରେଶ ଚନ୍ଦ୍ର ବରାଡ଼ଙ୍କ ଦ୍ଵାରା ଲିଖିତ କବିତା ସଂଗ୍ରହ “ଗୁରୁ” ପୁସ୍ତକକୁ ଓଡ଼ିଶାର ମହାମହିମ ରାଜ୍ୟପାଳ, ପ୍ରଫେସର ଗଣେଶୀ ଲାଲଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି। ଏହି ପୁସ୍ତକ ଉନ୍ମୋଚନ ଅବସରରେ ଆନ୍ତଜାର୍ତୀୟ ଚାରଣ ଗୋଷ୍ଠୀର ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ବେହେରା, କେଉଁଝର ଜିଲ୍ଲା ସଂଗଠକ ତପନ କୁମାର ନାୟକ, କବି କଲ୍ଲୋଳ ଗୋଦାବରୀ ବସନ୍ତିଆ ଉକ୍ତ କାଯ୍ୟର୍କ୍ରମରେ ଉପସ୍ଥିତ ଥିଲେ। ଦୁଇଟି ଭାଗରେ ବିଭକ୍ତ ପୁସ୍ତକଟିରେ ପ୍ରଥମେ ଗୁରୁଗୀତା ସଂସ୍କୃତ ପୁସ୍ତକର ତିନୋଟି ଅଧ୍ୟାୟର ଓଡ଼ିଆ ଭାଷାନ୍ତର ସହିତ ଗୀତାନୁବାଦ ପ୍ରଦାନ କରାଯାଇଛି। ଦ୍ଵିତୀୟ ଭାଗରେ ସାମ୍ପ୍ରତିକ ଯୁଗରୁ ବୈଦିକ ଯୁଗ ପଯ୍ୟର୍ନ୍ତ ବିଭିନ୍ନ ସମୟର ଗୁରୁ ଶିଷ୍ୟ ସମ୍ପର୍କକୁ ନେଇ ୨୧ ଜଣ ଗୁରୁଶିଷ୍ୟଙ୍କ ଚରିତ ସରସ-ସୁନ୍ଦର, ସରଳ-ସାବଲୀଳ ଭାଷାରେ ରଚିତ…
Read Moreବିଶ୍ୱ କବିତା ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶ୍ୱ କବିତା ଦିବସ ପାଳନ ଅବସରରେ ଏକ ସାହିତ୍ୟ ଆଲୋଚନା ଏବଂ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କବୟିତ୍ରୀ ଡ଼. ସୁକାନ୍ତି ମହାନ୍ତିଙ୍କ ଇଟାମାଟିସ୍ଥିତ ବାସଭବନ ଚନ୍ଦ୍ରକାନ୍ତି ନିଳୟଠାରେ ଅନୁଷ୍ଠିତ ଏହି ସାହିତ୍ୟ କାର୍ଯ୍ୟକ୍ରମରେ ଅତିଥି ଭାବରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଜିଲ୍ଲା ଲେଖକ ପରିଷଦ ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର, କବି ନିର୍ମଳ ଶୁରଦେଓ,ଶିଶୁ କବୟିତ୍ରୀ ବସିରନ ବିବି,ଗୋଦାବରୀଶ ମିଶ୍ର ପ୍ରମୁଖ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଗତବର୍ଷ ପରଲୋକ ଗମନ କରିଥିବା ବରିଷ୍ଠ କବି ତଥା ଶିକ୍ଷାବିତ ପଣ୍ଡିତ ଚନ୍ଦ୍ରମଣି ପ୍ରଧାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଜିଲ୍ଲା ଲେଖକ ପରିଷଦ ସମ୍ପାଦକ ଶେଖ ଅବଦୁଲ ଖାଲିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କବୟିତ୍ରୀ ନିଳିମା ନନ୍ଦଙ୍କ ସଂଯୋଜନାରେ…
Read Moreନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ଉଦଯାପିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସଂସ୍କୃତି ପରିଷଦ ଓ ନୟାଗଡ଼ ପୁସ୍ତକ ମହୋତ୍ସବ କମିଟି ଆୟୋଜିତ ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ଆଜି ଉଦଯାପିତ ହୋଇଯାଇଛି। ଶେଷ ସଂଧ୍ୟାରେ ଅତିଥି ଭାବେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୌର ପରିଷଦ ଅଧ୍ୟକ୍ଷ ନିରୂପମା ଖଟେଇ, ଜିଲ୍ଲା ସଂସ୍କୃତି ଅଧିକାରୀ ଟଙ୍କଧର ଭୋଇ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ସ୍ତମ୍ଭକାର ଛନ୍ଦା ମିଶ୍ର ଯୋଗ ଦେଇଥିଲେ। ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଖଟେଇ ତାଙ୍କ ବକ୍ତବ୍ୟରେ ଆଗ୍ରହ ଥିଲେ ମୋଟା ବହି ବି କମ ସମୟରେ ପଢିହେବ ବୋଲି କହିଥିଲେ। ପାଠ ପଢ଼ିବାର ଆବଶ୍ୟକତା ସମ୍ପର୍କରେ ଜିଲ୍ଲାପାଳ କହିବା ସହ ଛାତ୍ରଛାତ୍ରୀଙ୍କ ପାଇଁ ପାଠର ଆବଶ୍ୟକତା…
Read Moreସୃଜନ ସମାବେଶରେ କବିତା ପ୍ରତିଯୋଗିତା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସାହିତ୍ୟ ଓ ସଂସ୍କୃତି ବିକାଶ ମଞ୍ଚ ପକ୍ଷରୁ ସୃଜନ ସମାବେଶ-୨୦୨୩ ସ୍ଥାନୀୟ କେସି କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ଏହି ସାହିତ୍ୟ କାର୍ଯ୍ୟକ୍ରମକୁ ନାଟ୍ୟଭୂଷଣ ଡ଼.ବିଜୟ ଚୌଧୁରୀ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ‘ବୋଉ’ ଶୀର୍ଷକ ଏକ କବିତା ପାଠର ପ୍ରତିଯୋଗିତା ଉପସ୍ଥିତ କବିମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା କବି ଲକ୍ଷ୍ମଣ କୁମାର ନାୟକଙ୍କୁ ୧୧ଶହ ଟଙ୍କା ପୁରସ୍କାର ସହିତ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରା ଯାଇଥିବା ବେଳେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା କବି ଯଶୋବନ୍ତ ପଟ୍ଟନାୟକଙ୍କୁ ୭ଶହ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା କବି ସୁରେଶ ଚନ୍ଦ୍ର ପରିଡ଼ାଙ୍କୁ ୫ଶହ ଟଙ୍କା ପୁରସ୍କାର ପ୍ରଦାନ କରାଯାଇ ପ୍ରୋତ୍ସାହିତ କରାଯାଇଥିଲା। କବିତା ଗୁଡିକୁ…
Read More