ବିଶ୍ୱ କବିତା ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶ୍ୱ କବିତା ଦିବସ ପାଳନ ଅବସରରେ ଏକ ସାହିତ୍ୟ ଆଲୋଚନା ଏବଂ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କବୟିତ୍ରୀ ଡ଼. ସୁକାନ୍ତି ମହାନ୍ତିଙ୍କ ଇଟାମାଟିସ୍ଥିତ ବାସଭବନ ଚନ୍ଦ୍ରକାନ୍ତି ନିଳୟଠାରେ ଅନୁଷ୍ଠିତ ଏହି ସାହିତ୍ୟ କାର୍ଯ୍ୟକ୍ରମରେ ଅତିଥି ଭାବରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଜିଲ୍ଲା ଲେଖକ ପରିଷଦ ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର, କବି ନିର୍ମଳ ଶୁରଦେଓ,ଶିଶୁ କବୟିତ୍ରୀ ବସିରନ ବିବି,ଗୋଦାବରୀଶ ମିଶ୍ର ପ୍ରମୁଖ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଗତବର୍ଷ ପରଲୋକ ଗମନ କରିଥିବା ବରିଷ୍ଠ କବି ତଥା ଶିକ୍ଷାବିତ ପଣ୍ଡିତ ଚନ୍ଦ୍ରମଣି ପ୍ରଧାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଜିଲ୍ଲା ଲେଖକ ପରିଷଦ ସମ୍ପାଦକ ଶେଖ ଅବଦୁଲ ଖାଲିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କବୟିତ୍ରୀ ନିଳିମା ନନ୍ଦଙ୍କ ସଂଯୋଜନାରେ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କବୟିତ୍ରୀ ଡ଼ ସୁକାନ୍ତି ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସହିତ୍ୟିକ ଏବଂ କବିମାନେ ଯୋଗଦାନ କରିଥିଲେ।

Related posts